ଏହି ୩ ଖେଳାଳିଙ୍କୁ ନେବା ପାଇଁ ଆଇପିଏଲ୍‌ ନିଲାମରେ ହେବ ଲଢ଼େଇ!

ନୂଆଦିଲ୍ଲୀ: ଆଗାମୀ ଆଇପିଏଲ୍‌ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଖୁବ୍‌ଶୀଘ୍ର ହେବ। ଏଥିପାଇଁ ପ୍ରାଞ୍ଚାଇଜିମାନେ ସବୁ ପ୍ରକାରର ପ୍ରସ୍ତୁତି ଶେଷ କରିଛନ୍ତି। ବିଶ୍ୱର ବଛାବଛା ଟି-୨୦ ଖେଳାଳିଙ୍କୁ କିଣିବା ପାଇଁ ସମସ୍ତେ ସୁଯୋଗ ଅପେକ୍ଷାରେ ରହିଛନ୍ତି। କିନ୍ତୁ ବିଶ୍ୱର ୩ ଜଣ ଅନ୍ତର୍ଜାତୀୟ ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ୨୦୧୯ ଆଇପିଏଲ୍‌ ନିଲାମରେ ଜୋରଦାର ଲଢ଼େଇ ହେବ। ଆଇପିଏଲ୍‌ ପରେ ପରେ ବିଶ୍ୱକପ୍‌ ଥିବାରୁ କିଛି ଦେଶର କ୍ରିକେଟ୍‌ ବୋର୍ଡ ନିଜ ଦେଶର ବଛାବଛା […]

i

Hemant Lenka
  • Published: Tuesday, 27 November 2018
  • , Updated: 27 November 2018, 09:30 PM IST

ନୂଆଦିଲ୍ଲୀ: ଆଗାମୀ ଆଇପିଏଲ୍‌ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଖୁବ୍‌ଶୀଘ୍ର ହେବ। ଏଥିପାଇଁ ପ୍ରାଞ୍ଚାଇଜିମାନେ ସବୁ ପ୍ରକାରର ପ୍ରସ୍ତୁତି ଶେଷ କରିଛନ୍ତି। ବିଶ୍ୱର ବଛାବଛା ଟି-୨୦ ଖେଳାଳିଙ୍କୁ କିଣିବା ପାଇଁ ସମସ୍ତେ ସୁଯୋଗ ଅପେକ୍ଷାରେ ରହିଛନ୍ତି। କିନ୍ତୁ ବିଶ୍ୱର ୩ ଜଣ ଅନ୍ତର୍ଜାତୀୟ ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ୨୦୧୯ ଆଇପିଏଲ୍‌ ନିଲାମରେ ଜୋରଦାର ଲଢ଼େଇ ହେବ।

ଆଇପିଏଲ୍‌ ପରେ ପରେ ବିଶ୍ୱକପ୍‌ ଥିବାରୁ କିଛି ଦେଶର କ୍ରିକେଟ୍‌ ବୋର୍ଡ ନିଜ ଦେଶର ବଛାବଛା ଖେଳାଳିଙ୍କୁ ଆଇପିଏଲ୍‌ ଖେଳିବାକୁ ଛାଡ଼ି ନ ପାରନ୍ତି। ତେବେ ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ଶିମରନ୍‌ ହେଟମେୟର, ଇଂଲଣ୍ଡର ଅଲରାଉଣ୍ଡର ସ୍ୟାମ କରାନ ଓ ଅଷ୍ଟ୍ରେଲିଆର ମ୍ୟାକ୍ସୱେଲଙ୍କୁ କିଣିବା ପାଇଁ ପ୍ରାଞ୍ଚାଇଜିଙ୍କ ମଧ୍ୟରେ ଲଢ଼େଇ ହେବା ସୁନିଶ୍ଚିତ।

ଆସିବା ଜାଣନ୍ତୁ କାହିଁକି ଏମାନଙ୍କୁ ନେବାକୁ ଆଇପିଏଲ୍‌ ଦଳଗୁଡ଼ିକ ଏତେ ଆଗ୍ରହୀ ?

୧: ଶିମରନ୍‌ ହେଟମେୟର: ନିକଟରେ ଭାରତ ବିପକ୍ଷ ସିରିଜ୍‌ରେ ହେଟମେୟର ତାଙ୍କ ବ୍ୟାଟିଂ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ବିଶେଷ କରି ଭାରତୀୟ ପିଚ୍‌ରେ ସେ ଯେଉଁଭଳି ସ୍ପିନ୍‌ ବୋଲରଙ୍କୁ ପ୍ରହାର କରିଥିଲେ, ତାହା କ୍ରିକେଟ୍‌ ପଣ୍ଡିତମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସେ ଉଭୟ ମଧ୍ୟକ୍ରମ ଓ ଶେଷ ଭାଗରେ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବାର କ୍ଷମତା ରଖିଛନ୍ତି।

୨: ସ୍ୟାମ କରାନ୍: ଭାରତର ଇଂଲଣ୍ଡ ଗସ୍ତରେ ଯାଇଥିବା ବେଳେ ଯଦି କେହି ଦଳକୁ ଅଡ଼ୁଆରେ ପକାଇଥିଲା, ସେ ହେଉଛନ୍ତି ଇଲିଂଶ ଦଳର ଅଲରାଉଣ୍ଡର ସ୍ୟାମ କରାନ। ସେ ଭାରତ ବିପକ୍ଷରେ ଉଭୟ ବ୍ୟାଟ୍‌ ଓ ବଲ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଥିବାରୁ, ତାଙ୍କୁ ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ଭାବେ ପୁରସ୍କୃତ କରାଯାଇଥିଲା। ସେ ବ୍ୟାଟିଂରେ ଇଂଲଣ୍ଡକୁ ବିପର୍ଯ୍ୟୟରୁ ଉଦ୍ଧାର କରିବା ସହ ବଲ୍‌ରେ ମଧ୍ୟ ଦରକାର ବେଳେ ଦଳକୁ ୱିକେଟ ଆଣିଦେଇ ଥିଲେ।

୩: ଗ୍ଲେନ୍‌ ମ୍ୟାକ୍ସୱେଲ୍‌: ଗତବର୍ଷ ଡେୟାର ଡେଭିଲ୍ସ ପକ୍ଷରୁ ଆଇପିଏଲ୍‌ ଖେଳୁଥିବା ମ୍ୟାକ୍ସୱେଲଙ୍କୁ ଏଥର ନିଲାମ ପ୍ରକ୍ରିୟାରେ ସାମିଲ ହେବାକୁ ମୁକ୍ତ କରିଦେଇଛି। କିନ୍ତୁ ଏବେ ମ୍ୟାକ୍ସୱେଲ୍‌ ଜବରଦସ୍ତ ଫର୍ମରେ ରହିଛନ୍ତି। ଭାରତ ବିପକ୍ଷ ଟି-୨୦ରେ ମଧ୍ୟ ଏକଥା ସେ ପ୍ରମାଣ କରି ଦେଖାଇଛନ୍ତି। ତେଣୁ ଏପରି ସ୍ଥିତିରେ ତାଙ୍କୁ କିଣିବାକୁ ନିଶ୍ଚିତ ଭାବେ ପ୍ରାଞ୍ଚାଇଜିମାନଙ୍କ ମଧ୍ୟରେ ଲଢ଼େଇ ହବ।

Related story