ଚେସ୍ ଛାଡ଼ି ଧରିଥିଲେ କ୍ରିକେଟ୍ ବଲ୍‌, ବିଶ୍ୱକପ୍‌ରେ ଦେଖାଇବେ ସିକ୍ରେଟ୍ ଚାଲ୍‌

ନୂଆଦିଲ୍ଲୀ: ଚଳିତ କ୍ରିକେଟ୍ ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ ଆଜିଠାରୁ ତା’ର ଅଭିଯାନ ଆରମ୍ଭ କରିବ। ପ୍ରଥମ ମ୍ୟାଚ୍‌ରେ ଦଳ ଦକ୍ଷିଣ ଆଫ୍ରିକା ସହିତ ମୁହାଁମୁହିଁ ହେବ। ଅଧିନାୟକ ବିରାଟ କୋହଲି ଏକ ସନ୍ତୁଳିତ ଟିମ୍ ନେଇ ଇଂଲଣ୍ଡ ଯାଇଥିବା ବେଳେ ଏଥିରେ ଭଲ ବ୍ୟାଟିଂ ଲାଇନ୍ ସହିତ ପେସ୍ ଓ ସ୍ପିନ୍ ବୋଲରଙ୍କ ଏକ ଭଲ ମିଶ୍ରଣ ରହିଛି। ଆଉ ସେମାନଙ୍କ ମଧ୍ୟରେ ଏମିତି ଜଣେ ଖେଳାଳି ଅଛନ୍ତି, ଯିଏ ଚେସ୍ ଖେଳ ଛାଡ଼ି କ୍ରିକେଟ୍ ବଲ୍ […]

teamindia

teamindia

Jitendra Garnayak
  • Published: Wednesday, 05 June 2019
  • Updated: 05 June 2019, 10:00 AM IST

Sports

Latest News

ନୂଆଦିଲ୍ଲୀ: ଚଳିତ କ୍ରିକେଟ୍ ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ ଆଜିଠାରୁ ତା’ର ଅଭିଯାନ ଆରମ୍ଭ କରିବ। ପ୍ରଥମ ମ୍ୟାଚ୍‌ରେ ଦଳ ଦକ୍ଷିଣ ଆଫ୍ରିକା ସହିତ ମୁହାଁମୁହିଁ ହେବ।

ଅଧିନାୟକ ବିରାଟ କୋହଲି ଏକ ସନ୍ତୁଳିତ ଟିମ୍ ନେଇ ଇଂଲଣ୍ଡ ଯାଇଥିବା ବେଳେ ଏଥିରେ ଭଲ ବ୍ୟାଟିଂ ଲାଇନ୍ ସହିତ ପେସ୍ ଓ ସ୍ପିନ୍ ବୋଲରଙ୍କ ଏକ ଭଲ ମିଶ୍ରଣ ରହିଛି। ଆଉ ସେମାନଙ୍କ ମଧ୍ୟରେ ଏମିତି ଜଣେ ଖେଳାଳି ଅଛନ୍ତି, ଯିଏ ଚେସ୍ ଖେଳ ଛାଡ଼ି କ୍ରିକେଟ୍ ବଲ୍ ପ୍ରେମରେ ପଡ଼ି ଯାଇଥିଲେ। ସେ ଚେସ୍‌ରେ ଭଲ ଚାଲ୍ ଚଲାଇ ପାରୁଥିଲେ, ଆଉ ଏବେ ବଲ୍‌ରେ ବି ଚକ୍‌ମା ଦେଇପାରୁଛନ୍ତି। ସେ ହେଉଛନ୍ତି, ସ୍ପିନର ୟୁଜବେନ୍ଦ୍ର ଚହଲ।

chahalଏଥର ଭାରତର ବିଶ୍ୱକପ୍ ଟିମ୍‌ରେ ସ୍ପିନର ଭାବେ ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ସ୍ଥାନ ପାଇଛନ୍ତି। ନିକଟରେ ଶେଷ ହୋଇଥିବା ଆଇପିଏଲ୍‌ରେ ଚହଲ ବହୁତ ବଢ଼ିଆ ପ୍ରଦର୍ଶନ କରିଥିଲେ।

ୟୁଜବେନ୍ଦ୍ର କହିଛନ୍ତି,“ଚେସ୍‌ରୁ କ୍ରିକେଟ୍‌କୁ ଆସିବା ଏକ ସ୍ୱପ୍ନ ସଦୃଶ। ଯେତେବେଳେ ବି ଟିଭିରେ ବିଶ୍ୱକପ୍‌ରେ ଭାରତର ମ୍ୟାଚ୍ ଦେଖୁଥିଲି, ଦିନେ ନା ଦିନେ ମୁଁ ବି ଏଥିରେ ସାମିଲ ହେବି ବୋଲି ଭାବୁଥିଲି। ୨୦୧୭ରୁ ମୁଁ ଲଗାତାର ଭାବେ ଟିମ୍ ସହିତ ଅଛି। ତେବେ ବିଦେଶରେ ଭଲ ପ୍ରଦର୍ଶନ କରିବା ପରେ ବିଶ୍ୱକପ୍‌ ଟିମ୍‌ରେ ସାମିଲ ହେବା ନେଇ ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲି। ଏବେ ମୋ ସ୍ୱପ୍ନ ପୂରଣ ହୋଇଛି। ବିଦେଶରେ ଭଲ ପ୍ରଦର୍ଶନ କରି ମୋ ଆତ୍ମବିଶ୍ୱାସ ବଢ଼ିଛି।”
ସେ ଆହୁରି କହିଛନ୍ତି,“ପିଚ୍ ଯେମିତି ହୋଇଥିଲେ ବି ମୁଁ ନିଜ ଦକ୍ଷତା ଉପରେ ଅଧିକ ବିଶ୍ୱାସ କରିଥାଏ।”

ସୂଚନାଯୋଗ୍ୟ ଏଥର ବିଶ୍ୱକପ୍ ଖେଳିବାକୁ ଇଂଲଣ୍ଡ ଯାଇଥିବା ଟିମ୍‌ରେ ବିରାଟ କୋହଲି (ଅଧିନାୟକ), ଶିଖର ଧୱନ୍, ରୋହିତ୍ ଶର୍ମା, ଲୋକେଶ ରାହୁଲ, ମହେନ୍ଦ୍ର ସିଂହ ଧୋନି (ୱିକେଟ୍ କିପର୍), ହାର୍ଦ୍ଦିକ ପାଣ୍ଡ୍ୟା, କେଦାର ଯାଦବ, ବିଜୟ ଶଙ୍କର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ଭୁବନେଶ୍ୱର କୁମାର, ଦିନେଶ କାର୍ତ୍ତିକ ଓ ରବୀନ୍ଦ୍ର ଜାଡେଜା ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story