ଏହି ଭାରତୀୟ ବୋଲର କେବେ ବି ପକାଇ ନାହାନ୍ତି ନୋ-ବଲ୍‌

ମୁମ୍ବାଇ: କ୍ରିକେଟ୍‌ରେ ବ୍ୟାଟ୍ସମ୍ୟାନଙ୍କ ଯେତିକି ଭୂମିକା ରହିଛି ବୋଲରଙ୍କର ମଧ୍ୟ ସେତିକି ଭୂମିକା ରହିଛି। ଏହି ଦୁଇ ବିଭାଗରୁ କୌଣସି ଗୋଟେରେ ପ୍ରଦର୍ଶନ ଖରାପ ହେଲେ ଜିତିବା ମ୍ୟାଚ୍‌ ଦଳ ହାରିଯାଇଥାଏ। ବୋଲିଂ କରିବା ବେଳେ ବହୁତ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ। କାରଣ ଭଲ ବୋଲିଂ ହେଲେ ଦଳକୁ ଜିତିବା ସହଜ ହୋଇଥାଏ। ଖାସ୍‌କରି ବୋଲିଂ କରିବା ବେଳେ ବୋଲରମାନେ ନୋ-ବଲରୁ ବର୍ତ୍ତିବା ପାଇଁ ବହୁତ ସତର୍କ ରହିଥାନ୍ତି। ଏହାସତ୍ତ୍ୱେ ନୋ-ବଲ୍‌ ହୋଇଯାଇଥାଏ। ଏପରି ବି […]

no ball

Rakesh Mallick
  • Published: Tuesday, 09 January 2018
  • , Updated: 09 January 2018, 05:25 PM IST

ମୁମ୍ବାଇ: କ୍ରିକେଟ୍‌ରେ ବ୍ୟାଟ୍ସମ୍ୟାନଙ୍କ ଯେତିକି ଭୂମିକା ରହିଛି ବୋଲରଙ୍କର ମଧ୍ୟ ସେତିକି ଭୂମିକା ରହିଛି। ଏହି ଦୁଇ ବିଭାଗରୁ କୌଣସି ଗୋଟେରେ ପ୍ରଦର୍ଶନ ଖରାପ ହେଲେ ଜିତିବା ମ୍ୟାଚ୍‌ ଦଳ ହାରିଯାଇଥାଏ। ବୋଲିଂ କରିବା ବେଳେ ବହୁତ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ। କାରଣ ଭଲ ବୋଲିଂ ହେଲେ ଦଳକୁ ଜିତିବା ସହଜ ହୋଇଥାଏ। ଖାସ୍‌କରି ବୋଲିଂ କରିବା ବେଳେ ବୋଲରମାନେ ନୋ-ବଲରୁ ବର୍ତ୍ତିବା ପାଇଁ ବହୁତ ସତର୍କ ରହିଥାନ୍ତି। ଏହାସତ୍ତ୍ୱେ ନୋ-ବଲ୍‌ ହୋଇଯାଇଥାଏ। ଏପରି ବି ଉଦାହରଣ ରହିଛି ଗୋଟେ ଗୋଟେ ନୋ-ବଲ୍‌ ମ୍ୟାଚ୍‌ର ଫଳାଫଳକୁ ବଦଳାଇ ଦେଇଛି। ହେଲେ ଆଜି ଆମେ ଏମିତି ଜଣେ ଭାରତୀୟ ବୋଲରଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ତାଙ୍କ ଲମ୍ବା କ୍ୟାରିୟରରେ ଗୋଟେ ବି ନୋ-ବଲ୍‌ ପକାଇନାହାଁନ୍ତି।

ଏବେ ଭାବୁଥିବେ ଏହି ଖେଳାଳି ଜଣଙ୍କ କିଏ। ସେ ଆଉ କେହି ନୁହଁନ୍ତି, ଭାରତକୁ ପ୍ରଥମ ବିଶ୍ୱ ବିଜୟୀ କରାଇଥିବା କପିଲ ଦେବ।

୧୩୧ ଟେଷ୍ଟ ଓ ୨୨୫ ଦିନିକିଆ ଖେଳିଛନ୍ତି କପିଲ ପାଜି। ଏବେ ପୁଣି ମନକୁ ଧାରଣା ଆସୁଥିବ ଏହା କିପରି ସମ୍ଭବ ? ଏତେ ମ୍ୟାଚ୍‌ ଖେଳି ମଧ୍ୟ ଗୋଟେ ବି ନୋ-ବଲ୍‌ କେମିତି ପକାଇନାହାଁନ୍ତି। ହେଲେ ଏହା ସମ୍ପୂର୍ଣ୍ଣ ସତ୍ୟ।

କ୍ରିକେଟ୍‌ ବିଶେଷଜ୍ଞଙ୍କ ମତରେ, କପିଲ ପାଜି ନିଜକୁ ଯେତେ ଭଲ ପାଉ ନଥିଲେ କ୍ରିକେଟ୍‌କୁ ତା’ଠାରୁ ଅଧିକ ଭଲ ପାଇଥିଲେ। କ୍ରିକେଟ୍‌ ପ୍ରତି ତାଙ୍କ ନିଷ୍ଠା, ଏକାଗ୍ରତା ଏବଂ କଠିନ ପରିଶ୍ରମର ଫଳ ହେଉଛି ଏହା। ଏଥିପାଇଁ କପିଲ ପାଜି ଏପରି କିର୍ତ୍ତୀମାନ ସ୍ଥାପନ କରିପାରିଛନ୍ତି।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା। ଭାରତୀୟ କ୍ରିକେଟ୍‌ ଟିମ୍‌ର ଏହି ପୂର୍ବତନ ଅଧିନାୟକ ତାଙ୍କ ସମୟରେ ବିଶ୍ୱର ଶ୍ରେଷ୍ଠ ଅଲ୍‌ରାଉଣ୍ଡରଙ୍କ ମଧ୍ୟରେ ଗଣା ଯାଉଥିଲେ। ବୋଲିଂ ହେଉ କି ବ୍ୟାଟିଂ, ସବୁଥିଲେ କଥା କହୁଥିଲା ତାଙ୍କ ପ୍ରତିଭା। ଆଜି ବି ୧୯୮୩ ବିଶ୍ୱକପ୍‌ରେ ଜିମ୍ବାୱେ ବିରୋଧରେ ତାଙ୍କ ୧୭୫ ରନ୍‌ର ବିଶ୍ୱ ରେକର୍ଡ ଇନିଂସ୍‌କୁ ବିଶ୍ୱ ମନେ ରଖିଛି।

କେବଳ ସେ ସମୟରେ ନୁହେଁ ଆଜି ବି ଯେତେବେଳେ ଅଲ୍‌ରାଉଣ୍ଡରଙ୍କ କଥା ପଡ଼େ କପିଲ ପାଜିଙ୍କ ନାଁ ଆଗକୁ ଆସିଥାଏ।

Related story