ଉଦଘାଟନୀ ମ୍ୟାଚ୍‌ରେ ମାଲାମାଲ୍‌ ବ୍ଲାକର୍‌: ଅଢ଼େଇଶହରେ ବିକ୍ରି ହେଲା ୫୦ ଟଙ୍କିଆ ଟିକଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱହକି ଲିଗ୍‌ ପାଇଁ କାହିଁ କେତେ ଦୂରରୁ କ୍ରୀଡା ପ୍ରେମୀ ଦର୍ଶକ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମକୁ ଖେଳ ଦେଖିବାକୁ ଆସିଥିବା ବେଳେ କାଉଣ୍ଟରରେ କିନ୍ତୁ ଟିକେଟ୍‌ ନପାଇ ନିରାଶ ହୋଇଛନ୍ତି। ଫଳରେ ସେମାନେ କଳାବଜାରୀଙ୍କ ଠାରୁ ଟିକଟ୍‌ ମୂଲ୍ୟ ଠାରୁ ଅଧିକ ଦରରେ ଟିକେଟ୍‌ କିଣିବାକୁ ବାଧ୍ୟ ହେଉଛନ୍ତି। ଇଷ୍ଟ ଷ୍ଟାଣ୍ଡର ମୂଲ୍ୟ ୫୦ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ୱେଷ୍ଟ୍‌ ଷ୍ଟାଣ୍ଡର ମୂଲ୍ୟ ୨୫୦ ଟଙ୍କା ରହିଛି। ହେଲେ ଉଦଘାଟନୀ ସନ୍ଧ୍ୟାକୁ ଉପଭୋଗ ପାଇଁ […]

dsc_0015

Rakesh Mallick
  • Published: Saturday, 02 December 2017
  • , Updated: 02 December 2017, 05:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱହକି ଲିଗ୍‌ ପାଇଁ କାହିଁ କେତେ ଦୂରରୁ କ୍ରୀଡା ପ୍ରେମୀ ଦର୍ଶକ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମକୁ ଖେଳ ଦେଖିବାକୁ ଆସିଥିବା ବେଳେ କାଉଣ୍ଟରରେ କିନ୍ତୁ ଟିକେଟ୍‌ ନପାଇ ନିରାଶ ହୋଇଛନ୍ତି। ଫଳରେ ସେମାନେ କଳାବଜାରୀଙ୍କ ଠାରୁ ଟିକଟ୍‌ ମୂଲ୍ୟ ଠାରୁ ଅଧିକ ଦରରେ ଟିକେଟ୍‌ କିଣିବାକୁ ବାଧ୍ୟ ହେଉଛନ୍ତି।

ଇଷ୍ଟ ଷ୍ଟାଣ୍ଡର ମୂଲ୍ୟ ୫୦ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ୱେଷ୍ଟ୍‌ ଷ୍ଟାଣ୍ଡର ମୂଲ୍ୟ ୨୫୦ ଟଙ୍କା ରହିଛି। ହେଲେ ଉଦଘାଟନୀ ସନ୍ଧ୍ୟାକୁ ଉପଭୋଗ ପାଇଁ ଅନେକ ଲୋକ ଇଛୁକ ଥିବବେଳେ ଟିକେଟ୍‌ ନପାଇ ଘରକୁ ଫେରିଛନ୍ତି। ଆଉ କିଛି ଲୋକ ବ୍ଲାକରେ ଟିକେଟ୍‌ କିଣିବାକୁ ବାଧ୍ୟ ହୋଇଛନ୍ତି। ୫୦ ଟଙ୍କାର ଟିକେଟ୍‌କୁ ବ୍ଲାକରେ ୨୫୦ ଟଙ୍କାରୁ ଉର୍ଦ୍ଧ ଦରରେ ଦର୍ଶକ କିଣିଛନ୍ତି। ସେହିପରି ୨୫୦ ଟଙ୍କାର ଟିକେଟ୍‌କୁ ୬୦୦ ଟଙ୍କାରୁ ଉର୍ଦ୍ଧ ଦରରେ କିଣିଛନ୍ତି ଦର୍ଶକ। ଏଠି ପ୍ରଶ୍ନ ଉଠୁଛି ଏତେବଡ ପ୍ରତିଯୋଗିତା ଆୟୋଜନର ଭାର ଉଭୟ ହକି ଇଣ୍ଡିଆ ଓ ରାଜ୍ୟସରକାର ନେଇଥିଲେ ମଧ୍ୟ ଟିକେଟ୍‌ ବ୍ଲାକ୍‌ କିପରି ସମ୍ଭବ ହେଉଛି। ଏଥିପାଇଁ ଅନେକ କ୍ରୀଡାପ୍ରେମୀ ଦର୍ଶକ ଅସନ୍ତୁଷ୍ଟ ହୋଇଛନ୍ତି।

Related story