ଷ୍ଟାଡିୟମ ବାହାରେ ଟିକେଟ୍ ବ୍ଲାକରଙ୍କ ରାଜୁତି

କଟକ (ଓଡ଼ିଶା ରିପୋର୍ଟର): ବାରବାଟୀ ଦିନିକିଆ ପାଇଁ ରବିବାର ସକାଳୁ ଦର୍ଶକଙ୍କ ଗହଳି ଦେଖିବାକୁ ମିଳିଥିଲା। ଯେଉଁମାନେ କାଉଣ୍ଟରରୁ ଟିକେଟ୍ ନପାଇ ହତାଶ ହୋଇଥିଲେ, ସେମାନଙ୍କ ପାଇଁ ବାହାରେ ବ୍ଲାକରଙ୍କ ଖୁବ୍ ଭିଡ଼ ଜମିଥିଲା। ୫୦୦ ଟଙ୍କାର ଟିକେଟ୍ ଗୁଡ଼ିକ ୧୫୦୦ ଏବଂ ୨ହଜାର ଟଙ୍କାରେ ବ୍ଲାକରମାନେ ବିକ୍ରି କରିଥିଲେ। ସେହିପରି ୬୦୦ ଟଙ୍କାର ଟିକେଟ୍ ଗୁଡ଼ିକ ୨ହଜାରରୁ ୨୫୦୦ ଟଙ୍କାରେ ମିଳୁଥିଲା। ୩ହଜାର ଟଙ୍କିଆ ସ୍ପେଶାଲ୍ ଏନକ୍ଲୋଜର ଟିକେଟ୍ ଗୁଡ଼ିକ ଆକାଶଛୁଅଁ ଦରରେ ବିକ୍ରି ହୋଇଥିଲା। […]

ticket

ticket

Ranjit Kumar Jena
  • Published: Sunday, 22 December 2019
  • Updated: 22 December 2019, 08:45 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ବାରବାଟୀ ଦିନିକିଆ ପାଇଁ ରବିବାର ସକାଳୁ ଦର୍ଶକଙ୍କ ଗହଳି ଦେଖିବାକୁ ମିଳିଥିଲା। ଯେଉଁମାନେ କାଉଣ୍ଟରରୁ ଟିକେଟ୍ ନପାଇ ହତାଶ ହୋଇଥିଲେ, ସେମାନଙ୍କ ପାଇଁ ବାହାରେ ବ୍ଲାକରଙ୍କ ଖୁବ୍ ଭିଡ଼ ଜମିଥିଲା।

୫୦୦ ଟଙ୍କାର ଟିକେଟ୍ ଗୁଡ଼ିକ ୧୫୦୦ ଏବଂ ୨ହଜାର ଟଙ୍କାରେ ବ୍ଲାକରମାନେ ବିକ୍ରି କରିଥିଲେ। ସେହିପରି ୬୦୦ ଟଙ୍କାର ଟିକେଟ୍ ଗୁଡ଼ିକ ୨ହଜାରରୁ ୨୫୦୦ ଟଙ୍କାରେ ମିଳୁଥିଲା।

୩ହଜାର ଟଙ୍କିଆ ସ୍ପେଶାଲ୍ ଏନକ୍ଲୋଜର ଟିକେଟ୍ ଗୁଡ଼ିକ ଆକାଶଛୁଅଁ ଦରରେ ବିକ୍ରି ହୋଇଥିଲା। ଏହି ଟିକେଟଗୁଡ଼ିକ ୫ହଜାରରୁ ୮ହଜାର ଟଙ୍କାରେ ବିକ୍ରି ହୋଇଥିଲା। ତେବେ ବ୍ଲାକରଙ୍କୁ ଚିହ୍ନଟ କରିବାରେ ପୁଲିସ୍ ବିଫଳ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos