୧୫ତମ ଟାଇଟଲ୍ ଜିତିଲେ ଟାଇଗର ଉଡ୍ସ

ଅଗଷ୍ଟା: ଲଗାତାର ବିବାଦ ଓ ଆହତ କାରଣରୁ ଏକ ସମୟରେ କ୍ୟାରିୟରର ଖରାପ ସ୍ଥିତିରେ ଥିବା ଟାଇଗର ଉଡ୍ସ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ୮୩ତମ ମାଷ୍ଟର୍ସ ଗୋଲ୍ଡ ଟାଇଟଲ୍ ଜିତିଛନ୍ତି। ଏହା ମଧ୍ୟ ତାଙ୍କ କ୍ୟାରିୟରର ୧୫ତମ ମେଜର୍ ଟାଇଟଲ୍। ଗତ ୧୧ ବର୍ଷ ଧରି ଟାଇଟଲ୍ ଜିତିବାରୁ ବଞ୍ଚିତ ରହିଥିବା ୪୩ ବର୍ଷୀୟ ଆମେରିକୀୟ ଉଡ୍ ୨୦୦୮ ୟୁଏସ ଓପନ୍ ପରେ ପ୍ରଥମ ଟାଇଟଲ୍ ନିଜ ନାମରେ କରିଛନ୍ତି। ଏହି ଟାଇଟଲ୍ ଜିତିବା ପରେ ସେ […]

WOODS

Ranjit Kumar Jena
  • Published: Monday, 15 April 2019
  • , Updated: 15 April 2019, 08:13 PM IST

ଅଗଷ୍ଟା: ଲଗାତାର ବିବାଦ ଓ ଆହତ କାରଣରୁ ଏକ ସମୟରେ କ୍ୟାରିୟରର ଖରାପ ସ୍ଥିତିରେ ଥିବା ଟାଇଗର ଉଡ୍ସ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ୮୩ତମ ମାଷ୍ଟର୍ସ ଗୋଲ୍ଡ ଟାଇଟଲ୍ ଜିତିଛନ୍ତି। ଏହା ମଧ୍ୟ ତାଙ୍କ କ୍ୟାରିୟରର ୧୫ତମ ମେଜର୍ ଟାଇଟଲ୍।

ଗତ ୧୧ ବର୍ଷ ଧରି ଟାଇଟଲ୍ ଜିତିବାରୁ ବଞ୍ଚିତ ରହିଥିବା ୪୩ ବର୍ଷୀୟ ଆମେରିକୀୟ ଉଡ୍ ୨୦୦୮ ୟୁଏସ ଓପନ୍ ପରେ ପ୍ରଥମ ଟାଇଟଲ୍ ନିଜ ନାମରେ କରିଛନ୍ତି। ଏହି ଟାଇଟଲ୍ ଜିତିବା ପରେ ସେ କହିଥିଲେ, `ଏହି ମୋ ପାଇଁ ଅଦ୍ଭୁତ ଅନୁଭୂତି। ଆହତ କାରଣରୁ ମୁଁ ଠିକରେ ଚାଲିପାରୁ ନଥିଲି, ମୁଁ ଶୋଇ ପାରୁନଥିଲି ଏବଂ କିଛି ବି କରିପାରୁ ନଥିଲି।

ଏଭଳି ସ୍ଥିତିରେ ପ୍ରତ୍ୟାବର୍ତ୍ତନ କରି ଟାଇଟଲ୍ ଜିତିବା ମୋ ପାଇଁ ବହୁତ ଖାସ୍।' ଉଡସ୍ ୨୦୦୫ ପରେ ଏଠାରେ ନିଜର ପ୍ରଥମ ଓ ମୋଟ କ୍ୟାରିୟରର ପଞ୍ଚମ ମାଷ୍ଟର୍ସ ଟାଇଟଲ୍ ଜିତିଛନ୍ତି। ସେ ଫାଇନାଲ ରାଉଣ୍ଡରେ ୨୭୫ ସ୍କୋର କରି ୧.୮୨ ମିଲିୟନ୍ ୟୁରୋ ପୁରସ୍କାର ହାସଲ କରିଛନ୍ତି। ଆମେରିକାର ବ୍ରୁକ୍ସ କୋପକା, ଡଷ୍ଟିନ୍ ଜନସନ୍ ଓ ସ୍ୟାଣ୍ଡର ଶାଫଲେ୍ ଦ୍ୱିତୀୟ ସ୍ଥାନରେ ରହିଥିଲେ।

Related story