ଇଣ୍ଡୋନେସିଆ ଓପନ୍‌ ଜିତିବା ଲକ୍ଷ୍ୟରେ ସାଇନା

ଜାକର୍ତ୍ତା: ରିଓ ଅଲିମ୍ପିକ୍ସ ପାଇଁ ଆଉ କିଛି ଦିନ ବାକି ଥିବା ବେଳେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡୋନେସିଆ ଓପନ୍ସର ଯୋଗ୍ୟତା ଅର୍ଜନ ପର୍ଯ୍ୟାୟ। ୯୦୦,୦୦୦ ଆମେରିକୀୟ ଡଲାର ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟରେ ହାତେ‍ଇବାକୁ ପ୍ରାଣପ୍ରଣେ ଚେଷ୍ଟା କରିବେ ଭାରତୀୟ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ। ଆଘାତ କାରଣରୁ କିଛି ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିଥିବା ସାଇନା ସୁସ୍ଥ ହୋଇ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଇଣ୍ଡିଆନ୍‌ […]

saina-nehwal-french-open

Rakesh Mallick
  • Published: Sunday, 29 May 2016
  • , Updated: 29 May 2016, 11:28 AM IST

ଜାକର୍ତ୍ତା: ରିଓ ଅଲିମ୍ପିକ୍ସ ପାଇଁ ଆଉ କିଛି ଦିନ ବାକି ଥିବା ବେଳେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡୋନେସିଆ ଓପନ୍ସର ଯୋଗ୍ୟତା ଅର୍ଜନ ପର୍ଯ୍ୟାୟ। ୯୦୦,୦୦୦ ଆମେରିକୀୟ ଡଲାର ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟରେ ହାତେ‍ଇବାକୁ ପ୍ରାଣପ୍ରଣେ ଚେଷ୍ଟା କରିବେ ଭାରତୀୟ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ।

ଆଘାତ କାରଣରୁ କିଛି ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିଥିବା ସାଇନା ସୁସ୍ଥ ହୋଇ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଇଣ୍ଡିଆନ୍‌ ଓପନ୍‌, ମାଲେସିଆ ଓପନ୍‌ ଓ ଏସିଆନ୍‌ ଚାମ୍ପିଅନ୍‌ସିପ୍‌ ପରି ଗୁରୁତ୍ତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ସେ ସେମିଫାଇନାଲରୁ ଅଳ୍ପକେ ବାଦ ପଡିଛନ୍ତି।

ୟୁବର କପ୍‌ରେ ଦଳଗତ ବ୍ରୋଞ୍ଜ ବିଜୟିନୀ ସାଇନା ଏହି ଟୁର୍ଣ୍ଣାମେଣ୍ଟରେ ସବୁ ଲିଗ୍‌ ମ୍ୟାଚ୍‌ ଜିତିଥିଲେ ମଧ୍ୟ  ନକ୍‌ଆଉଟ୍‌ ପର୍ଯ୍ୟାୟରେ ଚୀନ୍‌ର ଲି ଜୁରେଇଙ୍କଠାରୁ ପରାସ୍ତ ହୋଇଥିଲେ।

ସୂଚନାଯୋଗ୍ୟ, ସାଇନା ୨୦୦୯, ୨୦୧୦ ଓ  ୨୦୧୨ ଇଣ୍ଡୋନେସିଆ ଟୁର୍ଣ୍ଣାମେଣ୍ଟ ଜିତିଥିବା ବେଳେ ଚଳିତବର୍ଷ ସେ ଏହି ଟୁର୍ଣ୍ଣାମେଣ୍ଟ ଜିତି ଅଲିମ୍ପିକ୍‌ ବିଜୟ ଆରମ୍ଭ କରିବେ।

ଅନ୍ୟପକ୍ଷରେ ପିଭି ସିନ୍ଧୁ ବିଦେଶରେ ପ୍ରଶିକ୍ଷଣ ନେଉଥିବାରୁ ଏହି ଟୁର୍ଣ୍ଣାମେଣ୍ଟ ଖେଳିବେ ନାହିଁ ବୋଲି ପୂର୍ବରୁ ସୂଚନା ଦେଇଛନ୍ତି। ସେହିପରି ପୁରୁଷ ଏକକ ବର୍ଗର କେ ଶ୍ରୀକାନ୍ତ, ଅଜୟ ଜୟରାମ, ଏଚ୍‌ ଏସ୍‌ ପ୍ରଣୟ ଓ ପି କାଶ୍ୟପ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନ ନେବାକୁ ନିଷ୍ପତ୍ତି ନେଇଛନ୍ତି।

Related story