ବାଉଣ୍ଡରୀ ବାହାର ବଲ୍‌କୁ କ୍ୟାଚ୍ ଧରି ଦର୍ଶକ ପାଇଲେ ୨୪ ଲକ୍ଷ: ଅନ୍ତର୍ଜାତୀୟ ମ୍ୟାଚ୍‌ ବେଳେ ଘଟିଛି ଘଟଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାର ଖେଳାଯାଇଥିବା ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଜଣେ ଦର୍ଶକ ୨୪ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ମ୍ୟାଚ୍‌ ଦେଖୁଥିବା ବେଳେ ନିଜ ଆଡ଼କୁ ଆସୁଥିବା ଏକ ବଲକୁ କ୍ୟାଚ୍ କରିଥିଲେ। ଏଥିପାଇଁ ସେ ପାଖାପାଖି ୨୪ ଲକ୍ଷ ଟଙ୍କା ଜିତିଛନ୍ତି। ନ୍ୟୁଜିଲାଣ୍ଡ ବ୍ୟାଟିଂ କରୁଥିବା ବେଳେ ରସ ଟେଲର ଏକ ଜୋରଦାର୍‌ ସଟ୍‌ ମାରିଥିଲେ ଯାହା ସୀମାରେଖା ବାହାରକୁ ଚାଲିଯାଇଥିଲା। ଏବଂ ଏହି ମ୍ୟାଚ୍‌ ଦେଖୁଥିବା ଜଣେ ଦର୍ଶକ ଏହାକୁ […]

NBT-image

Rakesh Mallick
  • Published: Saturday, 17 February 2018
  • , Updated: 17 February 2018, 12:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାର ଖେଳାଯାଇଥିବା ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଜଣେ ଦର୍ଶକ ୨୪ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ମ୍ୟାଚ୍‌ ଦେଖୁଥିବା ବେଳେ ନିଜ ଆଡ଼କୁ ଆସୁଥିବା ଏକ ବଲକୁ କ୍ୟାଚ୍ କରିଥିଲେ। ଏଥିପାଇଁ ସେ ପାଖାପାଖି ୨୪ ଲକ୍ଷ ଟଙ୍କା ଜିତିଛନ୍ତି। ନ୍ୟୁଜିଲାଣ୍ଡ ବ୍ୟାଟିଂ କରୁଥିବା ବେଳେ ରସ ଟେଲର ଏକ ଜୋରଦାର୍‌ ସଟ୍‌ ମାରିଥିଲେ ଯାହା ସୀମାରେଖା ବାହାରକୁ ଚାଲିଯାଇଥିଲା। ଏବଂ ଏହି ମ୍ୟାଚ୍‌ ଦେଖୁଥିବା ଜଣେ ଦର୍ଶକ ଏହାକୁ କ୍ୟାଚ୍‌ କରିବାକୁ ଚେଷ୍ଟା କିରଥିଲେ। ଏବଂ ଏହି ବଲକୁ ଦର୍ଶକ ଜଣକ ସହଜରେ କ୍ୟାଚ୍‌ କରିନେଇଥିଲେ। ଏହି ବଲ୍‌ଟି ନିକଟରେ ଲାଗିଥିବା ଏକ ବିଜ୍ଞାପନ ବୋର୍ଡ ଉପରେ ଲାଗିଥାନ୍ତା, ଏହାପୂର୍ବରୁ ଦର୍ଶକ ଜଣକ ଏହାକୁ କ୍ୟାଚ୍‌ କରିଥିଲେ। ନ୍ୟୁଜିଲାଣ୍ଡର ଇଡେନ ପାର୍କ ଷ୍ଟାଡ଼ିୟମ ଠାରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଏଭଳି ଦୃଶ୍ୟ ଦେଖାଯାଇଥିଲା। ଏହି ଷ୍ଟାଡ଼ିୟମର ପ୍ରମୋସନ ପାଇଁ ମ୍ୟାନେଜମେଣ୍ଟ ଏଭଳି ଏକ ନିଆରା ପ୍ରୟାସ କରିଥିଲେ। ମ୍ୟାନେଜମେଣ୍ଟ ଘୋଷଣା କରିଥିଲେ, ବାଉଣ୍ଡରୀ ଲାଇନ୍‌ ପାରହୋଇଥିବା ବଲକୁ ଯେଉଁ ଦର୍ଶକ ଧରି କ୍ୟାଚ୍‌ କରିନେବେ ତାଙ୍କୁ ୫୦ହଜାର ଡଲାର ପୁରସ୍କାର ଦିଆଯିବ। ମ୍ୟାଚ୍‌ ଶେଷରେ ଏହି ଆକର୍ଷଣୀୟ କ୍ୟାଚ୍‌ ପାଇଁ ଷ୍ଟାଡ଼ିୟମ ମ୍ୟାନେଜମେଣ୍ଟ କ୍ୟାଚ୍‌ ଧରିଥିବା ଦର୍ଶକଙ୍କୁ ୫୦ ହଜାର ଡଲାର୍‌ର ଏକ ଚେକ୍‌ ପ୍ରଦାନ କରିଥିଲେ।ଭାରତରେ ଏହାର ମୂଲ୍ୟ ପାଖାପାଖି ୨୪ ଲକ୍ଷ ହେବ। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣକୁ ଅଷ୍ଟ୍ରେଲିଆ ୫ ୱିକେଟ୍‌ରେ ପରାସ୍ତ କରିଥିଲା।

Related story