ଦ.ଆଫ୍ରିକାରେ ଟପ୍‌-୧୦ ଭାରତୀୟଙ୍କ ମଧ୍ୟରେ ଏବେବି ଟିମ୍‌ରେ ଅଛନ୍ତି ୨ଜଣ: ଏହି ଖେଳାଳି ନମ୍ବର-୧

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ। ସେଠାରେ ଟିମ୍‌ ୩ଟି ଟେଷ୍ଟ, ୬ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବ। ପ୍ରଥମ ଟେଷ୍ଟ ମ୍ୟାଚ୍‌ କେପ୍‌ଟାଉନ୍ ଠାରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ଟିମ୍‌ ଦ୍ୱିତୀୟ ଇଂନିସ୍‌ ଖେଳୁଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଛି। ଦକ୍ଷିଣ ଆଫ୍ରିକାରେ ଏପର୍ଯ୍ୟନ୍ତ ଟିମ୍‌ ଇଣ୍ଡିଆ ୧୭ଟି ଟେଷ୍ଟ ମ୍ୟାଚ୍‌ ଖେଳିଛି। ଯେଉଁଥିରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ରେକର୍ଡ ବହୁତ ଖରାପ ରହିଛି। ଦକ୍ଷିଣ […]

13SC-TEAMINDIA

13SC-TEAMINDIA

Ordigital Desk
  • Published: Sunday, 07 January 2018
  • Updated: 07 January 2018, 10:05 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ। ସେଠାରେ ଟିମ୍‌ ୩ଟି ଟେଷ୍ଟ, ୬ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବ। ପ୍ରଥମ ଟେଷ୍ଟ ମ୍ୟାଚ୍‌ କେପ୍‌ଟାଉନ୍ ଠାରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ଟିମ୍‌ ଦ୍ୱିତୀୟ ଇଂନିସ୍‌ ଖେଳୁଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଛି।

ଦକ୍ଷିଣ ଆଫ୍ରିକାରେ ଏପର୍ଯ୍ୟନ୍ତ ଟିମ୍‌ ଇଣ୍ଡିଆ ୧୭ଟି ଟେଷ୍ଟ ମ୍ୟାଚ୍‌ ଖେଳିଛି। ଯେଉଁଥିରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ରେକର୍ଡ ବହୁତ ଖରାପ ରହିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟପ୍‌-୧୦ ବ୍ୟାଟ୍ସମ୍ୟାନ୍‌ ଅଛନ୍ତି, ଯେଉଁମାନେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସର୍ବାଧିକ ରନ୍‌ ସ୍କୋର କରିଛନ୍ତି। ଏହି ୧୦ ଜଣଙ୍କ ମଧ୍ୟରୁ ୨ଜଣ ଏମିତି ବ୍ୟାଟ୍ସମ୍ୟାନ୍‌ ଅଛନ୍ତି ଯିଏ ବର୍ତ୍ତମାନ ମଧ୍ୟ ଭାରତୀୟ ଦଳରେ ସାମିଲ ଅଛନ୍ତି।

ଏହି ଦୁଇଜଣ ଖେଳାଳି ହେଲେ ଚେତେଶ୍ୱର ପୂଜାରା ଏବଂ ବିରାଟ କୋହଲି। ଚେତେଶ୍ୱର ୪ଟି ମ୍ୟାଚ୍ ଖେଳି ୩୧୧ ରନ୍ କରିଛନ୍ତି। ଏହାମଧ୍ୟରେ ତାଙ୍କର ସର୍ବାଧିକ ସ୍କୋର୍‌ ରହିଛି ୧୫୩ । ସେହିପରି ବିରାଟ ୨ଟି ମ୍ୟାଚ୍‌ ଖେଳି ୨୭୨ ରନ କରିଛନ୍ତି। ଏହା ମଧ୍ୟରେ ୧୧୯ ରନ ତାଙ୍କର ସର୍ବାଧିକ ସ୍କୋର୍‌ ରହିଛି। ଟପ୍‌-୧୦ ଲିଷ୍ଟରେ ପୂଜାରା ୭ ନମ୍ବରରେ ଥିବା ବେଳେ କୋହଲି ୯ ନମ୍ବର ସ୍ଥାନରେ ରହିଛନ୍ତି। ଏହି ଲିଷ୍ଟରେ ପ୍ରଥମ ସ୍ଥାନରେ ଅଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ସଚିନ ୧୫ଟି ମ୍ୟାଚ୍‌ ଖେଳି ୧୧୬୧ରନ କରିଛନ୍ତି। ଏହି ୧୫ଟି ମ୍ୟାଚ୍‌ରୁ ସେ ଏକାକି ୫ଟି ଶତକ ମଧ୍ୟ ମାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos