କାଲିଠୁ IPL ମହାସମର: ୧ନମ୍ବର ହେବାକୁ ୩ ଭାରତୀୟଙ୍କ ମଧ୍ୟରେ ହେବ ଲଢେଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଲି ଠାରୁ ଆରମ୍ଭ ହେବ କ୍ରିକେଟ୍‌ର ମହାସମର। ବିଶ୍ୱର ବଛାବଛା କ୍ରିକେଟର୍‌ଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ। ଦୀର୍ଘ ୫୧ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ମୋଟି ୬୦ଟି ମ୍ୟାଚ୍‌ ଖେଳାଯିବ। ୮ଟି ଫ୍ରାଞ୍ଚାଇଜ୍ ଏଥିରେ ଅଂଶଗ୍ରହଣ କରିବେ। ଏପ୍ରିଲ ୭ ତାରିଖରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। ଯେଉଁଥିରେ ସାମ୍ନାସାମ୍ନି ହେବେ ଆଇପିଏଲର ଦୁଇ ଶ୍ରେଷ୍ଠ ଟିମ୍‌ ଚେନ୍ନାଇ ଓ ମୁମ୍ବାଇ। ଆଇପିଏଲରେ ଯେଉଁଦଳରେ ଯେତେ ଭଲ ବୋଲର୍ ଅଛନ୍ତି ସେହି […]

JFphj5EN1W

Rakesh Mallick
  • Published: Friday, 06 April 2018
  • , Updated: 06 April 2018, 09:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଲି ଠାରୁ ଆରମ୍ଭ ହେବ କ୍ରିକେଟ୍‌ର ମହାସମର। ବିଶ୍ୱର ବଛାବଛା କ୍ରିକେଟର୍‌ଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ। ଦୀର୍ଘ ୫୧ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ମୋଟି ୬୦ଟି ମ୍ୟାଚ୍‌ ଖେଳାଯିବ। ୮ଟି ଫ୍ରାଞ୍ଚାଇଜ୍ ଏଥିରେ ଅଂଶଗ୍ରହଣ କରିବେ। ଏପ୍ରିଲ ୭ ତାରିଖରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। ଯେଉଁଥିରେ ସାମ୍ନାସାମ୍ନି ହେବେ ଆଇପିଏଲର ଦୁଇ ଶ୍ରେଷ୍ଠ ଟିମ୍‌ ଚେନ୍ନାଇ ଓ ମୁମ୍ବାଇ।

ଆଇପିଏଲରେ ଯେଉଁଦଳରେ ଯେତେ ଭଲ ବୋଲର୍ ଅଛନ୍ତି ସେହି ଦଳର ପ୍ରଦର୍ଶନ ସେତେ ଭଳ ରହିଛି। ବୋଲରମାନେ ହିଁ ଏହି ପ୍ରତିଯୋଗିତାରେ ମ୍ୟାଚ୍‌ ବିଜୟର ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ପୂର୍ବ ରେକର୍ଡକୁ ଯଦି ଲକ୍ଷ୍ୟ କରାଯାଏ ତେବେ ଆଇପିଏଲର ସବୁଠୁ ସଫଳ ବୋଲର ତାଲିକାରେ ମାଲିଙ୍ଗାଙ୍କ ନାଁ ପ୍ରଥମରେ ଅଛି। କିନ୍ତୁ ସବୁଠୁ ଅଶ୍ଚର୍ଯ୍ୟର କଥା ଏହି ସଫଳ ବୋଲରଙ୍କୁ ଏଥର ଆଇପିଏଲରେ କୌଣସି ଟିମ୍‌ କିଣିବାକୁ ଇଛା ପ୍ରକାଶ କରିଲେନାହିଁ। ଫଳରେ ସେ ପ୍ରଥମ ଥର ପାଇଁ ଅନ-ସୋଲ୍ଡ ହୋଇ ଆଇପିଏଲ ଖେଳିବାରୁ ବଞ୍ଚିତ ହୋଇଛନ୍ତି।

ମାଲିଙ୍ଗା ଆରମ୍ଭରୁ ମୁମ୍ବାଇ ଟିମ୍‌ରେ ଖେଳିଆସୁଥିଲେ। ମାଲିଙ୍ଗା ମୋଟ ୧୧୦ଟି ମ୍ୟାଚ୍‌ ଖେଳି ୧୫୪ଟି ୱିକେଟ୍‌ ହାସଲ କରିଛନ୍ତି। ଫଳରେ ଆଇପିଏଲରେ ସର୍ବାଧିକ ୱିକେଟ୍‌ ନେବାର ରେକର୍ଡ ଏବେ ତାଙ୍କ ନାଁରେ ରହିଛି। ତାଲିକାରେ ଦ୍ୱିତୀୟରେ ଅଛନ୍ତି ଅମିତ ମିଶ୍ରା। ସେ ଆଇପିଏଲରେ ଡେକାନ ଚାର୍ଜେସ, ଦିଲ୍ଲୀ ଓ ହାଇଦ୍ରାବାଦ ଟିମ୍‌ରେ ଖେଳିସାରିଛନ୍ତି। ଅମିତ ମିଶ୍ର ଆଇପିଏଲରେ ୧୨୬ଟି  ମ୍ୟାଚ୍‌ ଖେଳି ୧୩୪ଟି ୱିକେଟ୍‌ ନେଇ ଦ୍ୱିତୀୟ ସର୍ବାଧିକ ୱିକେଟ୍‌ ଟେକର୍‌ ହୋଇଛନ୍ତି। ତାଙ୍କ ପଛକୁ ହରଭଜନ ସିଂ ତୃତୀୟ ସ୍ଥାନରେ ଅଛନ୍ତି। ହରଭଜନ ୧୩୪ଟି ମ୍ୟାଚ୍‌ ଖେଳି ୧୨୭ଟି ୱିକେଟ୍‌ ନେଇଛନ୍ତି। ପ୍ରଥମ ସଂସ୍କରଣରୁ ସେ ମୁମ୍ବାଇ ଟିମ୍‌ରେ ଖେଳିଆସିଥିବା ବେଳେ ପ୍ରଥମ ଥର ଭଜି ଚେନ୍ନାଇ ଟିମ୍‌ରେ ସ୍ଥାନ ପାଇଛନ୍ତି। ଟପ୍‌ ବୋଲର୍‌ ଲିଷ୍ଟରେ ପିୟୁଷ ଚାୱଲା ୪ର୍ଥ ସ୍ଥାନରେ ଅଛନ୍ତି। ସେ ୧୨୮ ମ୍ୟାଚ୍‌ ଖେଳି ୧୨୬ ୱିକେଟ ନେଇଛନ୍ତି। ସେହିପରି ପଞ୍ଚମ ସ୍ଥାନରେ ଅଛନ୍ତି ୱେଷ୍ଟଇଣ୍ଡିଜ୍‌ର ବ୍ରାଭୋ। ବ୍ରାଭୋ ଆଇପିଏଲରେ ୧୦୩ଟି ମ୍ୟାଚ୍‌ ଖେଳି ୧୨୨ ୱିକେଟ୍‌ ନେଇ ଟପ୍‌ ବୋଲର ତାଲିକାରେ ୫ମ ସ୍ଥାନରେ ଅଛନ୍ତି।  

ଆଇପିଏଲରେ ଏଥର ମାଲିଙ୍ଗା ଖେଳୁନଥିବାରୁ ହରଭଜନ ଅମିତ ମିଶ୍ରା ଓ ପିୟୁଷ ଚାୱଲାଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର ପାଇଁ କଡ଼ା ଟକ୍କର ହେବ। ଯେହେତୁ ବ୍ରାଭୋ ୱିକେଟ୍‌ ନେବାରେ ଏମାନଙ୍କ ଠାରୁ ବହୁ ପଛରେ ଅଛନ୍ତି ସେଥିପାଇଁ ସେ ଏହି ତାଲିକାରେ ରହିବା ସମ୍ଭାବନା କମ।

Related story