ଜାଭେଦ ମିଆଁଦାଦଙ୍କ ଏହି ରେକର୍ଡ ଭାଙ୍ଗିଲେ ବାବର ଆଜମ

ଇସ୍‌ଲାମାବାଦ: ପାକିସ୍ତାନ ବିଶ୍ୱକପ୍‌ ଦୌଡ଼ରୁ ବାଦ୍‌ ପଡ଼ିଛି। ହେଲେ ମଧ୍ୟକ୍ରମ ବ୍ୟାଟସ୍‌ମ୍ୟାନ୍‌ ବାବର ଆଜମ ଚଳିତ ବିଶ୍ୱକପ୍‌ରେ ପାକିସ୍ତାନ ପାଇଁ ୨୭ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ସେ ଗୋଟିଏ ବିଶ୍ୱକପ୍‌ରେ ପାକିସ୍ତାନ ପାଇଁ ସର୍ବାଧିକ ରନ ହାସଲକାରୀ ଖେଳାଳି ହୋଇଛନ୍ତି। ଏହାପୂର୍ବରୁ ଏହି ରେକର୍ଡ ଜାଭେଦ ମିଆଁଦାଦଙ୍କ ନାଁରେ ରହିଥିଲା। ମିଆଁଦାଦ ୧୯୯୨ ବିଶ୍ୱକପ୍‌ରେ ପାକିସ୍ତାନ ପାଇଁ ୪୩୭ ରନ୍‌ କରିଥିଲେ। ହେଲେ ବାବର ଚଳିତ ବିଶ୍ୱକପ୍‌ରେ ପାକିସ୍ତାନ ପାଇଁ ୪୭୪ ରନ୍‌ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ […]

aqaq

Hemant Lenka
  • Published: Saturday, 06 July 2019
  • , Updated: 06 July 2019, 05:40 PM IST

ଇସ୍‌ଲାମାବାଦ: ପାକିସ୍ତାନ ବିଶ୍ୱକପ୍‌ ଦୌଡ଼ରୁ ବାଦ୍‌ ପଡ଼ିଛି। ହେଲେ ମଧ୍ୟକ୍ରମ ବ୍ୟାଟସ୍‌ମ୍ୟାନ୍‌ ବାବର ଆଜମ ଚଳିତ ବିଶ୍ୱକପ୍‌ରେ ପାକିସ୍ତାନ ପାଇଁ ୨୭ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ସେ ଗୋଟିଏ ବିଶ୍ୱକପ୍‌ରେ ପାକିସ୍ତାନ ପାଇଁ ସର୍ବାଧିକ ରନ ହାସଲକାରୀ ଖେଳାଳି ହୋଇଛନ୍ତି। ଏହାପୂର୍ବରୁ ଏହି ରେକର୍ଡ ଜାଭେଦ ମିଆଁଦାଦଙ୍କ ନାଁରେ ରହିଥିଲା।

ମିଆଁଦାଦ ୧୯୯୨ ବିଶ୍ୱକପ୍‌ରେ ପାକିସ୍ତାନ ପାଇଁ ୪୩୭ ରନ୍‌ କରିଥିଲେ। ହେଲେ ବାବର ଚଳିତ ବିଶ୍ୱକପ୍‌ରେ ପାକିସ୍ତାନ ପାଇଁ ୪୭୪ ରନ୍‌ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବାବର ଶତକୀୟ ଇନିଂସ ଖେଳିଥିଲେ।

ଗତକାଲି ବାଂଲାଦେଶ ବିପକ୍ଷରେ ସେ ୯୬ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ୧୯୯୨ ପରେ ପାକିସ୍ତାନ ପକ୍ଷରୁ କୌଣସି ବ୍ୟାଟସ୍‌ମ୍ୟାନ୍‌ ବିଶ୍ୱକପ୍‌ରେ ଏତେ ରନ୍‌ କରି ନଥିଲେ। ୧୯୯୯ରେ ଓପନର ସୟିଦ ଅନୱାର ୩୬୮ କରିପାରିଥିଲେ। ହେଲେ ଏହାଠାରୁ ଅଧିକ ରନ୍‌ କେବେ କୌଣସି ପାକ୍‌ ବ୍ୟାଟସ୍‌ମ୍ୟାନ କରିପାରିନଥିଲେ।

Related story