ଖେଲୋ ଇଣ୍ଡିଆରେ ଭାଗ ନେବେ ଓଡ଼ିଶାର ଦୁଇ ଅନ୍ତର୍ଜାତୀୟ ସାଇକ୍ଲିଷ୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ମାସ ୧୦ରୁ ୨୨ ତାରିଖ ଯାଏ ଆସାମର ଗୌହାଟୀରେ ଖେଲୋ ଇଣ୍ଡିଆ ୟୁଥ ଗେମ୍ସର ତୃତୀୟ ସଂସ୍କରଣ ପ୍ରତିଯୋଗିତା ହେବାକୁ ଯାଉଛି। ଏଥିରେ ୧୬ଟି କ୍ରୀଡ଼ା ରହିଥିବା ବେଳେ ପ୍ରଥମଥର ପାଇଁ ଓଡ଼ିଶା ତଥା ରାଉରକେଲାର ଦୁଇ ଅନ୍ତର୍ଜାତୀୟ ସାଇକ୍ଲିଷ୍ଟ ଦିନେଶ କୁମାର ଓ ସ୍ୱସ୍ତି ସିଂ ଭାଗ ନେବାକୁ ଯାଉଛନ୍ତି। ଦିନେଶ କୁମାର ୨୦୧୮ ଜାନୁଆରୀରେ ଆମେରିକାର ବାହାମସଠାରେ ଆୟୋଜିତ ବିଶ୍ୱ ସାଇକ୍ଲିଙ୍ଗ୍ ପ୍ରତିଯୋଗିତାରେ ୧୮ ବର୍ଷରୁ କମ ବର୍ଗର […]

khelo-india

Ranjit Kumar Jena
  • Published: Wednesday, 08 January 2020
  • , Updated: 08 January 2020, 08:33 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ମାସ ୧୦ରୁ ୨୨ ତାରିଖ ଯାଏ ଆସାମର ଗୌହାଟୀରେ ଖେଲୋ ଇଣ୍ଡିଆ ୟୁଥ ଗେମ୍ସର ତୃତୀୟ ସଂସ୍କରଣ ପ୍ରତିଯୋଗିତା ହେବାକୁ ଯାଉଛି। ଏଥିରେ ୧୬ଟି କ୍ରୀଡ଼ା ରହିଥିବା ବେଳେ ପ୍ରଥମଥର ପାଇଁ ଓଡ଼ିଶା ତଥା ରାଉରକେଲାର ଦୁଇ ଅନ୍ତର୍ଜାତୀୟ ସାଇକ୍ଲିଷ୍ଟ ଦିନେଶ କୁମାର ଓ ସ୍ୱସ୍ତି ସିଂ ଭାଗ ନେବାକୁ ଯାଉଛନ୍ତି।

ଦିନେଶ କୁମାର ୨୦୧୮ ଜାନୁଆରୀରେ ଆମେରିକାର ବାହାମସଠାରେ ଆୟୋଜିତ ବିଶ୍ୱ ସାଇକ୍ଲିଙ୍ଗ୍ ପ୍ରତିଯୋଗିତାରେ ୧୮ ବର୍ଷରୁ କମ ବର୍ଗର ଇଣ୍ଡିଭିଜୁଆଲ୍ ପର୍ଶୁଟରେ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ସେହିବର୍ଷ ଏସିଆନ୍ ସାଇକ୍ଲିଙ୍ଗ୍ ଚାମ୍ପିୟନଶିପରେ ୨ କିମି ଇଣ୍ଡିଭିଜୁଆଲ ପର୍ଶୁଟ ଓ ମାଷ୍ଟର୍ ପ୍ରତିଯୋଗିତାରେ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଥିଲେ।

ସେହିପରି ସ୍ୱସ୍ତି ସିଂ ୨୦୧୮ରେ ଦିଲ୍ଲୀରେ ଆୟୋଜିତ ଟ୍ରାକ ଏସିଆ ସାଇକ୍ଲିଙ୍ଗ୍ ଚାମ୍ପିୟନଶିପର ୧୭ ବର୍ଷରୁ କମ ବୟସ ବର୍ଗର ୨ କିମି ଇଣ୍ଡିଭିଜୁଆଲ ଓ ୬ କିମି ସ୍କ୍ରଚ୍ ପ୍ରତିଯୋଗିତାରେ ଯଥାକ୍ରମେ ସ୍ୱର୍ଣ୍ଣ ଓ କାଂସ୍ୟ ଆଣି ଥିବାବେଳେ ୨୦୧୮ ଏସିଆନ ଚାମ୍ପିୟନଶିପରେ ୩ କିମି ଇଣ୍ଡିଭିଜୁଆଲ ପର୍ଶୁଟରେ କାଂସ୍ୟ ପଦକ ହାସଲ କରିଥିଲେ।

ସେହିପରି ପ୍ରଥମ ଥର ପାଇଁ ଖେଲୋ ଇଣ୍ଡିଆ ରେ ଭାଗ ନେଉଥିବାରୁ ଉଭୟ ଖେଳାଳି ମେଡାଲ ପାଇବା ପାଇଁ ଆଶାବାଦୀ ଥିଲାବେଳେ ଉଭୟଙ୍କ କୋଚ୍ ତଥା ଅନ୍ତର୍ଜାତୀୟ ସାଇକ୍ଲିଷ୍ଟ ସୁଶୀଲ କୁମାର ଦାସ ମଧ୍ୟ ତାଙ୍କର ସଫଳତା କାମନା କରିଛନ୍ତି।

Related story