ଦକ୍ଷିଣ ଆଫ୍ରିକାର ଦୁଇ ଜଣ ଷ୍ଟାର୍‌ ଖେଳାଳି ଟିମ୍‌ରୁ ବିଦା: ଜାଣନ୍ତୁ କାହିଁକି ଏଥିପାଇଁ ବିରାଟ ଦାୟୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍ ଟିମ୍‌ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ। ଟେଷ୍ଟ ସିରିଜ ଶେଷ ହେବା ପରେ ୬ଟିକିଆ ଦିନିକିଆ ସରିଜ ଚାଲିଛି। ୬ଟି ଦିନିକିଆରୁ ଏପର୍ଯ୍ୟନ୍ତ ୨ଟି ଦିନିକିଆ ଖେଳାଯାଇଥିବା ବେଳେ ଏହି ଦୁଇଟିରେ ଭାରତ ଜିତିଛି। ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଡୁପ୍ଲେସିସ ଆହତ ହୋଇଥିଲେ। ଏହାପରେ ଟିମର ନେତୃତ୍ୱ ନେଇଥିଲେ ଇଡ଼େନ ମାର୍କରମ। ଏହି ଗସ୍ତରେ ଦକ୍ଷିଣ ଆଫ୍ରିକାର ଏପର୍ଯ୍ୟନ୍ତ ୨ଜଣ କ୍ରିକେଟର୍ ଆହତ ହୋଇ ଟିମ୍‌ରୁ ବାହାର ହୋଇଛନ୍ତି। […]

virat2_1517734298

Rakesh Mallick
  • Published: Sunday, 04 February 2018
  • , Updated: 04 February 2018, 11:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍ ଟିମ୍‌ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ। ଟେଷ୍ଟ ସିରିଜ ଶେଷ ହେବା ପରେ ୬ଟିକିଆ ଦିନିକିଆ ସରିଜ ଚାଲିଛି। ୬ଟି ଦିନିକିଆରୁ ଏପର୍ଯ୍ୟନ୍ତ ୨ଟି ଦିନିକିଆ ଖେଳାଯାଇଥିବା ବେଳେ ଏହି ଦୁଇଟିରେ ଭାରତ ଜିତିଛି। ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଡୁପ୍ଲେସିସ ଆହତ ହୋଇଥିଲେ। ଏହାପରେ ଟିମର ନେତୃତ୍ୱ ନେଇଥିଲେ ଇଡ଼େନ ମାର୍କରମ।

ଏହି ଗସ୍ତରେ ଦକ୍ଷିଣ ଆଫ୍ରିକାର ଏପର୍ଯ୍ୟନ୍ତ ୨ଜଣ କ୍ରିକେଟର୍ ଆହତ ହୋଇ ଟିମ୍‌ରୁ ବାହାର ହୋଇଛନ୍ତି। ଏବଂ ଏହି ଦୁଣ ଜଣ କ୍ରିକେଟର୍‌ ଟିମ୍‌ରୁ ବାହର ହେବା ପଛରେ ଭାରତର ଅଧିନାୟକ ବିରାଟ କୋହଲିଙ୍କ ହାତ ରହିଛି।

ଦକ୍ଷିଣ ଆଫ୍ରିକା ଟିମ୍‌ର ବିସ୍ଫୋରକ ଖେଳାଳି ଡିଭିଲିୟର୍ସ ଏବଂ ଡୁପ୍ଲେସିସ ଆହତ ହୋଇଛନ୍ତି। ଯେଉଁଥିରେ ଡୁପ୍ଲେସିସ ପୁରା ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜରୁ ବାହାର ହୋଇଥିବା ବେଳେ ଡିଭିଲିୟର୍ସ ୩ଟି ଦିନିକିଆ ମ୍ୟାଚ ପାଇଁ ଟିମରୁ ବାହର ହୋଇଯାଇଛନ୍ତି।

ଟେଷ୍ଟ ସିରିଜର ଶେଷ ମ୍ୟାଚରେ ଡିଭିଲିୟର୍ସ ବିରାଟଙ୍କୁ କ୍ୟାଚ୍‌ ଆଉଟ୍‌ କରିବାକୁ ଚେଷ୍ଟା କରି ଆହତ ହୋଇଥିଲେ। ଏହାପରେ ସେ ଦିନିକିଆ ସିରିଜର ୩ଟି ମ୍ୟାଚ୍‌ ପାଇଁ ଟିମରୁ ଆଉଟ୍‌ ହୋଇଗଲେ। ସେହିପରି ଫେବ୍ରୁଆରୀ ୧ ତାରିଖରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଡୁପ୍ଲେସିସି ମଧ୍ୟ ବିରାଟଙ୍କ କ୍ୟାଚ୍ ନେବାକୁ ଚେଷ୍ଟା କରି ଆହତ ହୋଇଥିଲେ।

Related story