U-20 ଫୁଟବଲ୍‌ ବିଶ୍ୱକପ୍‌ ଆୟୋଜନ ଲାଗି ଆବେଦନ କରିବ ଏଆଇଏଫ୍‌ଏଫ୍‌

ଦୋହା: ଅଲ୍‌ ଇଣ୍ଡିଆ ଫୁଟ୍‌ବଲ ଫେଡେରେସନ (ଏଆଇଏଫ୍‌ଏଫ୍‌) U-20 ଫିଫା ବିଶ୍ୱକପ୍‌ ଆୟୋଜନ ପାଇଁ ଆବେଦନ କରିବ। ଏ ନେଇ ଆଜି ଏଆଇଏଫ୍‌ଏଫ୍‌ ସଭାପତି ପ୍ରଫୁଲ୍ଲ ପଟେଲ ସୂଚନା ଦେଇଛନ୍ତି। ୨୦୧୭ରେ ହେବାକୁ ଥିବା U-17 ଫିଫା ବିଶ୍ୱକପ୍‌ ଭାରତରେ ଆୟୋଜନ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପଟେଲ କହିଛନ୍ତି,“ଆସନ୍ତାବର୍ଷ U-17 ଫିଫା ବିଶ୍ୱକପ୍‌ ଆମେ ଆୟୋଜନ କରିବାକୁ ଯାଉଛୁ। ଏହା ଆମପାଇଁ ବହୁତ ଗର୍ବର ବିଷୟ। ଏବେ ଆମେ U-16 ଓ U-17 […]

aiff

Rakesh Mallick
  • Published: Monday, 21 November 2016
  • , Updated: 21 November 2016, 06:04 PM IST

ଦୋହା: ଅଲ୍‌ ଇଣ୍ଡିଆ ଫୁଟ୍‌ବଲ ଫେଡେରେସନ (ଏଆଇଏଫ୍‌ଏଫ୍‌) U-20 ଫିଫା ବିଶ୍ୱକପ୍‌ ଆୟୋଜନ ପାଇଁ ଆବେଦନ କରିବ। ଏ ନେଇ ଆଜି ଏଆଇଏଫ୍‌ଏଫ୍‌ ସଭାପତି ପ୍ରଫୁଲ୍ଲ ପଟେଲ ସୂଚନା ଦେଇଛନ୍ତି।

୨୦୧୭ରେ ହେବାକୁ ଥିବା U-17 ଫିଫା ବିଶ୍ୱକପ୍‌ ଭାରତରେ ଆୟୋଜନ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ପଟେଲ କହିଛନ୍ତି,“ଆସନ୍ତାବର୍ଷ U-17 ଫିଫା ବିଶ୍ୱକପ୍‌ ଆମେ ଆୟୋଜନ କରିବାକୁ ଯାଉଛୁ। ଏହା ଆମପାଇଁ ବହୁତ ଗର୍ବର ବିଷୟ। ଏବେ ଆମେ U-16 ଓ U-17 ବୟସ ବର୍ଗର ପିଲାମାନଙ୍କ ଉପରେ ଅଧିକ ଧ୍ୟାନ ଦେଉଛୁ। ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯାଉଛି।”

ସେ କହିଛନ୍ତି,“ଏହି ଖେଳାଳିମାନେ U-17 ବିଶ୍ୱକପ୍‌ରେ ଭଲ ଖେଳିବେ ବୋଲି ଆମେ ଆଶା କରୁଛୁ। ଏହି ଟୁର୍ଣ୍ଣାମେଣ୍ଟ ସମୟରେ ଆମେ ୨୦୧୯, U-20 ବିଶ୍ୱକପ୍‌ ଆୟୋଜନ ନେଇ ଆବେନଦ କରିବୁ। ଏ ନେଇ ଆମେ ଫିଫା କମ୍ପିଟିସନ୍‌ କମିଟିକୁ ଅବଗତ କରି ସାରିଛୁ।

Related story