ଉବେର କପ୍‌: ଚୀନ୍‌ଠାରୁ ହାରି ବ୍ରୋଞ୍ଜ ପାଇଲା ଭାରତୀୟ ମହିଳା ଦଳ

କୁଶାନ(ଚୀନ୍): ଉବେର କପ୍‌ ବ୍ୟାଡ୍‌ମିଣ୍ଟନ୍ ଚାମ୍ପିଅନସିପ୍‌ର ସେମିଫାଇନାଲରେ ଶୁକ୍ରବାର ଭାରତୀୟ ମହିଳା ଦଳ ଚୀନ୍‌ଠାରୁ ୦-୩ରେ ପରାଜିତ ହୋଇ ବ୍ରୋଞ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି। ଦୁଇଟି ଭିନ୍ନ ଭିନ୍ନ ଏକକ ମ୍ୟାଚ୍‌ରେ ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ସ୍ଥାନରେ ଥିବା ସାଇନା ନେହୱାଲ ଓ ପିଭି ସିନ୍ଧୁ ସେମାନଙ୍କ ବିପକ୍ଷ ଖେଳାଳିଙ୍କଠାରୁ ପରାଜିତ ହୋଇଥିଲେ। ଜ୍ୱାଲା ଗୁଟ୍ଟା ଓ ଏନ୍‌ ସିକ୍କି ରେଡ୍ଡୀ ପ୍ରଥମ ଯୁଗଳ ମ୍ୟାଚ୍‌ରେ ପରାଜିତ ହୋଇ ଭାରତର ଅଭିଯାନକୁ ଶେଷ କରିଥିଲେ। ସାଇନା ଚୀନର […]

saina-nehwal-french-open

Rakesh Mallick
  • Published: Friday, 20 May 2016
  • , Updated: 20 May 2016, 10:51 AM IST

କୁଶାନ(ଚୀନ୍): ଉବେର କପ୍‌ ବ୍ୟାଡ୍‌ମିଣ୍ଟନ୍ ଚାମ୍ପିଅନସିପ୍‌ର ସେମିଫାଇନାଲରେ ଶୁକ୍ରବାର ଭାରତୀୟ ମହିଳା ଦଳ ଚୀନ୍‌ଠାରୁ ୦-୩ରେ ପରାଜିତ ହୋଇ ବ୍ରୋଞ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି। ଦୁଇଟି ଭିନ୍ନ ଭିନ୍ନ ଏକକ ମ୍ୟାଚ୍‌ରେ ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ସ୍ଥାନରେ ଥିବା ସାଇନା ନେହୱାଲ ଓ ପିଭି ସିନ୍ଧୁ ସେମାନଙ୍କ ବିପକ୍ଷ ଖେଳାଳିଙ୍କଠାରୁ ପରାଜିତ ହୋଇଥିଲେ। ଜ୍ୱାଲା ଗୁଟ୍ଟା ଓ ଏନ୍‌ ସିକ୍କି ରେଡ୍ଡୀ ପ୍ରଥମ ଯୁଗଳ ମ୍ୟାଚ୍‌ରେ ପରାଜିତ ହୋଇ ଭାରତର ଅଭିଯାନକୁ ଶେଷ କରିଥିଲେ।

ସାଇନା ଚୀନର ଲିଙ୍କଠାରୁ ୧୫-୨୧ ୨୧-୧୨ ୧୭-୨୧ରେ ପରାଜିତ ହୋଇଥିଲେ। ସେହିପରି ସିନ୍ଧୁ ଏସ୍‌.ୱାଙ୍ଗଠାରୁ ୧୩-୨୧ ୨୧-୨୩ ୨୧-୨୩ରେ ପରାଜିତ ହୋଇଥିଲେ।

ଯୁଗଳ ବର୍ଗରେ ଜ୍ୱାଲା ଗୁଟ୍ଟା-ରେଡ୍ଡୀ ଯୋଡି ଟିନ୍‌ କ୍ୱିଙ୍ଗ ଓ ଝାଓ ୟୁନ୍‌ଲି ଯୋଡିଙ୍କ ଠାରୁ ୬-୨୧ ୬-୨୧ରେ ପରାଜିତ ହୋଇଥିଲେ।

Related story