ଓଡ଼ିଆ ପୁଅ ପାଇଁ ଦେଶକୁ ମିଳିବ ନୂଆ ପରିଚୟ:ୱାର୍ଲ୍ଡ ବାଇକ୍‌ ରେସିଂରେ ପ୍ରଥମ ଭାରତୀୟ ଭାବେ ଭାଗ ନେବାକୁ ଲକ୍ଷ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଇକ ରେସିଂ ପାଇଁ ଓଡିଶାରେ ଭିତ୍ତିଭୂମି ନାହିଁ କି ପରିବାରରେ ଆର୍ଥିକ ସ୍ୱଚ୍ଛଳ ନାହିଁ। ତଥାପି ଓଡିଆ ବାଇକ ରେସର୍‌ ଉଦୀପ୍ତ ରଥଙ୍କ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ସବୁ କିଛି। ରାଜଧାନୀର ପ୍ରଫେସନାଲ ବାଇକ ରେସର୍‌ ଉଦୀପ୍ତ ପ୍ରଥମ ଭାରତୀୟ ଭାବେ ବିଶ୍ୱ ରୋଡ ରେସିଂ ପାଇଁ ଟାର୍ଗେଟ ରଖିଛନ୍ତି। ଭୁବନେଶ୍ୱରର ଉଦୀପ୍ତ  ରଥ  ୧୩ ବର୍ଷ ବୟସରେ ବାଇକରେ ଷ୍ଟଣ୍ଟ ଦେଖାଉ ଦେଖାଉ ବନିଗଲେ ଅନ୍ତର୍ଜାତୀୟ ପ୍ରଫେସନାଲ ବାଇକ୍ ରେସର୍‌। […]

20633454_1952362015039295_5115703170802122752_n

Rakesh Mallick
  • Published: Friday, 12 January 2018
  • , Updated: 12 January 2018, 09:56 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଇକ ରେସିଂ ପାଇଁ ଓଡିଶାରେ ଭିତ୍ତିଭୂମି ନାହିଁ କି ପରିବାରରେ ଆର୍ଥିକ ସ୍ୱଚ୍ଛଳ ନାହିଁ। ତଥାପି ଓଡିଆ ବାଇକ ରେସର୍‌ ଉଦୀପ୍ତ ରଥଙ୍କ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ସବୁ କିଛି। ରାଜଧାନୀର ପ୍ରଫେସନାଲ ବାଇକ ରେସର୍‌ ଉଦୀପ୍ତ ପ୍ରଥମ ଭାରତୀୟ ଭାବେ ବିଶ୍ୱ ରୋଡ ରେସିଂ ପାଇଁ ଟାର୍ଗେଟ ରଖିଛନ୍ତି।

ଭୁବନେଶ୍ୱରର ଉଦୀପ୍ତ  ରଥ  ୧୩ ବର୍ଷ ବୟସରେ ବାଇକରେ ଷ୍ଟଣ୍ଟ ଦେଖାଉ ଦେଖାଉ ବନିଗଲେ ଅନ୍ତର୍ଜାତୀୟ ପ୍ରଫେସନାଲ ବାଇକ୍ ରେସର୍‌। ଅନ୍ତର୍ଜାତୀୟ ବାଇକ୍ ରେସ୍ ପାଇଁ ଲାଇସେନସ ମଧ୍ୟ ପାଇଛନ୍ତି ତା ପରେ ଜାତୀୟ ସ୍ତରର ବାଇକ୍ ରେସିଂରେ ନିଜକୁ ଉପସ୍ଥାପନା କରିଥିଲେ। ଏହି ରୋଡ ରେସିଂର ଗୋଟାଏ ପରେ ଗୋଟାଏ  ସଫଳତାର ପାହାଚ ଚଢିଚାଲିଛନ୍ତି ଉଦୀପ୍ତ। ଏବେ ପ୍ରଥମ ଭାରତୀୟ ଭାବେ ଓ୍ୱାର୍ଲଡ ରୋଡ ରେସ୍‌ ପାଇଁ ଟାର୍ଗେଟ ରଖିଛନ୍ତି। ତା ପୂର୍ବରୁ ସେ ଚଳିତ ବର୍ଷ ହେବାକୁ ଥିବା ମାଲେସିଆ ସୁପର ବାଇକ ଚାମ୍ପିୟନସିପରେ ଭାଗନେବେ। ପୁଣି ଜାତୀୟ ସ୍ତରରେ ବାଇକ ରେସିଂରେ ମଧ୍ୟ ନିଜର ଦକ୍ଷତା ପ୍ରଦର୍ଶନ କରିବେ।

୨୦୧୫ରେ ଜାତୀୟ ବାଇକ ରେସିଂରେ ସେକେଣ୍ଡ ରନର୍ସ ଅପ୍‌ ହୋଇଥିଲେ। ୨୦୧୭ରେ ମାଲେସିଆ ସୁପର ବାଇକ ଚାମ୍ପିୟନସିପରେ ଟପ-୧୦ରେ ଥିଲେ।  ୨୦୧୮ରେ ମାଲେସିଆ ସୁପର ବାଇକ୍ ଚାମ୍ପିଅନସିପରେ ଟପ୍ ୩ରେ ରହି ଏସିଆନ୍ ରୋଡ ରେସ୍‌ରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବା ଲାଗି ଯୋଗ୍ୟତା ଅର୍ଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏସିଆନ୍ ରୋଡ ରେସରେ ଟପ ୩ ସ୍ଥାନ ଅକ୍ତିଆର କରିପାରିଲେ ଓ୍ୱାଲର୍ଡ ରୋଡ ରେସରେ ସ୍ଥାନ ପାଇବେ। ଏଥିପାଇଁ ଆର୍ଥିକ ସହାୟତା ଲାଗି ଅନୁରୋଧ କରିଛନ୍ତି ଉଦୀପ୍ତ।

 

https://www.youtube.com/watch?v=wyp3b1bo-LM

Related story