ଅମ୍ପାୟାରଙ୍କ ନିଷ୍ପତ୍ତିକୁ ସମାଲୋଚନା:  ୧୦ % ମ୍ୟାଚ ଫି' ହରାଇଲେ ଧୋନି

ମୁମ୍ବାଇ: ଅମ୍ପାୟାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରି ଦଣ୍ଡିତ ହୋଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଧୋନି। ମଙ୍ଗଳବାର ଆଇପିଏଲରେ ଖେଳାଯାଇଥିବା ପ୍ଲେ ଅଫ ମ୍ୟାଚରେ ଚେନ୍ନାଇର ଅଧିନାୟକ ଧୋନିଙ୍କ ୧୦ ପ୍ରତିଶତ ମ୍ୟାଚ ଫି କଟାଯାଇଛି। ମ୍ୟାଚ ପରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଧୋନି ମୁମ୍ବାଇର ଓପନର ଡାରେନ ସ୍ମିଥଙ୍କ ଆଉଟ ନେଇ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଥିଲେ। ଧୋନି କହିଥିଲେ, ତାହା ଏକ ’ହରିବଲ୍ ଡିସିସନ’ ଥିଲା। ଏହାକୁ ନେଇ ଧୋନିଙ୍କର ମ୍ୟାଚ ଫି’ […]

ms-dhoni-pti_m (1)

Rakesh Mallick
  • Published: Wednesday, 20 May 2015
  • , Updated: 20 May 2015, 10:38 AM IST

ମୁମ୍ବାଇ: ଅମ୍ପାୟାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରି ଦଣ୍ଡିତ ହୋଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଧୋନି। ମଙ୍ଗଳବାର ଆଇପିଏଲରେ ଖେଳାଯାଇଥିବା ପ୍ଲେ ଅଫ ମ୍ୟାଚରେ ଚେନ୍ନାଇର ଅଧିନାୟକ ଧୋନିଙ୍କ ୧୦ ପ୍ରତିଶତ ମ୍ୟାଚ ଫି କଟାଯାଇଛି। ମ୍ୟାଚ ପରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଧୋନି ମୁମ୍ବାଇର ଓପନର ଡାରେନ ସ୍ମିଥଙ୍କ ଆଉଟ ନେଇ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଥିଲେ। ଧୋନି କହିଥିଲେ, ତାହା ଏକ ’ହରିବଲ୍ ଡିସିସନ’ ଥିଲା। ଏହାକୁ ନେଇ ଧୋନିଙ୍କର ମ୍ୟାଚ ଫି’ କଟାଯାଇଛି। ଧୋନି ଆଇପିଏଲ କୋଡ ଅଫ କଣ୍ଡକ୍ଟ ଫର ପ୍ଲେୟାର ଆଣ୍ଡ ଟିମ ହସ୍ପିଟାଲିଟି ଲେଭଲ-୧କୁ ଅବମାନନା କରିଥିବାରୁ ତାଙ୍କୁ ଏହଂ ଦଣ୍ଡରେ ଦଣ୍ଡିତ କରାଯାଇଥିଲା।ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯାଇଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଚେନ୍ନାଇ ମୁମ୍ବାଇଠାରୁ ୨୫ ରନରେ ପରାଜିତ ହୋଇଥିଲା।

Related story