ଗାଭାସ୍କରଙ୍କ କେଶ କାଟିଲେ ଅମ୍ପାୟାର

ନୂଆଦିଲ୍ଲୀ: କ୍ରିକେଟ୍ ମ୍ୟାଚ୍ ବେଳେ ଅମ୍ପାୟାର ବୋଲରଙ୍କ କ୍ୟାପ୍ ଓ ଚଷମା ଆଦି ଧରିବା ଆପଣମାନେ ଦେଖିଥିବେ। ହେଲେ ଅମ୍ପାୟାର କେବେ କୌଣସି ଖେଳାଳିଙ୍କ କେଶ କାଟିବା ଦେଖିଛନ୍ତି? ତାହା ପୁଣି ପଡ଼ିଆରେ। ୧୯୭୪ ମସିହାରେ ଏମିତିକା ଘଟଣାଟିଏ ଦେଖିବାକୁ ମିଳିଥିଲେ। ସେ ବର୍ଷ ଇଂଲଣ୍ଡ ଗସ୍ତରେ ଯାଇଥାଏ ଭାରତ। ଓଲ୍ଡ ଟ୍ରାଫୋର୍ଡରେ ଚାଲିଥାଏ ଟେଷ୍ଟ୍ ମ୍ୟାଚ୍। ବ୍ୟାଟିଂ କରୁଥା’ନ୍ତି ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ଖେଳାଳି ସୁନୀଲ ଗାଭାସ୍କର। ବ୍ୟାଟିଂ କଲା ବେଳେ ତାଙ୍କ କେଶ ବାରମ୍ବାର […]

umpire

umpire

Jitendra Garnayak
  • Published: Saturday, 13 July 2019
  • Updated: 13 July 2019, 02:01 PM IST

Sports

Latest News

ନୂଆଦିଲ୍ଲୀ: କ୍ରିକେଟ୍ ମ୍ୟାଚ୍ ବେଳେ ଅମ୍ପାୟାର ବୋଲରଙ୍କ କ୍ୟାପ୍ ଓ ଚଷମା ଆଦି ଧରିବା ଆପଣମାନେ ଦେଖିଥିବେ। ହେଲେ ଅମ୍ପାୟାର କେବେ କୌଣସି ଖେଳାଳିଙ୍କ କେଶ କାଟିବା ଦେଖିଛନ୍ତି? ତାହା ପୁଣି ପଡ଼ିଆରେ। ୧୯୭୪ ମସିହାରେ ଏମିତିକା ଘଟଣାଟିଏ ଦେଖିବାକୁ ମିଳିଥିଲେ।

ସେ ବର୍ଷ ଇଂଲଣ୍ଡ ଗସ୍ତରେ ଯାଇଥାଏ ଭାରତ। ଓଲ୍ଡ ଟ୍ରାଫୋର୍ଡରେ ଚାଲିଥାଏ ଟେଷ୍ଟ୍ ମ୍ୟାଚ୍। ବ୍ୟାଟିଂ କରୁଥା’ନ୍ତି ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ଖେଳାଳି ସୁନୀଲ ଗାଭାସ୍କର। ବ୍ୟାଟିଂ କଲା ବେଳେ ତାଙ୍କ କେଶ ବାରମ୍ବାର ଆଖିରେ ଆସି ପଡ଼ିଲା। ଫଳରେ ତାଙ୍କୁ ଅସୁବିଧା ହେଉଥିଲା। ଏହା ପରେ ସେ ଅମ୍ପାୟାର ଡିକି ବର୍ଡଙ୍କ ନିକଟକୁ ଯାଇଥିଲେ ଏବଂ ତାଙ୍କ କେଶ କାଟି ଦେବାକୁ କହିଥିଲେ। ବର୍ଡ ମଧ୍ୟ ମନା କରି ନଥିଲେ। ସେ ଏକ କଇଁଚିରେ ଗାଭାସ୍କରଙ୍କ କେଶ କାଟି ଦେଇଥିଲେ। କେଶ କାଟିବା ବେଳେ ସେ ଗୁଣୁଗୁଣୁ ହୋଇ କହିଥିଲେ, ଆଜିକାଲି ଆମ୍ପାୟାର ମାନଙ୍କୁ ଏ କାମ ବି କରିବାକୁ ପଡୁଛି।

ଏବେ ଆପଣମାନଙ୍କ ମନରେ ପ୍ରଶ୍ନ ଉଠିଥିବ, ଅମ୍ପାୟାର ସଙ୍ଗେ ସଙ୍ଗେ କଇଁଚି କେଉଁଠାରୁ ପାଇଲେ? କଥାଟି ହେଲା- ଅମ୍ପାୟାର ଡିକି ବର୍ଡ ତାଙ୍କ ପାଖରେ କଇଁଚିଟିଏ ରଖିଥିଲେ। କ୍ରିକେଟ୍‌ ବଲ୍‌ ସୂତା ସିଲେଇ ହୋଇଥାଏ। ଖେଳ ଆଗକୁ ବଢ଼ିବା ସହିତ ବେଳେବେଳେ ସେହି ସୂତାର କିଛି ଅଂଶ ଛିଣ୍ଡି ଯାଏ। ଆଉ ସୂତାର ଛିଣ୍ଡି ଯାଉଥିବା ଅଂଶକୁ କାଟିବା ପାଇଁ ଡିକି ବର୍ଡ କଇଁଚିଟିଏ ରଖିଥିଲେ।

ସୂଚନାଯୋଗ୍ୟ, ତିନି ଦିନ ତଳେ ଅନ୍ୟତମ ବିଶ୍ୱ ବିଖ୍ୟାତ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ଜନ୍ମଦିନ ଗଲା। ସେ ୭୦ ବର୍ଷରେ ପଦାର୍ପଣ କରିଛନ୍ତି। ‘ସନ୍ନି’ ଓ ‘ଲିଟିଲ୍ ମାଷ୍ଟର’ ନାଁରେ ଜଣାଶୁଣା ଏହି ମହାନ ଖେଳାଳିଙ୍କ ପୂରା ନାଁ- ସୁନୀଲ ମନୋହର ଗାଭାସ୍କର। ତାଙ୍କୁ କ୍ରିକେଟର ‘ନେପୋଲିଅନ୍‌’ ବୋଲି ବି କୁହାଯାଉଥିଲା। ଯେତେବେଳେ କ୍ରିକେଟ୍‌ରେ ହେଲ୍‌ମେଟ୍‌ର ବ୍ୟବସ୍ଥା ନଥିଲା, ସେତେବେଳେ ଦୁର୍ଦ୍ଧର୍ଷ ଫାଷ୍ଟ୍‌ ବୋଲରମାନଙ୍କୁ କେମିତି ଖେଳିବାକୁ ହେବ, ତା’ର କୌଶଳ ସେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ମାନଙ୍କୁ ଶିଖାଇଥିଲେ। ସେ ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଟେଷ୍ଟ୍ ମ୍ୟାଚ୍‌ରେ ୧୦ ହଜାର ରନ୍ ପୂରଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos