ହୃଦଘାତରେ ଚାଲିଗଲା ଅମ୍ପାୟାରଙ୍କ ଜୀବନ

କରାଚି: ପାକିସ୍ତାନ କ୍ରିକେଟ୍ ଜଗତର ଜଣେ ଲୋକପ୍ରିୟ ସ୍ଥାନୀୟ ଅମ୍ପାୟାରଙ୍କର ସୋମବାର କ୍ଲବ୍ ସ୍ତରୀୟ ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ ବେଳେ ହୃଦଘାତରେ ପରଲୋକ ହୋଇଛି। ଟିଏମସି ଗ୍ରାଉଣ୍ଡରେ ଚାଲିଥିବା ଲୟର୍ସ ଟୁର୍ଣ୍ଣାମେଣ୍ଟରେ ଏକ ମ୍ୟାଚ୍ ପରିଚାଳନା କରୁଥିବା ସମୟରେ ଅମ୍ପାୟାର ନସୀମ୍ ଶେଖଙ୍କୁ ହୃଦଘାତ ହୋଇଥିଲା। ଏହା ପରେ ତାଙ୍କୁ ତୁରନ୍ତି ହସ୍ପିଟାଲ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ମ୍ୟାଚର ଆୟୋଜକ ପକ୍ଷରୁ କୁହାଯାଇଛି, ମ୍ୟାଚରେ ଅମ୍ପାୟାରିଂ କରୁଥିବା ବେଳେ ଶେଖ୍ […]

umpire

Ranjit Kumar Jena
  • Published: Tuesday, 08 October 2019
  • , Updated: 08 October 2019, 02:04 PM IST

କରାଚି: ପାକିସ୍ତାନ କ୍ରିକେଟ୍ ଜଗତର ଜଣେ ଲୋକପ୍ରିୟ ସ୍ଥାନୀୟ ଅମ୍ପାୟାରଙ୍କର ସୋମବାର କ୍ଲବ୍ ସ୍ତରୀୟ ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ ବେଳେ ହୃଦଘାତରେ ପରଲୋକ ହୋଇଛି। ଟିଏମସି ଗ୍ରାଉଣ୍ଡରେ ଚାଲିଥିବା ଲୟର୍ସ ଟୁର୍ଣ୍ଣାମେଣ୍ଟରେ ଏକ ମ୍ୟାଚ୍ ପରିଚାଳନା କରୁଥିବା ସମୟରେ ଅମ୍ପାୟାର ନସୀମ୍ ଶେଖଙ୍କୁ ହୃଦଘାତ ହୋଇଥିଲା।

ଏହା ପରେ ତାଙ୍କୁ ତୁରନ୍ତି ହସ୍ପିଟାଲ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ମ୍ୟାଚର ଆୟୋଜକ ପକ୍ଷରୁ କୁହାଯାଇଛି, ମ୍ୟାଚରେ ଅମ୍ପାୟାରିଂ କରୁଥିବା ବେଳେ ଶେଖ୍ ହଠାତ୍ ତଳେ ପଡ଼ିଯାଇଥିଲେ। ଆମ୍ବୁଲାନ୍ସ ଦ୍ୱାରା ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ଅଧାବାଟରେ ତାଙ୍କର ଦେହାନ୍ତ ହୋଇଥିଲା।

ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା। ପେସାରେ ଶେଖ୍ ଜଣେ କଂସେଇ ଥିଲେ, କିନ୍ତୁ ଖେଳ ପ୍ରତି ଭଲପାଇବା କାରଣରୁ ସେ କ୍ଲବସ୍ତରୀୟ ଅମ୍ପାୟାର ପାଇଁ କ୍ୱାଲିଫାଏ କରିଥିଲେ। ତାଙ୍କ ପରଲୋକରେ ପାକିସ୍ତାନ କ୍ରିକେଟ୍ ଜଗତରେ ଶୋକର ଛାୟା ଖେଳିଯାଇଛି।

Related story