ଦ୍ରାବିଡ଼ ଓ ପୂଜାରାଙ୍କ ମଧ୍ୟରେ ଅପୂର୍ବ ସଂଯୋଗ

ଏଡିଲେଡ୍‌: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଏଡିଲେଡ୍‌ରେ ଖେଳା ଯାଉଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମ ଇନିଂସ୍‌ରେ ୨୫୦ ରନ୍ କରିଛି। ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ସୁଦ୍ଧା ଚେତେଶ୍ୱର ପୂଜାରାଙ୍କ ଶତକୀୟ ପାଳି ଯୋଗୁ ଏହି ସମ୍ମାନଜନକ ସ୍ଥିତିରେ ପହଞ୍ଚି ପାରିଥିଲା। ପୂଜାରା ୨୪୬ ବଲ୍‌ରେ ୭ଟି ଚୌକା ଓ ୨ଟି ଛକା ସହାୟତାରେ ୧୨୩ ରନ୍ କରିଥିଲେ। ଏହା ହେଉଛି ତାଙ୍କର ୧୬ତମ ଟେଷ୍ଟ ଶତକ। […]

rahul

Jitendra Garnayak
  • Published: Friday, 07 December 2018
  • , Updated: 07 December 2018, 11:14 AM IST

ଏଡିଲେଡ୍‌: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଏଡିଲେଡ୍‌ରେ ଖେଳା ଯାଉଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମ ଇନିଂସ୍‌ରେ ୨୫୦ ରନ୍ କରିଛି। ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ସୁଦ୍ଧା ଚେତେଶ୍ୱର ପୂଜାରାଙ୍କ ଶତକୀୟ ପାଳି ଯୋଗୁ ଏହି ସମ୍ମାନଜନକ ସ୍ଥିତିରେ ପହଞ୍ଚି ପାରିଥିଲା।

ପୂଜାରା ୨୪୬ ବଲ୍‌ରେ ୭ଟି ଚୌକା ଓ ୨ଟି ଛକା ସହାୟତାରେ ୧୨୩ ରନ୍ କରିଥିଲେ। ଏହା ହେଉଛି ତାଙ୍କର ୧୬ତମ ଟେଷ୍ଟ ଶତକ। ସେହିଭଳି ସେ ଏହାକୁ ମିଶାଇ ଅଷ୍ଟ୍ରେଲିଆ ବିପକ୍ଷରେ ତିନିଟି ଶତକ ହାସଲ କରିଛନ୍ତି। ଗତକାଲି ସେ ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ଥର ପାଇଁ ଶତକ ମାରିଥିଲେ।

ଗତକାଲି ପୂଜାରା ଏକ ସୁନ୍ଦର ଶତକୀୟ ପାଳି ଖେଳିବା ସହିତ ଟେଷ୍ଟ୍ ମ୍ୟାଚ୍‌ରେ ବ୍ୟକ୍ତିଗତ ଭାବେ ୫୦୦୦ ରନ୍ ପୂରଣ କରିଥିଲେ। ୧୦୮ଟି ଇନିଂସ୍‌ରୁ ସେ ଏହି ସଫଳତା ପାଇଥିଲେ।

ଏସବୁ ଭିତରେ ଆଉ ଗୋଟିଏ କଥା ମଧ୍ୟ ଦେଖିବାକୁ ମିଳିଛି। ଏହାକୁ ଅପୂର୍ବ ସଂଯୋଗ ବୋଲି କୁହାଯାଇପାରିବ।

ରାହୁଲ ଦ୍ରାବିଡ଼ ୧୦୮ଟି ଇନିଂସ୍ ଖେଳି ଟେଷ୍ଟ୍ କ୍ରିକେଟ୍‌ରେ ୫୦୦୦ ରନ୍ ପୂରଣ କରିଥିଲେ। ପୂଜାରାଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ଘଟିଛି। ଖାଲି କ’ଣ ଏତିକି? ଦ୍ରାବିଡ଼ ୮୪ଟି ଇନିଂସ୍‌ରୁ ୪୦୦୦ ରନ୍ ପୂରଣ କରିଥିବା ବେଳେ ପୂଜାରା ମଧ୍ୟ ସମାନ ସଂଖ୍ୟକ ଇନିଂସରୁ ୪୦୦୦ ରନ୍ ପୂରଣ କରିଥିଲେ। ଆଉ ଟିକେ ପଛକୁ ଫେରିଲେ ଆପଣ ଆଉ ଟିକେ ଆଶ୍ଚର୍ଯ୍ୟ ହେବେ! ଦୁହେଁ ୬୭ଟି ଲେଖାଏ ଇନିଂସରୁ ୩୦୦୦ ରନ୍ ପୂରଣ କରିଥିଲେ।

ଦ୍ରାବିଡ଼ ତିନି ନମ୍ବର ସ୍ଥାନରେ ଖେଳୁଥିଲେ। ପୂଜାରା ବି ୩ ନମ୍ବର ସ୍ଥାନରେ ଖେଳୁଛନ୍ତି। ତେଣୁ ଏଭଳି ତୁଳନା ସ୍ୱାଭାବିକ। ସେହିଭଳି ପୂଜାରା ଆସିବା ପରେ ତାଙ୍କୁ ଦ୍ରାବିଡ଼ଙ୍କ ଉତ୍ତରାଧିକାରୀ ବୋଲି କୁହାଯାଉଥିଲା। ଅବଶ୍ୟ ଅସ୍ଥିର ପ୍ରଦର୍ଶନ ପାଇଁ ସେ ଦ୍ରାବିଡ଼ଙ୍କ ସ୍ତରର ଖେଳାଳି ନୁହନ୍ତି ବୋଲି ଅନେକ ସମାଲୋଚକ କହନ୍ତି। କିନ୍ତୁ ଇନିଂସ୍ ଅନୁଯାୟୀ ରନ୍ ସଂଗ୍ରହର ପରିସଂଖ୍ୟାନ ଦୁହଁଙ୍କ ମଧ୍ୟରେ ଏକ ଅପୂର୍ବ ସଂଯୋଗକୁ ଦର୍ଶାଉଛି।

ଆହୁରି ପଢ଼ନ୍ତୁ- ଏହି ମହାନ ଖେଳାଳିଙ୍କ ରେକର୍ଡ ସହ ସମକକ୍ଷ ହେଲେ ପୂଜାରା

Related story