ଆସନ୍ତାକାଲି ୟୁ-୧୯ କ୍ରିକେଟ୍ ବିଶ୍ୱକପ୍‌ ଫାଇନାଲ୍: ମୁହାଁମୁହିଁ ହେବେ ଭାରତ-ୱେଷ୍ଟ୍‌ଇଣ୍ଡିଜ୍

ମୀରପୁର: ଆସନ୍ତାକାଲି ମୀରପୁରରେ ଖେଳାଯିବ ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍‌ର ଫାଇନାଲ୍ ମ୍ୟାଚ୍। ଏଥିରେ ମୁହାଁମୁହିଁ ହେବେ ଭାରତ ଓ ୱେଷ୍ଟ୍ ଇଣ୍ଡିଜ୍। ପଞ୍ଚମ ଥର ପାଇଁ ଏହି ବିଶ୍ୱକପ୍‌ର ଫାଇନାଲ୍‌ରେ ଭାରତୀୟ ଦଳ ଖେଳିବାକୁ ଥିବା ବେଳେ ଚତୁର୍ଥ ଥର ପାଇଁ ଏହି କପ୍ ଜିତିବାକୁ ଚେଷ୍ଟା କରିବ। ଯଦି ଆସନ୍ତାକାଲି ଭାରତୀୟ ଦଳ ଏହି କପ୍ ଜିତି ଯାଏ, ତା’ହେଲେ ଏକ ରେକର୍ଡ ସ୍ଥାପନ କରିବ। ଏଯାବତ୍ ଉଭୟ ଅଷ୍ଟ୍ରେଲିଆ ଓ ଭାରତ […]

u-19 world-cup

u-19 world-cup

Rakesh Mallick
  • Published: Saturday, 13 February 2016
  • Updated: 13 February 2016, 05:04 PM IST

Sports

Latest News

ମୀରପୁର: ଆସନ୍ତାକାଲି ମୀରପୁରରେ ଖେଳାଯିବ ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍‌ର ଫାଇନାଲ୍ ମ୍ୟାଚ୍। ଏଥିରେ ମୁହାଁମୁହିଁ ହେବେ ଭାରତ ଓ ୱେଷ୍ଟ୍ ଇଣ୍ଡିଜ୍। ପଞ୍ଚମ ଥର ପାଇଁ ଏହି ବିଶ୍ୱକପ୍‌ର ଫାଇନାଲ୍‌ରେ ଭାରତୀୟ ଦଳ ଖେଳିବାକୁ ଥିବା ବେଳେ ଚତୁର୍ଥ ଥର ପାଇଁ ଏହି କପ୍ ଜିତିବାକୁ ଚେଷ୍ଟା କରିବ।

ଯଦି ଆସନ୍ତାକାଲି ଭାରତୀୟ ଦଳ ଏହି କପ୍ ଜିତି ଯାଏ, ତା’ହେଲେ ଏକ ରେକର୍ଡ ସ୍ଥାପନ କରିବ। ଏଯାବତ୍ ଉଭୟ ଅଷ୍ଟ୍ରେଲିଆ ଓ ଭାରତ ୩ ଥର ଲେଖାଏଁ ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍ ଜିତିଛନ୍ତି। ତେଣୁ ଆସନ୍ତାକାଲି ବିଜୟ ହାସଲ କଲେ ଭାରତୀୟ ଦଳ ସର୍ବାଧିକ ଥର ପାଇଁ ଏହି କପ୍ ଜିତିବାର ଗୌରବ ଅର୍ଜନ କରିବ।

୧୯୮୮ ମସିହାରୁ ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍‌ ଆରମ୍ଭ ହୋଇଥିଲା। ସେହି ବର୍ଷ ଅଷ୍ଟ୍ରେଲିଆ ଏହି କପ୍ ହତେଇ ଥିଲା। ୨୦୦୨ ଓ ୨୦୧୦ରେ ଅଷ୍ଟ୍ରେଲିଆ ପୁନର୍ବାର ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍‌ ଚାମ୍ପିଅନ୍ ହୋଇଥିଲା। ଭାରତ ୨୦୦୦, ୨୦୦୮ ଓ ୨୦୧୨ରେ ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍‌ ଚାମ୍ପିଅନ୍ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos