ୟୁଏସ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ନାମେଣ୍ଟ: ଡବଲ୍ସ ଫାଇନାଲରେ ଅଟ୍ରି ଓ ସୁମିତ

ନ୍ୟୁୟର୍କ: ୟୁଏସ ଓପନ୍ ଗ୍ରାଣ୍ଡ ପ୍ରିକ୍ସ ଗୋଲ୍ଡ ବ୍ୟାଡମିଣ୍ଟନ୍ ଟୁର୍ନାମେଣ୍ଟର ପୁରୁଷ ଡବଲ୍ସର ଫାଇନାଲରେ ପହଞ୍ଚି ଯାଇଛନ୍ତି ଭାରତର ମନୁ ଅଟ୍ରି ଓ ବି ସୁମିତ ରେଡ୍ଡୀ ଯୋଡ଼ି। ତେବେ ବି ସାଇ ପ୍ରନୀତ ଏବଂ ମହିଳା ଡବଲ୍ସର ଯୋଡ଼ି ଜ୍ୱାଲା ଗୁଟ୍ଟା ଓ ଅଶ୍ୱିନୀ ପୋନ୍ନାପ୍ପାଙ୍କ ଅଭିଯାନ ଶେଷ ହୋଇଯାଇଛି। ବିଶ୍ୱର ୨୬ ନମ୍ବର ମାନ୍ୟତାପ୍ରାପ୍ତ ଭାରତୀୟ ଯୋଡ଼ି ମନୁ ଅଟ୍ରି ଓ ବି ସୁମିତ ରେଡ୍ଡୀ ଜାପାନର ଚତୁର୍ଥ ସିଡର ଯୋଡ଼ି ଟାକେଶି କାମୁରା […]

attrisumit

Rakesh Mallick
  • Published: Sunday, 21 June 2015
  • , Updated: 21 June 2015, 04:55 PM IST

ନ୍ୟୁୟର୍କ: ୟୁଏସ ଓପନ୍ ଗ୍ରାଣ୍ଡ ପ୍ରିକ୍ସ ଗୋଲ୍ଡ ବ୍ୟାଡମିଣ୍ଟନ୍ ଟୁର୍ନାମେଣ୍ଟର ପୁରୁଷ ଡବଲ୍ସର ଫାଇନାଲରେ ପହଞ୍ଚି ଯାଇଛନ୍ତି ଭାରତର ମନୁ ଅଟ୍ରି ଓ ବି ସୁମିତ ରେଡ୍ଡୀ ଯୋଡ଼ି। ତେବେ ବି ସାଇ ପ୍ରନୀତ ଏବଂ ମହିଳା ଡବଲ୍ସର ଯୋଡ଼ି ଜ୍ୱାଲା ଗୁଟ୍ଟା ଓ ଅଶ୍ୱିନୀ ପୋନ୍ନାପ୍ପାଙ୍କ ଅଭିଯାନ ଶେଷ ହୋଇଯାଇଛି।

ବିଶ୍ୱର ୨୬ ନମ୍ବର ମାନ୍ୟତାପ୍ରାପ୍ତ ଭାରତୀୟ ଯୋଡ଼ି ମନୁ ଅଟ୍ରି ଓ ବି ସୁମିତ ରେଡ୍ଡୀ ଜାପାନର ଚତୁର୍ଥ ସିଡର ଯୋଡ଼ି ଟାକେଶି କାମୁରା ଓ କେଇଗୋ ସୋନୋଡାଙ୍କୁ ୨୧-୧୭, ୨୧-୧୭ରେ ହରାଇ ଦେଇଥିଲେ। ଏବେ ଏହି ଯୋଡ଼ି ଫାଇନାଲରେ ଭେଟିବେ ଚୀନ ଯୋଡ଼ି ଜୁନହୁଇ ଲି ଓ ୟୁଚେନ ଲିଉ।

ଅନ୍ୟପକ୍ଷରେ ପୁରୁଷ ଏକକ ବର୍ଗରେ ବି ସାଇ ପ୍ରନୀତ ବିଶ୍ୱର ୧ ନମ୍ବର ଖେଳାଳି ତଥା ଦୁଇ ଥର ଅଲିମ୍ପିକ୍ ରୌପ୍ୟ ଜିତି ଥିବା ମାଲେସିଆର ଲି ଚୋଙ୍ଗ ୱେଇଙ୍କ ଠାରୁ ସେମି ଫାଇନାଲରେ ହାରି ଯାଇଛନ୍ତି। ଆନ୍ଧ୍ରପ୍ରଦେଶର ଏହି ୨୨ ବର୍ଷୀୟ ବ୍ୟାଡମିଣ୍ଟନ୍ ଖେଳାଳି ଲି ଚୋଙ୍ଗଙ୍କ ଠାରୁ ୯-୨୧, ୧୭-୨୧ରେ ହାରି ଯାଇଥିଲା।

ସେହିପରି ମହିଳା ଡବଲ୍ସରେ ଭାରତୀୟ ଯୋଡ଼ି ଜ୍ୱାଲା ଓ ଅଶ୍ୱିନୀ ଜାପାନର ଯୋଡ଼ି ଆୟାନେ କୁରିହାର ଓ ନାରୁ ସିନୋୟାଙ୍କ ଠାରୁ ୧୭-୨୧, ୧୧-୨୧ରେ ହାରି ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଛନ୍ତି।

Related story