ଫିଟନେଶ ଟେଷ୍ଟରେ ପୁଣି ଫେଲ୍‌ ହେଲେ ଏହି ସ୍ପିନର, ଇଂଲଣ୍ଡ ସିରିଜ୍‌ରୁ ଆଉଟ୍‌

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ପୂର୍ବରୁ ଭାରତକୁ ଝଟକା ଲାଗିଛି। ରହସ୍ୟମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଦ୍ୱିତୀୟଥର ପାଇଁ ଫିଟନେଶ ଟେଷ୍ଟରେ ଫେଲ ହୋଇଛନ୍ତି। ଏଥିପାଇଁ ତାଙ୍କୁ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରୁ ବାଦ୍‌ ଦିଆଯାଇଛି। ବରୁଣ ଚକ୍ରବର୍ତ୍ତୀଙ୍କ ବ୍ୟତୀତ ବାମହାତୀ ଦ୍ରୁତ ବୋଲୀ ଟି ନଟରାଜନ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ ଖେଳିବେ କି ନାହିଁ, ତା’କୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। କାରଣ ସେ ଏବେ ଏନସିଏ ରିହାବ […]

team-india

Hemant Lenka
  • Published: Wednesday, 10 March 2021
  • , Updated: 10 March 2021, 05:01 PM IST

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ପୂର୍ବରୁ ଭାରତକୁ ଝଟକା ଲାଗିଛି। ରହସ୍ୟମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଦ୍ୱିତୀୟଥର ପାଇଁ ଫିଟନେଶ ଟେଷ୍ଟରେ ଫେଲ ହୋଇଛନ୍ତି। ଏଥିପାଇଁ ତାଙ୍କୁ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରୁ ବାଦ୍‌ ଦିଆଯାଇଛି।

ବରୁଣ ଚକ୍ରବର୍ତ୍ତୀଙ୍କ ବ୍ୟତୀତ ବାମହାତୀ ଦ୍ରୁତ ବୋଲୀ ଟି ନଟରାଜନ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ ଖେଳିବେ କି ନାହିଁ, ତା’କୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। କାରଣ ସେ ଏବେ ଏନସିଏ ରିହାବ ପ୍ରକ୍ରିୟାରେ ରହିଛନ୍ତି। ଯଦି ସେ ଠିକଣା ସମୟରେ ଫିଟ ନ ହେବେ, ତା’ହେଲେ ତାଙ୍କୁ ମଧ୍ୟ ସିରିଜ୍‌କୁ ବାଦ୍‌ ଦିଆଯିବ।

ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଘୋଷିତ ସ୍କ୍ୱାଡରେ ବରୁଣ ଓ ନଟରାଜନ ରହିଛନ୍ତି। ନଟରାଜନ ଭାରତ ପାଇଁ ଡେବ୍ୟୁ କରି ସାରିଥିବା ବେଳେ ବରୁଣ ସେହି ସଫଳ ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ। ହେଲେ ଫିଟନେଶ କାରଣରୁ ତାଙ୍କ ଅପେକ୍ଷାର ସମୟ ପୁଣି ବଢ଼ି ଯାଇଛି।

[caption id="" align="aligncenter" width="1200"] ଟି ନଟରାଜନ ଓ ବରୁଣ ଚକ୍ରବର୍ତ୍ତୀ[/caption]

ଏହାପୂର୍ବରୁ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସ୍କ୍ୱାଡରେ ସାମିଲ କରାଯାଇଥିଲା। ହେଲେ ଶେଷ ମୁହୂର୍ତ୍ତରେ ଆହତ ହେବାରୁ ତାଙ୍କୁ ଦଳରୁ ବାଦ ଦିଆଯାଇଥିଲା। ଏବେ ସେ ଦ୍ୱିତୀୟ ଥର ପାଇଁ ଫିଟନେଶ ଟେଷ୍ଟରେ ଫେଲ ହେବାରୁ ତାଙ୍କ କ୍ରିକେଟିଂ କ୍ୟାରିୟରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବରୁଣ ଆଇପିଏଲରେ କେକେଆର ପକ୍ଷରୁ ଖେଳୁଛନ୍ତି। ଗତବର୍ଷ ସେ ଚମତ୍କାର ପ୍ରଦର୍ଶନ କରିବାରୁ ତାଙ୍କୁ ଭାରତୀୟ ସ୍କ୍ୱାଡରେ ସୁଯୋଗ ମିଳିଥିଲା। ବିସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କାନ୍ଧ ଜନିତ ସମସ୍ୟା ଯୋଗୁ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ବାଦ୍‌ ଦିଆଯାଇଥିଲା। ତେବେ ଏନସିଏରେ ଟ୍ରେନିଂ ବେଳେ ସେ ସୁସ୍ଥ ହେବାରୁ ତାଙ୍କୁ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ସାମିଲ କରାଯାଇଥିଲା। ହେଲେ ଏବେ ହୋଇଥିବା ୟୋ ୟୋ ଟେଷ୍ଟରେ ସେ ବିଫଳ ହୋଇଛନ୍ତି।

ସୂଚନାଯୋଗ୍ୟ, ମାର୍ଚ୍ଚ ୧୨ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ଟିକିଆ ଟେଷ୍ଟ ସିରିଜ୍‌ ଆରମ୍ଭ ହେବ। ସିରିଜ୍‌ ସବୁ ମ୍ୟାଚ୍‌ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।

Related story