ବିଜୟ ହଜାରେ ଟ୍ରଫିରେ ସଞ୍ଜୁ ସାମସନଙ୍କ ରେକର୍ଡ ଦ୍ୱିଶତକ

ନୂଆଦିଲ୍ଲୀ: ଚଳିତ ବିଜୟ ହଜାରେ ଟ୍ରଫିରେ କେରଳ ପକ୍ଷରୁ ଖେଳୁଥିବା ୱିକେଟକିପର ସଞ୍ଜୁ ସାମସନ୍ ନୂଆ କୀର୍ତ୍ତିମାନ କରିଛନ୍ତି। ଶନିବାର ଗୋଆ ବିପକ୍ଷ ଏକ ମ୍ୟାଚରେ ସାମସନ୍ ୨୧୨ ରନର ଦ୍ୱିଶତକ ମାରି ଏକାଧିକ ରେକର୍ଡ ନିଜ ନାଁରେ କରିଛନ୍ତି। ସାମସନ୍ ନିଜର ଦ୍ୱିଶତକୀୟ ଇନିଂସରେ ୧୨୯ ବଲ୍ ଖେଳି ୨୧ ଚୌକା ଓ ୧୦ ଛକା ମାରିଛନ୍ତି। ଲିଷ୍ଟ-ଏ’ କ୍ରିକେଟ୍ ଇତିହାସର ଏହା ସବୁଠାରୁ ଦ୍ରୁତ ଦ୍ୱିଶତକ। ଏହାଛଡ଼ା ବିଜୟ ହଜାରେ ଟ୍ରଫିରେ ମଧ୍ୟ କୌଣସି […]

sanju

sanju

Ranjit Kumar Jena
  • Published: Saturday, 12 October 2019
  • Updated: 12 October 2019, 06:58 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବିଜୟ ହଜାରେ ଟ୍ରଫିରେ କେରଳ ପକ୍ଷରୁ ଖେଳୁଥିବା ୱିକେଟକିପର ସଞ୍ଜୁ ସାମସନ୍ ନୂଆ କୀର୍ତ୍ତିମାନ କରିଛନ୍ତି। ଶନିବାର ଗୋଆ ବିପକ୍ଷ ଏକ ମ୍ୟାଚରେ ସାମସନ୍ ୨୧୨ ରନର ଦ୍ୱିଶତକ ମାରି ଏକାଧିକ ରେକର୍ଡ ନିଜ ନାଁରେ କରିଛନ୍ତି। ସାମସନ୍ ନିଜର ଦ୍ୱିଶତକୀୟ ଇନିଂସରେ ୧୨୯ ବଲ୍ ଖେଳି ୨୧ ଚୌକା ଓ ୧୦ ଛକା ମାରିଛନ୍ତି। ଲିଷ୍ଟ-ଏ' କ୍ରିକେଟ୍ ଇତିହାସର ଏହା ସବୁଠାରୁ ଦ୍ରୁତ ଦ୍ୱିଶତକ। ଏହାଛଡ଼ା ବିଜୟ ହଜାରେ ଟ୍ରଫିରେ ମଧ୍ୟ କୌଣସି ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ଏହା ସର୍ବୋଚ୍ଚ ସ୍କୋର। ତାଙ୍କ ପୂର୍ବରୁ ଗତବର୍ଷ ଲିଷ୍ଟ-ଏ' କ୍ରିକେଟରେ ଉତ୍ତରାଖଣ୍ଡର କେଭି କୌଶାଲ ସିକ୍ମିମ ବିରୋଧରେ ୨୦୨ ରନ୍ କରିଥିଲେ।

ସାମସନ୍ ମଧ୍ୟ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଭାବେ ସର୍ବାଧିକ ରନର ବିଶ୍ୱ ରେକର୍ଡ ନିଜ ନାଁରେ କରିଛନ୍ତି। ଏହି ମାମଲାରେ ସେ ପାକିସ୍ତାନର ଆବିଦ୍ ଅଲୀଙ୍କୁ ପଛରେ ପକାଇଛନ୍ତି। ଇସଲାମାବାଦ ପକ୍ଷରୁ ଖେଳୁଥିବା ଆବିଦ୍ ୨୦୧୮ରେ ପେଶାୱର ବିପକ୍ଷ ଲିଷ୍ଟ-ଏ' ମ୍ୟାଚରେ ଅପରାଜିତ ୨୦୯ ରନ୍ କରିଥିଲେ। ସଞ୍ଜୁ ମଧ୍ୟ ଷଷ୍ଠ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଉଭୟ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରେ ଦ୍ୱିଶତକ ମାରିଛନ୍ତି।

ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ୱାଗ, ରୋହିତ୍ ଶର୍ମା (ତିନିଥର), ଶିଖର ଧୱନ୍ ଓ କୌଶାଲ୍ ଦ୍ୱିଶତକ ମାରିଥିଲେ। ଏମାନଙ୍କ ମଧ୍ୟରୁ ସଚିନ, ସେହ୍ୱାଗ ଓ ରୋହିତ୍ ଅନ୍ତର୍ଜାତୀୟ କ୍ରିକେଟରେ ଦ୍ୱିଶତକ ମାରିଥିବା ବେଳେ ଧୱନ୍ ଓ କୌଶାଲ ଘରୋଇ କ୍ରିକେଟରେ ଏହି କାରନାମା କରିଛନ୍ତି। ସଞ୍ଜୁ ଏକମାତ୍ର ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ତୃତୀୟ ସ୍ଥାନରେ ବ୍ୟାଟିଂ କରି ଦ୍ୱିଶତକ ମାରିଛନ୍ତି, କିନ୍ତୁ ବାକି ସବୁ ଓପନିଂ କରି ଏହି କାରନାମା କରିଛନ୍ତି। ଶନିବାର ସାମସନ୍ ସଚିନ ବେବିଙ୍କ ସହ ତୃତୀୟ ୱିକେଟ୍ ପାଇଁ ୩୩୮ ରନର ଭାଗୀଦାରୀ କରି କେରଳ ସ୍କୋରକୁ ୩ ୱିକେଟରେ ୩୭୭ ରନରେ ପହଞ୍ଚାଇଥିଲେ। ଜବାବରେ ଗୋଆ ୩୧ ଓଭରରେ ୩ ୱିକେଟ୍ ହରାଇ ୧୫୩ ରନ୍ କରି ପରାସ୍ତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story