ଅଲିମ୍ପିକ୍ କୋଟା ସହ ବ୍ରୋଞ୍ଜ ପଦକ ଜିତିଲେ ଭିନେଶ

ନୁର-ସୁଲତାନ: ଭାରତୀୟ ମହିଳା ରେସଲର୍ ଏବଂ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ଭିନେଶ୍ ଫୋଗଟ୍ (୫୩ କେଜି) ଦେଶ ପାଇଁ ଡବଲ୍ ଖୁସି ଆଣିଛନ୍ତି। ଭିନେଶ୍ ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିବା ସହ ଟୋକିଓ ଅଲିମ୍ପିକ୍ ପାଇଁ କୋଟା ହାସଲ କରିଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ଟୋକିଓ ଅଲିମ୍ପିକକୁ କୋଟା ହାସଲ କରିଛନ୍ତି। ବୁଧବାର ଭିନେଶ ନିଜର ରିଜିଚେଜ୍ ବ୍ରୋଞ୍ଜ ପଦକ ମୁକାବିଲାରେ ଦୁଇଥରର ୱାର୍ଲ୍ଡ ବ୍ରୋଞ୍ଜ ପଦକ ବିଜେତା ଗ୍ରୀସର […]

vinesh1

vinesh1

Ranjit Kumar Jena
  • Published: Wednesday, 18 September 2019
  • Updated: 18 September 2019, 08:43 PM IST

Sports

Latest News

ନୁର-ସୁଲତାନ: ଭାରତୀୟ ମହିଳା ରେସଲର୍ ଏବଂ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ଭିନେଶ୍ ଫୋଗଟ୍ (୫୩ କେଜି) ଦେଶ ପାଇଁ ଡବଲ୍ ଖୁସି ଆଣିଛନ୍ତି। ଭିନେଶ୍ ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିବା ସହ ଟୋକିଓ ଅଲିମ୍ପିକ୍ ପାଇଁ କୋଟା ହାସଲ କରିଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ଟୋକିଓ ଅଲିମ୍ପିକକୁ କୋଟା ହାସଲ କରିଛନ୍ତି।

ବୁଧବାର ଭିନେଶ ନିଜର ରିଜିଚେଜ୍ ବ୍ରୋଞ୍ଜ ପଦକ ମୁକାବିଲାରେ ଦୁଇଥରର ୱାର୍ଲ୍ଡ ବ୍ରୋଞ୍ଜ ପଦକ ବିଜେତା ଗ୍ରୀସର ମାରିଆ ପ୍ରିଭୋଲାରାକିଙ୍କୁ ୪-୧ରେ ହରାଇ ଏହି ସଫଳତା ଅର୍ଜନ କରିଛନ୍ତି। ୱାର୍ଲ୍ଡ ଚାମ୍ପିୟନଶିପରେ ପଦକ ଜିତିବାରେ ସେ ଚତୁର୍ଥ ଭାରତୀୟ ମହିଳା ରେସଲର୍ ହୋଇଛନ୍ତି।

ଚଳିତ ଚାମ୍ପିୟନଶିପରେ ଭାରତର ଏହା ପ୍ରଥମ ପଦକ। ଏହାଛଡ଼ା ଭିନେଶଙ୍କର ମଧ୍ୟ ଏହା ୱାର୍ଲ୍ଡ ଚାମ୍ପିୟନଶିପରେ ଏହା ପ୍ରଥମ ପଦକ। ଏହା ପୂର୍ବରୁ ଭିନେଶ ରିପିଚେଜ୍ ରାଉଣ୍ଡ-୨ ମୁକାବିଲାରେ ୱାର୍ଲ୍ଡର ଏକ ନମ୍ବର ଖେଳାଳି ଆମେରିକାର ସାରା ହିଲ୍ଡରବ୍ରାଣ୍ଡଙ୍କୁ ୮-୨ରେ ହରାଇ ବ୍ରୋଞ୍ଜ ପଦକ ମୁକାବିଲାରେ ସ୍ଥାନ ହାସଲ କରି ଟୋକିଓ ଅଲିମ୍ପିକକୁ ଟିକେଟ୍ କାଟିଥିଲେ। ସେହିପରି ରିପିଚେଜ୍ ରାଉଣ୍ଡ-୧ ମୁକାବିଲାରେ ଭିନେଶ ୟୁକ୍ରେନର ୟୁଲିୟା ବ୍ଲାହିନ୍ୟାଙ୍କୁ ୫-୦ରେ ହରାଇଥିଲେ।

ଭିନେଶ ଏହି ଚାମ୍ପିୟନଶିପରେ ଭଲ ଶୁଭାରମ୍ଭ କରିଥିଲେ ଏବଂ କ୍ୱାଲିଫିକେଶନରେ ରିଓ ଅଲିମ୍ପିକ୍ ପଦକ ବିଜେତା ସ୍ୱିଡେନର ସୋଫିଆ ମ୍ୟାଟସନଙ୍କୁ ୧୩-୦ରେ ପରାସ୍ତ କରିଥିଲେ। ତେବେ ପ୍ରି-କ୍ୱାର୍ଟରଫାଇନାଲରେ ସେ ଜାପାନର ମାୟୁ ମୁକୈଦାଙ୍କ ନିକଟରୁ ୦-୭ରେ ହାରିଯାଇଥିଲେ। ମୁକୈଦା ନିଜର ସବୁ ମୁକାବିଲା ଜିତି ଫାଇନାଲରେ ପହଞ୍ଚିଥିଲେ, ଯଦ୍ଦ୍ୱାରା ଭିନେଶଙ୍କୁ ରିପିଚେଜରେ ଲଢ଼ିବାକୁ ସୁଯୋଗ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos