ଦିନିକିଆରୁ ଧୋନୀ ନେଇପାରନ୍ତି ସନ୍ନ୍ୟାସ: ଖବର ଭାଇରାଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ମଙ୍ଗଳବାର ଦିନ ଖେଳାଯାଇଥିବା ତୃତୀୟ ତଥା ଶେଷ ମ୍ୟାଚ୍‌ରେ ଇଂଲଣ୍ଡ ଠାରୁ ପରାସ୍ତ ହେବା ପରେ ଭାରତର ଦିନିକିଆ ସିରିଜ୍‌ ଜିତିବା ସ୍ୱପ୍ନ ଧୂଳିସାତ ହୋଇଛି। ଜୋ-ରୁଟ୍‌ଙ୍କ ଅପରାଜିତ ଶତକ ଓ ମୋର୍ଗାନଙ୍କ ଅର୍ଦ୍ଧଶତକୀୟ ଇଂନିସ ବଳରେ ଇଂଲଣ୍ଡ ସହଜରେ ଏହି ମ୍ୟାଚ୍‌ ଜିତି ସିରିଜ୍‌ ହାତେଇଛି। ହେଲେ ମ୍ୟାଚ୍‌ ଶେଷ ହେବା ପରେ ଏଭଳି କିଛି ଘଟିଥିଲା ଯାହା କ୍ରିକେଟ୍‌ ଫ୍ୟାନ୍‌ଙ୍କୁ ଚକିତ କରିଥିଲା। ମ୍ୟାଚ୍ ହାରିବା ପରେ ଯେତେବେଳେ ଭାରତୀୟ ଖେଳାଳି […]

16Dhoni1

Rakesh Mallick
  • Published: Wednesday, 18 July 2018
  • , Updated: 18 July 2018, 06:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ମଙ୍ଗଳବାର ଦିନ ଖେଳାଯାଇଥିବା ତୃତୀୟ ତଥା ଶେଷ ମ୍ୟାଚ୍‌ରେ ଇଂଲଣ୍ଡ ଠାରୁ ପରାସ୍ତ ହେବା ପରେ ଭାରତର ଦିନିକିଆ ସିରିଜ୍‌ ଜିତିବା ସ୍ୱପ୍ନ ଧୂଳିସାତ ହୋଇଛି। ଜୋ-ରୁଟ୍‌ଙ୍କ ଅପରାଜିତ ଶତକ ଓ ମୋର୍ଗାନଙ୍କ ଅର୍ଦ୍ଧଶତକୀୟ ଇଂନିସ ବଳରେ ଇଂଲଣ୍ଡ ସହଜରେ ଏହି ମ୍ୟାଚ୍‌ ଜିତି ସିରିଜ୍‌ ହାତେଇଛି। ହେଲେ ମ୍ୟାଚ୍‌ ଶେଷ ହେବା ପରେ ଏଭଳି କିଛି ଘଟିଥିଲା ଯାହା କ୍ରିକେଟ୍‌ ଫ୍ୟାନ୍‌ଙ୍କୁ ଚକିତ କରିଥିଲା।

ମ୍ୟାଚ୍ ହାରିବା ପରେ ଯେତେବେଳେ ଭାରତୀୟ ଖେଳାଳି ଡ୍ରେସିଂ ରୁମ୍‌ ଆଡ଼କୁ ଯାଉଥିଲେ, ଧୋନୀ ହଠାତ୍‌ ଅମ୍ପୟାର୍‌ଙ୍କ ନିକଟକୁ ଯାଇ ଖେଳାଯାଇଥିବା ବଲ୍‌ଟିକୁ ଦେବାକୁ ତାଙ୍କୁ ଅନୁରୋଧ କରିଥିଲେ। ଏଭଳି ଦୃଶ୍ୟ ଦେଖି ଦର୍ଶକ ଆଶ୍ଚର୍ଯ୍ୟ ହୋଇଥିଲେ। ଅନେକ କହିବାକୁ ଲାଗିଲେ ଇଂଲଣ୍ଡ ବିପକ୍ଷରେ ଏହା ଧୋନୀଙ୍କର ଶେଷ ଦିନିକିଆ ହୋଇପାରେ।

ଏହି ଘଟଣା ପରେ ସୋଶାଲ୍‌ ମିଡିଆରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଧୋନୀ ଏହି ମ୍ୟାଚ୍‌ ପରେ ସନ୍ନ୍ୟାସ ନେଇପାରନ୍ତି ବୋଲି ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଦୀର୍ଘଦିନ ଧରି ଧୋନୀ ଖରାପ ଫର୍ମରେ ଥିବାବେଳେ ଏଥିପାଇଁ ସେ ସମାଲୋଚନାର ଶିକାର ମଧ୍ୟ ହୋଇଆସୁଥିଲେ। ଫଳରେ ଏଭଳି ପରିସ୍ଥିତିରେ ଧୋନୀ ଦିନିକିଆରୁ ଅବସର ନେଇ ପାରନ୍ତି ବୋଲି ଲୋକେ ଆଲୋଚନା କରିବାକୁ ପଛାଇ ନାହାନ୍ତି।

Related story