ବିରାଟଙ୍କ ପାକିସ୍ତାନୀ ଫ୍ୟାନ୍‌ଙ୍କ ପାଗଳାମୀ, ଛାଡ଼ିଲେ ଏମିତି ଫଟୋ

ନୂଆଦିଲ୍ଲୀ: ଲାଗୁଛି ପାକିସ୍ତାନରେ ବି ଅଛନ୍ତି ବିରାଟ କୋହଲିଙ୍କ ବହୁତ ଫ୍ୟାନ୍‌। ସେମାନେ ବୋଧହୁଏ ଚାହୁଁଥିଲେ ବାହାଘର ପରେ ବିରାଟ ପତ୍ନୀ ଅନୁଷ୍କାଙ୍କୁ ନେଇ ପାକିସ୍ତାନକୁ ହନିମୁନ୍‌ରେ ଆସନ୍ତୁ। ନ ହେଲେ କ’ଣ ସେମାନେ ଏମିତି ଫଟୋ ସୋସିଆଲ୍ ମିଡିଆରେ ଛାଡ଼ି ଥାଆନ୍ତେ? କଥାଟା ଖୋଲିକୁ କହି ଦେଉଛୁ। ସୋସିଆଲ୍ ମିଡିଆରେ ବିରାଟ ଓ ଅନୁଷ୍କାଙ୍କ କିଛି ଫଟୋ ଦେଖିବାକୁ ମିଳିଛି। ଏ ଫଟୋଟି ହେଉଛି ରୋମ୍‌ରେ ସେମାନଙ୍କ ହନିମୁନ୍‌ ସମୟର। ତେବେ କେହି ପାକିସ୍ତାନୀ ସେ […]

virucopy

Ordigital Desk
  • Published: Wednesday, 20 December 2017
  • , Updated: 20 December 2017, 04:02 PM IST

ନୂଆଦିଲ୍ଲୀ: ଲାଗୁଛି ପାକିସ୍ତାନରେ ବି ଅଛନ୍ତି ବିରାଟ କୋହଲିଙ୍କ ବହୁତ ଫ୍ୟାନ୍‌। ସେମାନେ ବୋଧହୁଏ ଚାହୁଁଥିଲେ ବାହାଘର ପରେ ବିରାଟ ପତ୍ନୀ ଅନୁଷ୍କାଙ୍କୁ ନେଇ ପାକିସ୍ତାନକୁ ହନିମୁନ୍‌ରେ ଆସନ୍ତୁ। ନ ହେଲେ କ’ଣ ସେମାନେ ଏମିତି ଫଟୋ ସୋସିଆଲ୍ ମିଡିଆରେ ଛାଡ଼ି ଥାଆନ୍ତେ?

କଥାଟା ଖୋଲିକୁ କହି ଦେଉଛୁ। ସୋସିଆଲ୍ ମିଡିଆରେ ବିରାଟ ଓ ଅନୁଷ୍କାଙ୍କ କିଛି ଫଟୋ ଦେଖିବାକୁ ମିଳିଛି। ଏ ଫଟୋଟି ହେଉଛି ରୋମ୍‌ରେ ସେମାନଙ୍କ ହନିମୁନ୍‌ ସମୟର। ତେବେ କେହି ପାକିସ୍ତାନୀ ସେ ଦୁହଁଙ୍କ ଏହି ଫଟୋକୁ ପାକିସ୍ତାନର ବିଭିନ୍ନ ପର୍ଯ୍ୟଟନ ସ୍ଥଳର ଫଟୋ ସହିତ ଯୋଡ଼ି ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି। ରୋମ୍‌ ଫଟୋଟି ଦେଖି ନଥିବା ଲୋକେ ଭାବିବେ ସତେ ଯେମିତି ବିରାଟ ଓ ଅନୁଷ୍କା ପାକିସ୍ତାନକୁ ହନିମୁନ୍ କରିବାକୁ ଯାଇଥିଲେ! ଅବଶ୍ୟ ଏହାକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି। କିଏ ଏହାକୁ ତାଙ୍କ ଫ୍ୟାନ୍‌ଙ୍କ ପାଗଳାମୀ କହୁଥିଲା ବେଳେ ଆଉ କେହି କହୁଛନ୍ତି ଏପରି କରି ବିରାଟ ଓ ଅନୁଷ୍କାଙ୍କ ମଜାକ୍ ଉଡ଼ା ଯାଇଛି।

ବିରାଟ କୋହଲି ଓ ଅନୁଷ୍କା ଶର୍ମା ବିବାହ ପରେ ହନିମୁନ୍‌ ପାଇଁ ରୋମ୍‌ ଯାଇଥିଲେ। ଏବେ ସେମାନେ ଭାରତ ଫେରିଛନ୍ତି। ଡିସେମ୍ବର ୧୯ରେ ସେମାନେ ଗୁଡ଼ଗାଓଁ ସ୍ଥିତ ଘରକୁ ଫେରିଛନ୍ତି। ଭାରତ ଫେରିବା ପରେ ପ୍ରଥମ ଥର ଅନୁଷ୍କାଙ୍କ ଫଟୋ ସାମ୍ନାକୁ ଆସିଛି। ସେଥିରେ ସେ ନଣନ୍ଦ ଭାବନାଙ୍କ ସହ ନଜର ଆସିଛନ୍ତି। ବିରାଟ ବି ସାଙ୍ଗରେ ବସିଛନ୍ତି।

Related story