IPL 2018: କୋହଲି ମହଙ୍ଗା, ଧୋନିଙ୍କ ଘର ବାହୁଡ଼ା

ନୂଆଦିଲ୍ଲୀ: ୨୦୧୮ ଆଇପିଏଲ୍‌ରେ ଭାଗ ନେଉଥିବା ସମସ୍ତ ୮ଟି ଟିମ୍‌ ନିଜ ନିଜ ପସନ୍ଦର ଖେଳାଳିଙ୍କୁ ରିଟେନ୍‌ କରିଛନ୍ତି। ବେଙ୍ଗାଲୋର ରୟାଲ ଚ୍ୟାଲେଞ୍ଜ ନିଜ ଅଧିନାୟକ ବିରାଟ କୋହଲିଙ୍କୁ ୧୭ କୋଟି ଟଙ୍କାରେ ରିଟେନ୍‌ କରିଛି। ଏହାପରେ କୋହଲି ଆଇପିଏଲ୍‌ର ସବୁଠାରୁ ମହଙ୍ଗା ଖେଳାଳି ହୋଇଯାଇଛନ୍ତି। ସେହିପରି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଘର ବାହୁଡା ହୋଇଛି। ଚେନ୍ନାଇ ସୁପର କିଙ୍ଗ ରିଟେନ୍‌ କରିଛି। ଏହାସହ ସୁରେଶ ରାଇନାଙ୍କୁ ମଧ୍ୟ ଚେନ୍ନାଇ […]

IPL

Rakesh Mallick
  • Published: Thursday, 04 January 2018
  • , Updated: 04 January 2018, 09:33 PM IST

ନୂଆଦିଲ୍ଲୀ: ୨୦୧୮ ଆଇପିଏଲ୍‌ରେ ଭାଗ ନେଉଥିବା ସମସ୍ତ ୮ଟି ଟିମ୍‌ ନିଜ ନିଜ ପସନ୍ଦର ଖେଳାଳିଙ୍କୁ ରିଟେନ୍‌ କରିଛନ୍ତି। ବେଙ୍ଗାଲୋର ରୟାଲ ଚ୍ୟାଲେଞ୍ଜ ନିଜ ଅଧିନାୟକ ବିରାଟ କୋହଲିଙ୍କୁ ୧୭ କୋଟି ଟଙ୍କାରେ ରିଟେନ୍‌ କରିଛି। ଏହାପରେ କୋହଲି ଆଇପିଏଲ୍‌ର ସବୁଠାରୁ ମହଙ୍ଗା ଖେଳାଳି ହୋଇଯାଇଛନ୍ତି। ସେହିପରି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଘର ବାହୁଡା ହୋଇଛି। ଚେନ୍ନାଇ ସୁପର କିଙ୍ଗ ରିଟେନ୍‌ କରିଛି। ଏହାସହ ସୁରେଶ ରାଇନାଙ୍କୁ ମଧ୍ୟ ଚେନ୍ନାଇ ରିଟେନ୍‌ କରିଛି।

ଅନ୍ୟପକ୍ଷରେ ୨୦୧୮ ଆଇପିଏଲ୍‌ ପୂର୍ବରୁ ଗୌତମ ଗମ୍ଭୀରଙ୍କୁ ବଡ଼ ଝଟକା ଲାଗିଛି। କୋଲକାତା ନାଟ୍‌ ରାଇଡର୍ସ ଗୌତମଙ୍କୁ ରିଟେନ୍‌ କରିନାହିଁ। ଏହାର ଅର୍ଥ ୨୦୧୮ରେ ନୂଆ ଅଧିନାୟକଙ୍କ ଅଧୀନରେ କେକେରା ପଡ଼ିଆକୁ ଓହ୍ଲାଇବ।

ଆସନ୍ତୁ ଜାଣିବା କେଉ ଟିମ୍‌ କେତେ ଟଙ୍କାରେ କେଉଁ ଖେଳାଳିଙ୍କୁ ରିଟେନ୍‌ କରିଛି।

ଚେନ୍ନାଇ ସୁପର କିଙ୍ଗସ୍‌

ମହେନ୍ଦ୍ର ସିଂ ଧୋନି ୧୫ କୋଟି, ସୁରେଶ ରାଇନା ୧ କୋଟି ଏବଂ ରବୀନ୍ଦ୍ର ଜାଡେଜା ୭ କୋଟି ଟଙ୍କା।

ଦିଲ୍ଲୀ ଡେୟାର ଡେଭିଲ୍ସ

ଋଷଭ ପନ୍ତ ୮ କୋଟି, କ୍ରିସ୍‌ ମୋରିସ୍‌ ୭.୧ କୋଟି ଏବଂ ଶ୍ରେୟସ୍‌ ଅୟର ୭ କୋଟି ଟଙ୍କା।

କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ

ଅକ୍ଷର ପଟେଲ ୬.୭୫ କୋଟି।

କୋଲକାତା ନାଇଟ୍‌ ରାଇଡର୍ସ

ସୁନୀଲ ନାରାୟଣ ୮.୫ କୋଟି ଏବଂ ଆନ୍ଦ୍ରେ ରସେଲ ୭ କୋଟି ଟଙ୍କା।

ମୁମ୍ବାଇ ଇଣ୍ଡିଆନ୍ସ

ରୋହିତ ଶର୍ମା ୧୫ କୋଟି, ହାର୍ଦ୍ଦିକ ପାଣ୍ଡ୍ୟା ୧୧ କୋଟି ଏବଂ ଜସ୍‌ପ୍ରୀତତ ବୁମରା ୭ କୋଟି।

ରାଜସ୍ଥାନ ରୟାଲ୍ସ

ଷ୍ଟିବ ସ୍ମିଥ୍‌ ୧୨ କୋଟି ଟଙ୍କା।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋର

ବିରାଟ କୋହଲି ୧୭ କୋଟି, ଏବି ଡି ଭିଲିୟର୍ସ ୧୧ କୋଟି ଏବଂ ସର୍ଫରାଜ ଖାନ୍‌ ୧.୭୫ କୋଟି।

ସନ୍‌ ରାଇଜର୍ସ ହାଇଦ୍ରାବାଦ୍

ଡେଭିଡ ୱାର୍ନର ୧୨ କୋଟି ଏବଂ ଭୁବନେଶ୍ୱର କୁମାର ୮ କୋଟି ଟଙ୍କା।

Related story