କୋହଲିଙ୍କୁ ଆଉ ଏକ ସଫଳତା, ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଂଲଣ୍ଡକୁ ତୃତୀୟ ଟେଷ୍ଟରେ ହରାଇବା ପରେ ବିରାଟ କୋହଲିଙ୍କ ନାଁରେ ଏକ ରେକର୍ଡ ଯୋଡ଼ି ହୋଇଯାଇଛି। ସେ ସୌରଭ ଗାଙ୍ଗୁଲିଙ୍କ ରେକର୍ଡକୁ ଭାଙ୍ଗିଛନ୍ତି। ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତୀୟ ଟେଷ୍ଟ୍ ଟିମ୍ ୨୧ଟି ମ୍ୟାଚ୍ ଜିତିଥିଲା। ଆଉ କୋହଲିଙ୍କ ନେତୃତ୍ୱରେ ଦଳ ୨୨ଟି ମ୍ୟାଚ୍ ଜିତିଛି। କୋହଲି ଏଯାବତ୍ ୩୮ଟି ଟେଷ୍ଟରେ ଭାରତୀୟ ଦଳର ନେତୃତ୍ୱ ନେଇଛନ୍ତି। ଏଥିରୁ ଦଳ ୨୨ଟିରେ ବିଜୟୀ ହୋଇଥିବା ବେଳେ ମାତ୍ର ୭ଟିରେ ହାରିଛି। ଆଉ ୯ଟି ମ୍ୟାଚ୍ […]

virat

Jitendra Garnayak
  • Published: Thursday, 23 August 2018
  • , Updated: 23 August 2018, 09:45 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଂଲଣ୍ଡକୁ ତୃତୀୟ ଟେଷ୍ଟରେ ହରାଇବା ପରେ ବିରାଟ କୋହଲିଙ୍କ ନାଁରେ ଏକ ରେକର୍ଡ ଯୋଡ଼ି ହୋଇଯାଇଛି। ସେ ସୌରଭ ଗାଙ୍ଗୁଲିଙ୍କ ରେକର୍ଡକୁ ଭାଙ୍ଗିଛନ୍ତି।

ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତୀୟ ଟେଷ୍ଟ୍ ଟିମ୍ ୨୧ଟି ମ୍ୟାଚ୍ ଜିତିଥିଲା। ଆଉ କୋହଲିଙ୍କ ନେତୃତ୍ୱରେ ଦଳ ୨୨ଟି ମ୍ୟାଚ୍ ଜିତିଛି।

କୋହଲି ଏଯାବତ୍ ୩୮ଟି ଟେଷ୍ଟରେ ଭାରତୀୟ ଦଳର ନେତୃତ୍ୱ ନେଇଛନ୍ତି। ଏଥିରୁ ଦଳ ୨୨ଟିରେ ବିଜୟୀ ହୋଇଥିବା ବେଳେ ମାତ୍ର ୭ଟିରେ ହାରିଛି। ଆଉ ୯ଟି ମ୍ୟାଚ୍ ଡ୍ର’ ରହିଛି। ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତ ୪୯ଟି ଟେଷ୍ଟ୍ ମ୍ୟାଚ୍ ଖେଳିଛି।

ଭାରତର ସବୁଠୁ ସଫଳ ଟେଷ୍ଟ ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀ। ତାଙ୍କ ନେତୃତ୍ୱରେ ଦଳ ୬୦ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିବା ବେଳେ ୨୭ଟିରେ ବିଜୟୀ ହୋଇଛି।

୨୦୧୪ ମସିହାରେ କୋହଲି ଭାରତୀୟ ଟେଷ୍ଟ୍ ଦଳର ନେତୃତ୍ୱ ନେଇଥିଲେ। ଟେଷ୍ଟ୍ କ୍ରିକେଟ୍‌ରୁ ଧୋନୀ ଅବସର ଘୋଷଣା କରିବା ପରେ ତାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା।

କୋହଲିଙ୍କ ନେତୃତ୍ୱରେ ଦଳ ଶ୍ରୀଲଙ୍କା (ଦୁଇ ଥର), ୱେଷ୍ଟଇଣ୍ଡିଜ୍‌, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଓ ବାଂଲାଦେଶ ବିପକ୍ଷରେ ଟେଷ୍ଟ୍ ସିରିଜ୍ ଜିତିଛି।

ଟେଷ୍ଟ୍ ଅଧିନାୟକ ଭାବେ ସେ ଏଯାବତ ୬୬.୦୩ ଆଭେରେଜ୍‌ରେ ୩୮୯୬ ରନ୍ କରିଛନ୍ତି।

 

 

Related story