ନୂଆଦିଲ୍ଲୀ: ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ଫାଇନାଲ୍ ଟିକେଟ୍ କାଟି ସାରିଛି ଟିମ୍ ଇଣ୍ଡିଆ। ଗୁରୁବାର ସେମିଫାଇନାଲ୍ ମୁକାବିଲା ଇଂଲଣ୍ଡ ବିପକ୍ଷରେ ହେବାକୁଥିଲା, କିନ୍ତୁ ବର୍ଷା ଯୋଗୁ ମ୍ୟାଚ୍ ବାତିଲ ହୋଇଯାଇଥିଲା। ତେବେ ଗ୍ରୁପ୍-ଏ'ରେ ଶୀର୍ଷରେ ଥିବାରୁ ଭାରତକୁ ଫାଇଦା ମିଳିଛି । ଫଳରେ ଭାରତ ବିନା ମ୍ୟାଚ୍ ଖେଳି ଫାଇନାଲରେ ପହଞ୍ଚିଯାଇଛି। ଫାଇନାଲ୍ ମୁକାବିଲା ମାର୍ଚ୍ଚ ୮ ତାରିଖରେ ଖେଳାଯିବ। ତେବେ ପ୍ରଥମଥର ଟି-୨୦ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଥିବା ଭାରତୀୟ ମହିଳା ଟିମକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।
Congratulations to the Indian Women's team on qualifying for the @T20WorldCup final. We are proud of you girls and wish you all the luck for the finals. 🇮🇳👏 @BCCIWomen
— Virat Kohli (@imVkohli) March 5, 2020
ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟ୍ୱିଟ୍ କରି ଭାରତୀୟ ମହିଳା ଟିମକୁ ଫାଇନାଲରେ ପହଞ୍ଚିବା ନେଇ ଶୁଭକାମନା ଜଣାଇଛନ୍ତି। କୋହଲି କହିଛନ୍ତି, ଆପଣଙ୍କ ଉପରେ ଆମେ ଗର୍ବିତ ଏବଂ ଫାଇନାଲ୍ ପାଇଁ ଶୁଭେଚ୍ଛା।
Congratulations to the Indian Women's team on reaching the @T20WorldCup final. Goodluck, get the cup home girls 🇮🇳🏆 @BCCIWomen
— K L Rahul (@klrahul11) March 5, 2020
ସେହିପରି ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ ମଧ୍ୟ ଟ୍ୱିଟ୍ କରି ବଧେଇ ଜଣାଇଛନ୍ତି। ସେ ଟ୍ୱିଟ୍ କରିଛନ୍ତି, ଟି-୨୦ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଥିବାରୁ ମହିଳା ଦଳକୁ ଶୁଭେଚ୍ଛା। ଆପଣ ସମସ୍ତଙ୍କୁ ଗୁଡଲକ୍ ଏବଂ ଟ୍ରଫି ସହ ଦେଶକୁ ଫେରିବା ନେଇ ମୁଁ ଆଶାବାଦୀ।
Would have loved seeing the semi-finals but Indra Devta ke aage kaun jeet sakta hai.
Mehnat ka parinaam achha milta hai. A reward for Winning all the matches in the group stage. Congratulations @BCCIWomen and wishing you glory this Sunday #T20WorldCup— Virender Sehwag (@virendersehwag) March 5, 2020
ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ୱାଗ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି, ସେମିଫାଇନାଲ୍ ମୁକାବିଲା ଦେଖିବାରେ ମଜା ଆସିଥାନ୍ତା, କିନ୍ତୁ ଇନ୍ଦ୍ରଦେବତାଙ୍କ ଆଗରେ କେହି ଜିତିପାରିବେ ନାହିଁ। ପରିଶ୍ରମର ଫଳ ସର୍ବଦା ଭଲ ହୋଇଥାଏ। ଗ୍ରୁପ୍ ମ୍ୟାଚରେ ଲଗାତର ମ୍ୟାଚ୍ ଜିତିବାର ପୁରସ୍କାର ମିଳିଛି। ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଆସନ୍ତା ରବିବାର ଆପଣଙ୍କ ପାଇଁ ଐତିହାସିକ ହେଉ।
Would have been great to see the match, but many congratulations to @BCCIWomen for making it to the finals of the #T20WorldCup . A reward for winning 4 out of 4 in the group stages. Wishing the girls the very best for the finals on #WomensDay
— VVS Laxman (@VVSLaxman281) March 5, 2020
ପୂର୍ବତନ ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ କହିଛନ୍ତି, ଏହି ମ୍ୟାଚ୍ ନିଶ୍ଚିତ ଭାବେ ଭଲ ହୋଇଥାନ୍ତା। ତଥାପି ବିଜୟ ପାଇଁ ଭାରତୀୟ ମହିଳା ଟିମକୁ ଶୁଭେଚ୍ଛା। ଫାଇନାଲ୍ ପାଇଁ ଟିମର ସବୁ ସଦସ୍ୟଙ୍କୁ ମୋର ଶୁଭକାମନା।
As an indian I am absolutely thrilled india has made it to the finals . But as a cricketer I feel for the English girls . I’d never want to find myself or my team in that situation. But the rules are such and it is what it is. Congratulations girls.This is big. #INDvENG #T20WC
— Mithali Raj (@M_Raj03) March 5, 2020
ଭାରତୀୟ ମହିଳା ଦଳର ଅଭିଜ୍ଞ ପେସ୍ ବୋଲର ଝୁଲନ୍ ଗୋସ୍ୱାମୀ ଟ୍ୱିଟ୍ କରିଛନ୍ତି, ଫାଇନାଲରେ ପହଞ୍ଚିବା ପାଇଁ ଟିମକୁ ଅଭିନନ୍ଦନ। ଗ୍ରୁପ୍ ପର୍ଯ୍ୟାୟରେ ଜବରଦସ୍ତ ପ୍ରଦର୍ଶନ ପରେ ଆପଣ ଏହାର ହକଦାର ଥିଲେ । କେବଳ ଆଉ ଗୋଟିଏ ମ୍ୟାଚ୍ ବାକି ରହିଲା। ଅଭିନନ୍ଦନ।
Congrats Team on reaching the final! You guys deserved it after a superb performance in the group stage. Just one more game to go. Good luck! 👍🏽 #INDvENG @BCCIWomen @BCCI @T20WorldCup @ICC
— Jhulan Goswami (@JhulanG10) March 5, 2020
ଭାରତୀୟ ମହିଳା ଦିନିକିଆ ଦଳର କ୍ୟାପଟେନ୍ ମିତାଲୀ ରାଜ କହିଛନ୍ତି, ଜଣେ ଭାରତୀୟ ଭାବେ ମୁଁ ଖୁସି ଯେ ଆମ ଟିମ୍ ଫାଇନାଲରେ ପହଞ୍ଚିଛି। କିନ୍ତୁ ଜଣେ କ୍ରିକେଟର ଭାବେ ଇଂଲଣ୍ଡ ଖେଳାଳିଙ୍କ ପାଇଁ ମୁଁ ଦୁଃଖିତ। ମୁଁ କେବେବି ନିଜ ଟିମକୁ ଏଭଳି ସ୍ଥିତିରେ ଦେଖିବାକୁ ଚାହିଁବି ନାହିଁ। କିନ୍ତୁ ନିୟମ ଏଭଳି ଯେ, ଏଥିରେ କିଛି କହିହେବ ନାହିଁ। ଟିମର ସମସ୍ତ ସଦସ୍ୟଙ୍କୁ ମୋର ଅଭିନନ୍ଦନ। ବାସ୍ତବରେ ଏହା ବହୁତ ବଡ଼ ଉପଲବ୍ଧି।