ବାରବାଟୀରେ କୋହଲିଙ୍କ 'ବିରାଟ୍‌' ରେକର୍ଡ

କଟକ (ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଆଉ ଏକ ବିଶ୍ୱ କୀର୍ତ୍ତିମାନ କରିଛନ୍ତି । ୨୦୧୯ରେ ସବୁ ଫର୍ମାଟରେ କୋହଲି ସର୍ବାଧିକ ରନ୍ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି। ଏହି ମାମଲାରେ ସେ ସାଥୀ ଖେଳାଳି ରୋହିତ୍ ଶର୍ମାଙ୍କୁ ପଛରେ ପକାଇଛନ୍ତି। ରୋହିତ୍ ଏହି ମ୍ୟାଚରେ ୬୩ ରନର ଇନିଂସ୍ ଖେଳି ସନତ ଜୟସୂରିୟାଙ୍କ ୨୨ ବର୍ଷ ତଳର ରେକର୍ଡ ଭାଙ୍ଗିଥିଲେ। କିନ୍ତୁ ପରେ କୋହଲି ରୋହିତଙ୍କ ଏହି ରେକର୍ଡକୁ ଟପି […]

team-indua

team-indua

Ranjit Kumar Jena
  • Published: Sunday, 22 December 2019
  • Updated: 22 December 2019, 10:51 PM IST

କଟକ (ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଆଉ ଏକ ବିଶ୍ୱ କୀର୍ତ୍ତିମାନ କରିଛନ୍ତି । ୨୦୧୯ରେ ସବୁ ଫର୍ମାଟରେ କୋହଲି ସର୍ବାଧିକ ରନ୍ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି। ଏହି ମାମଲାରେ ସେ ସାଥୀ ଖେଳାଳି ରୋହିତ୍ ଶର୍ମାଙ୍କୁ ପଛରେ ପକାଇଛନ୍ତି। ରୋହିତ୍ ଏହି ମ୍ୟାଚରେ ୬୩ ରନର ଇନିଂସ୍ ଖେଳି ସନତ ଜୟସୂରିୟାଙ୍କ ୨୨ ବର୍ଷ ତଳର ରେକର୍ଡ ଭାଙ୍ଗିଥିଲେ। କିନ୍ତୁ ପରେ କୋହଲି ରୋହିତଙ୍କ ଏହି ରେକର୍ଡକୁ ଟପି ଯାଇଥିଲେ। କୋହଲି ଚଳିତ ବର୍ଷ ତିନୋଟି ଯାକ ଫର୍ମାଟରେ ୨୪୫୫ ରନ୍ କରିଛନ୍ତି। ଏହି ମାମଲାରେ ରୋହିତ୍ ଚଳିତ ବର୍ଷ ୨୪୪୨ ରନ୍ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

୨୦୧୬ ପରଠାରୁ କୋହଲି କୋହଲି ଉଭୟ ଟେଷ୍ଟ, ଦିନିକିଆ ଓ ଟି-୨୦ରେ ସର୍ବାଧିକ ରନ୍ କରିଆସୁଛନ୍ତି। ୨୦୧୬ରେ କୋହଲି ନିଜ ନାଁରେ ୨୫୯୫ ରନ୍ କରିଥିଲେ । ଏହା ପାରେ ସେ ୨୦୧୭ ଏବଂ ୨୦୧୮ରେ ଯଥାକ୍ରମେ ୨୮୧୮ ଓ ୨୭୩୫ ରନ୍ କରିଥିଲେ। ରବିବାର ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଦିନିକିଆରେ ସେ ୭୩ ରନ୍ କରିଥିବା ବେଳେ ରୋହିତଙ୍କ ରେକର୍ଡକୁ ଭାଙ୍ଗିଥିଲେ।

ଏହାଛଡ଼ା କୋହଲି ଏହି ମ୍ୟାଚରେ ଆଉ ଏକ ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି । କୋହଲି ଅନ୍ତର୍ଜାତୀୟ ଦିନିକିଆରେ ସର୍ବାଧିକ ରନ୍ ମାମଲାରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜ୍ୟାକ୍ କାଲିସଙ୍କୁ ପଛରେ ପକାଇଛନ୍ତି । କାଲିସ୍ ୩୨୮ ମ୍ୟାଚରେ ୪୪.୩୬ ହାରରେ ୧୧,୫୭୯ ରନ୍ ରନ୍ କରିଛନ୍ତି। ତେବେ କୋହଲିଙ୍କୁ ଏହି ରେକର୍ଡ ଭାଙ୍ଗିବା ପାଇଁ ୫୬ ରନର ଆବଶ୍ୟକ ଥିଲା, ଯାହା ସେ ଏହାକୁ ସହଜରେ ହାସଲ କରି ନେଇଛନ୍ତି । କୋହଲି ଅନ୍ତର୍ଜାତୀୟ ଦିନିକିଆରେ ୨୪୨ ମ୍ୟାଚ୍ ଖେଳି ୨୩୩ ଇନିଂସରେ ୧୧୬୦୯ ରନ୍ କରିଛନ୍ତି, ଯେଉଁଥବରେ ୪୩ ଶତକ ଓ ୫୫ ଅର୍ଦ୍ଧଶତକ ସାମିଲ୍ ଅଛି । ଏବେ କୋହଲି ଅନ୍ତର୍ଜାତୀୟ ଦିନିକିଆରେ ସର୍ବାଧିକ ରନ୍ ମାମଲାରେ ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି।

ତେବେ ଦିନିକିଆରେ ସର୍ବାଧିକ ରନର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାଁରେ ରହିଛି । ସଚିନ ୧୮,୪୨୬ ରନ୍ ସହ ଏକ ନମ୍ବର ସ୍ଥାନରେ ଅଛନ୍ତି। ତାଙ୍କ ପଛକୁ ଶ୍ରୀଲଙ୍କାର କୁମାର ସାଙ୍ଗାକାରା (୧୪,୨୩୪), ଅଷ୍ଟ୍ରେଲିଆର ରିକି ପଣ୍ଟି (୧୩,୭୦୪), ସନତ ଜୟସୂରିୟା (୧୩,୪୩୦), ମାହେଲା ଜୟବର୍ଦ୍ଧନେ (୧୨,୬୫୦) ଏବଂ ଇଞ୍ଜାମାମ ଉଲ୍‌-ହକ୍ (୧୧,୭୩୯) ରହିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ କ୍ୟାପଟେନ୍ ଭାବେ ୧୧ହଜାର ରନ୍ କରିବାରୁ କୋହଲି ୧୧୬ ରନ୍ ଦୂରରେ ଅଛନ୍ତି। କ୍ୟାପଟେନ୍ ଭାବେ କୋହଲି ୧୬୬ ମ୍ୟାଚରେ ୧୦,୯୬୯ ରନ୍ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ କ୍ୟାପଟେନ୍ ଭାବେ ସର୍ବାଧିକ ରନର ରେକର୍ଡ ପଣ୍ଟିଂଙ୍କ ନାମରେ ରହିଛି, ଯିଏ ୩୨୦ ମ୍ୟାଚରେ ୧୫,୪୪୦ ରନ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos