୫୦ତମ ଟେଷ୍ଟରେ ବିରାଟ୍ ବିଜୟ

ପୁଣେ: ପୁଣେ ଟେଷ୍ଟ ଜିତି ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ନୂଆ ରେକର୍ଡ କରିଛନ୍ତି। କ୍ୟାପଟେନ୍ ଭାବେ କୋହଲିଙ୍କର ଏହା ୫୦ତମ ଟେଷ୍ଟ ମ୍ୟାଚ୍ ଥିଲା ଏବଂ ତାଙ୍କ ନେତୃତ୍ୱରେ ଭାରତ ୩୦ତମ ବିଜୟ ନିଜ ନାଁରେ କରିଛତ। ୫୦ତମ ଟେଷ୍ଟରେ କ୍ୟାପଟେନ୍ସି କରି ୩୦ କିମ୍ବା ଏହାଠାରୁ ଅଧିକ ବିଜୟ କରିବା ମାମଲାରେ କୋହଲି ବିଶ୍ୱର ତୃତୀୟ କ୍ୟାପଟେନ୍ ହୋଇଛନ୍ତି। ଏହି କ୍ଲବରେ ତାଙ୍କ ଆଗରେ ଅଷ୍ଟ୍ରେଲିଆର ଷ୍ଟିଭ୍ ୱ’ ଓ ରିକି […]

kohli

kohli

Ranjit Kumar Jena
  • Published: Sunday, 13 October 2019
  • Updated: 13 October 2019, 05:36 PM IST

Sports

Latest News

ପୁଣେ: ପୁଣେ ଟେଷ୍ଟ ଜିତି ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ନୂଆ ରେକର୍ଡ କରିଛନ୍ତି। କ୍ୟାପଟେନ୍ ଭାବେ କୋହଲିଙ୍କର ଏହା ୫୦ତମ ଟେଷ୍ଟ ମ୍ୟାଚ୍ ଥିଲା ଏବଂ ତାଙ୍କ ନେତୃତ୍ୱରେ ଭାରତ ୩୦ତମ ବିଜୟ ନିଜ ନାଁରେ କରିଛତ। ୫୦ତମ ଟେଷ୍ଟରେ କ୍ୟାପଟେନ୍ସି କରି ୩୦ କିମ୍ବା ଏହାଠାରୁ ଅଧିକ ବିଜୟ କରିବା ମାମଲାରେ କୋହଲି ବିଶ୍ୱର ତୃତୀୟ କ୍ୟାପଟେନ୍ ହୋଇଛନ୍ତି। ଏହି କ୍ଲବରେ ତାଙ୍କ ଆଗରେ ଅଷ୍ଟ୍ରେଲିଆର ଷ୍ଟିଭ୍ ୱ' ଓ ରିକି ପଣ୍ଟିଂ ଅଛନ୍ତି।

୫୦ତମ ଟେଷ୍ଟରେ କ୍ୟାପଟେନ୍ସି କରି ସର୍ବାଧିକ ବିଜୟର ରେକର୍ଡ ଷ୍ଟିଭ୍ ୱ'ଙ୍କ ନାଁରେ ରହିଛି। କ୍ୟାପଟେନ୍ ଭାବେ ୱ' ନିଜର ୫୦ତମ ଟେଷ୍ଟରେ ରେକର୍ଡ ୩୭ ବିଜୟ ହାସଲ କରିଥିଲେ। ତାଙ୍କ ପରେ ରିକି ପଣ୍ଟିଂଙ୍କ ନାଁରେ ୩୫ ବିଜୟ ରହିଛି। ଏହା ପରେ କୋହଲିଙ୍କ ନମ୍ବର ଆସିବ। ଚତୁର୍ଥ ସ୍ଥାନରେ ୱେଷ୍ଟଇଣ୍ଡିଜର ମହାନ୍ ବ୍ୟାଟ୍ସମ୍ୟାନ୍ ଭିଭିଆନ୍ ରିଚାଡ୍ସ ରହିଛନ୍ତି। ସେ ୨୭ ବିଜୟ ନିଜ ନାଁରେ କରିଛନ୍ତି। ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ୱ' ୫୭ ଟେଷ୍ଟରେ ଅଷ୍ଟ୍ରେଲିଆର ନେତୃତ୍ୱ ନେଇଛନ୍ତି। ଏହା ମଧ୍ୟରେ ସେ ୪୧ ଟେଷ୍ଟରେ ବିଜୟୀ ହୋଇଛନ୍ତି ଏବଂ ୯ଟିରେ ପରାସ୍ତ ହୋଇଛନ୍ତି।

ସେହିପରି ପଣ୍ଟିଂ ନିଜ କ୍ୟାରିୟରରେ ୭୭ ଟେଷ୍ଟରେ ଅଷ୍ଟ୍ରେଲିଆର ନେତୃତ୍ୱ ନେଇଛନ୍ତି, ଯେଉଁଥିରେ ୪୮ ମ୍ୟାଚ୍ ଜିତିଥିବା ବେଳେ ୧୬ଟିରେ ପରାସ୍ତ ହୋଇଛନ୍ତି। ସେହିପରି ଭାରତର ମହେନ୍ଦ୍ର ସିଂହ ଧୋନି କ୍ୟାପଟେନ୍ ଭାବେ ନିଜର ୫୦ତମ ମ୍ୟାଚରେ ୨୬ତମ ବିଜୟ ହାସଲ କରିଥିଲେ। କୋହଲି ଏବେ ନ୍ୟୁଜିଲ୍ୟାଣ୍ଡର ଷ୍ଟିଫେନ୍ ଫ୍ଲେମିଙ୍ଗ୍‌, ଇଂଲଣ୍ଡର ଆଲିଷ୍ଟର୍ କୁକ୍ ଓ ଷ୍ଟିଭ୍ ୱ'ଙ୍କ କ୍ଲବରେ ସାମିଲ୍ ହୋଇଚନ୍ତି, ଯେଉଁମାନେ କ୍ୟାପଟେନ୍ ଭାବେ ନିଜ ନିଜର ୫୦ତମ ଟେଷ୍ଟ ଶତକ ମାରିଥିଲେ। ଏହା ସହ କୋହଲି ମଧ୍ୟ ଏହି ଟେଷ୍ଟରେ ଦ୍ୱିଶତକ ମାରି ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos