ମିଆଁଦାଦଙ୍କ ରେକର୍ଡ ଭାଙ୍ଗିଲେ ବିରାଟ୍

ପୋର୍ଟ ଅଫ୍ ସ୍ପେନ୍: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଆଉ ଏକ ଉପଲବ୍ଧି ନିଜ ନାଁରେ କରିଛନ୍ତି। କୋହଲି ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ରବିବାର ପୋର୍ଟ ଅଫ୍ ସ୍ପେନରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ସେ ଏହି ସଫଳତା ହାସଲ କରିଛନ୍ତି। ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୯୩୦ରୁ ଅଧିକ ରନ୍ କରିଛନ୍ତି। ଏହି ମାମଲାରେ ପାକିସ୍ତାନର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଜାଭେଦ୍ ମିଆଁଦାଦଙ୍କ ରେକର୍ଡ ଭାଙ୍ଗିଛନ୍ତି। ମିଆଁଦାଦ ୱେଷ୍ଟଇଣ୍ଡିଜ୍ […]

virat1

virat1

Ranjit Kumar Jena
  • Published: Sunday, 11 August 2019
  • Updated: 11 August 2019, 08:05 PM IST

Sports

Latest News

ପୋର୍ଟ ଅଫ୍ ସ୍ପେନ୍: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଆଉ ଏକ ଉପଲବ୍ଧି ନିଜ ନାଁରେ କରିଛନ୍ତି। କୋହଲି ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ରବିବାର ପୋର୍ଟ ଅଫ୍ ସ୍ପେନରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ସେ ଏହି ସଫଳତା ହାସଲ କରିଛନ୍ତି।

ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୯୩୦ରୁ ଅଧିକ ରନ୍ କରିଛନ୍ତି। ଏହି ମାମଲାରେ ପାକିସ୍ତାନର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଜାଭେଦ୍ ମିଆଁଦାଦଙ୍କ ରେକର୍ଡ ଭାଙ୍ଗିଛନ୍ତି। ମିଆଁଦାଦ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୬୪ ମ୍ୟାଚ୍ ଖେଳି ୧୯୩୦ ରନ୍ କରିଥିଲେ। ତେବେ ବିରାଟ୍ ମାତ୍ର ୩୩ ଇନିଂସରେ ହିଁ ଏହି ରେକର୍ଡକୁ ପଛରେ ପକାଇ ଦେଇଛନ୍ତି।

ମିଆଁଦାଦଙ୍କ ଏହି ରେକର୍ଡ ଭାଙ୍ଗିବା ପାଇଁ ବିରାଟଙ୍କୁ ମାତ୍ର ୧୯ ରନର ଆବଶ୍ୟକ ହେଉଥିଲା। ତେବେ ଆଜି ବିରାଟ୍ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ବ୍ୟାଟିଂ କରି ସହଜରେ ଏହି ରେକର୍ଡକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସର୍ବାଧିକ ରନ୍ ମାମଲାରେ ମାର୍କ ୱ (୧୭୦୮ ରନ୍) ତୃତୀୟ, ଦକ୍ଷିଣ ଆଫ୍ରିକାର ଜ୍ୟାକ୍ କାଲିସ୍ (୧୬୬୬ ରନ୍) ଚତୁର୍ଥ ଏବଂ ପାକିସ୍ତାନର ରମିଜ୍ ରାଜା (୧୬୨୪ ରନ୍) ପଞ୍ଚମ ସ୍ଥାନରେ ଅଛନ୍ତି।

ଭାରତୀୟଙ୍କ ମଧ୍ୟରେ ବିରାଟଙ୍କ ପରେ ସଚିନ ତେନ୍ଦୁକଲର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସର୍ବାଧିକ ରନ୍ କରିଛନ୍ତି। ସଚିନ ୩୯ ଇନିଂସରେ ୧୫୭୩ ରନ୍ କରିଛନ୍ତି। ରାହୁଲ୍ ଡ୍ରାଭିଡ୍ ୩୮ ଇନିଂସରେ ୧୩୪୮ ରନ୍ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସର୍ବାଧିକ ଶତକ ମାମଲାରେ ବି ବିରାଟ୍ ଶୀର୍ଷରେ ଅଛନ୍ତି। ବିରାଟ୍ କ୍ୟାରିବିୟାନ୍ ଟିମ୍ ବିପକ୍ଷରେ ୭ ଶତକ ମାରିଛନ୍ତି। ତାଙ୍କ ପରେ ଦକ୍ଷିଣ ଆଫ୍ରିକାର ହାଶିମ୍ ଆମଲା, ଏବି ଡି'ଭିଲିୟର୍ସ ଏବଂ ହରଶେଲ୍ ଗିବ୍ସ (ସମସ୍ତେ ୫ଟି ଲେଖାଏ ଶତକ) ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos