୧୧ହଜାର ରନ୍ କ୍ଲବରେ ବିରାଟ୍

ମାଞ୍ଚେଷ୍ଟର: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ପାକିସ୍ତାନ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ବଡ଼ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ପାକିସ୍ତାନ ପେସ୍ ବୋଲର ହାସନ୍ ଅଲୀଙ୍କୁ ଚୌକା ମାରି ବିରାଟ ଦିନିକିଆରେ ନିଜର ୧୧ହଜାର ରନ୍ ପୂରଣ କରିଛନ୍ତି। ତେବେ ବିରାଟ୍ ମାତ୍ର ନିଜର ୨୩୦ତମ ଦିନିକିଆ ମ୍ୟାଚର ୨୨୨ତମ ଇନିଂସରେ ଏହି କୀର୍ତ୍ତିମାନ କରିଛନ୍ତି। ଏହି ମାମଲାରେ ସେ କ୍ରିକେଟ୍ ଭଗବାନ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି। ସଚିନ ୨୮୪ତମ ମ୍ୟାଚର ୨୭୬ତମ ଇନିଂସରେ ୧୧ହଜାର […]

11000 runs

Hemant Lenka
  • Published: Sunday, 16 June 2019
  • , Updated: 16 June 2019, 06:39 PM IST

ମାଞ୍ଚେଷ୍ଟର: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ପାକିସ୍ତାନ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ବଡ଼ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ପାକିସ୍ତାନ ପେସ୍ ବୋଲର ହାସନ୍ ଅଲୀଙ୍କୁ ଚୌକା ମାରି ବିରାଟ ଦିନିକିଆରେ ନିଜର ୧୧ହଜାର ରନ୍ ପୂରଣ କରିଛନ୍ତି।

ତେବେ ବିରାଟ୍ ମାତ୍ର ନିଜର ୨୩୦ତମ ଦିନିକିଆ ମ୍ୟାଚର ୨୨୨ତମ ଇନିଂସରେ ଏହି କୀର୍ତ୍ତିମାନ କରିଛନ୍ତି। ଏହି ମାମଲାରେ ସେ କ୍ରିକେଟ୍ ଭଗବାନ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି। ସଚିନ ୨୮୪ତମ ମ୍ୟାଚର ୨୭୬ତମ ଇନିଂସରେ ୧୧ହଜାର ପୂରଣ କରିଥିଲେ।

କୋହଲିଙ୍କୁ ଏହି ମ୍ୟାଚ୍ ପୂର୍ବରୁ ୧୧ହଜାର ପୂରଣ କରିବା ପାଇଁ ୫୭ ରନର ଆବଶ୍ୟକ ହେଉଥିଲା। ସେ ହାସନ୍ ଅଲୀଙ୍କ ବଲରେ ଚୌକା ମାରି ଏହି ରେକର୍ଡ ହାସଲ କରିଛନ୍ତି। ତେବେ ବିରାଟ ଓ ସଚିନଙ୍କ ମଧ୍ୟରେ ଏକ ସଂଯୋଗ ମଧ୍ୟ ଦେଖିବାକୁ ମିଳିଛି। ସଚିନ ପାକିସ୍ତାନ ବିପକ୍ଷ ୨୦୦୩ ବିଶ୍ୱକପ୍ ମ୍ୟାଚରେ ନିଜର ୧୨ହଜାର ପୂରଣ କରିଥିଲେ।

ସେହିପରି ୧୯୯୯ରେ ଭାରତ ଓ ପାକିସ୍ତାନ ମୁକାବିଲାରେ ସଚିନ ୮ହଜାର ରନ୍ ପୂରଣ କରିଥିଲେ। ବିରାଟ କୋହଲି ୨୦୫ ଇନିଂସରେ ୧୦ହଜାର ରନ୍ ପୂରଣ କରିଥିଲେ। ଅର୍ଥାତ୍ ପରବର୍ତ୍ତୀ ହଜାରେ ରନ୍ ପୂରଣ କରିବା ପାଇଁ ସେ ମାତ୍ର ୧୭ ଇନିଂସର ସହାୟତା ନେଇଛନ୍ତି। ଦିନିକିଆ କ୍ରିକେଟରେ ସବୁଠାରୁ ଦ୍ରୁତ ୧୧ହଜାର ରନ୍ ମାମଲାରେ ରିକି ପଣ୍ଟିଂ ତୃତୀୟ ସ୍ଥାନରେ ଅଛନ୍ତି।

ପଣ୍ଟିଂ ୨୮୬ ଇନିଂସସରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ଦିନିକିଆରେ ସର୍ବାଧିକ ରନର ରେକର୍ଡ ସଚିନଙ୍କ ନାମରେ ରହିଛି, ଯିଏ ୧୮୪୨୬ ରନ୍ କରିଛନ୍ତି। ସେହିପରି ଭାରତ ପକ୍ଷରୁ ୧୧ହଜାର ରନ୍ କରିବାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ସୌରଭ ଗାଙ୍ଗୁଲି। ଗାଙ୍ଗୁଲିଙ୍କ ନାମରେ ଦିନିକିଆରେ ୧୧୩୬୩ ରନ୍ ରହିଛି।

Related story