କାଲିସଙ୍କ ରେକର୍ଡ ଉପରେ କୋହଲିଙ୍କ ନଜର

କଟକ (ଓଡ଼ିଶା ରିପୋର୍ଟର): ଶେଷ ଦୁଇଟି ମ୍ୟାଚରେ ମାତ୍ର ୪ ରନ୍ କରିଥିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ବାରବାଟୀରେ ବଡ଼ ରେକର୍ଡ କରିବା ଲକ୍ଷ୍ୟରେ ଅଛନ୍ତି। ଅନ୍ତର୍ଜାତୀୟ ଦିନିକିଆରେ ସର୍ବାଧିକ ରନ୍ ମାମଲାରେ କୋହଲିଙ୍କ ପାଖରେ ଜ୍ୟାକ୍ କାଲିସଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। କୋହଲି ଆଉ ୫୬ ରନ୍ କଲେ, କାଲିସଙ୍କ ରେକର୍ଡ ଭାଙ୍ଗି ଦେବେ। କୋହଲି ଦିନିକିଆରେ ୨୪୧ ମ୍ୟାଚ୍ ଖେଳି ୫୯.୭୦ ହାରରେ ୧୧,୫୨୪ ରନ୍ କରିଛନ୍ତି। ସେହିପରି କାଲିସ୍ […]

virat

virat

Ranjit Kumar Jena
  • Published: Saturday, 21 December 2019
  • Updated: 21 December 2019, 08:42 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଶେଷ ଦୁଇଟି ମ୍ୟାଚରେ ମାତ୍ର ୪ ରନ୍ କରିଥିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ବାରବାଟୀରେ ବଡ଼ ରେକର୍ଡ କରିବା ଲକ୍ଷ୍ୟରେ ଅଛନ୍ତି। ଅନ୍ତର୍ଜାତୀୟ ଦିନିକିଆରେ ସର୍ବାଧିକ ରନ୍ ମାମଲାରେ କୋହଲିଙ୍କ ପାଖରେ ଜ୍ୟାକ୍ କାଲିସଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। କୋହଲି ଆଉ ୫୬ ରନ୍ କଲେ, କାଲିସଙ୍କ ରେକର୍ଡ ଭାଙ୍ଗି ଦେବେ।

କୋହଲି ଦିନିକିଆରେ ୨୪୧ ମ୍ୟାଚ୍ ଖେଳି ୫୯.୭୦ ହାରରେ ୧୧,୫୨୪ ରନ୍ କରିଛନ୍ତି। ସେହିପରି କାଲିସ୍ ୩୨୮ ମ୍ୟାଚରେ ୪୪.୩୬ ହାରରେ ୧୧,୫୭୯ ରନ୍ ରନ୍ କରିଛନ୍ତି। ଅନ୍ତର୍ଜାତୀୟ ଦିନିକିଆରେ ସର୍ବାଧିକ ରନ୍ ମାମଲାରେ କୋହଲି ସପ୍ତମ ସ୍ଥାନରେ ଅଛନ୍ତି। ତେବେ ଦିନିକିଆରେ ସର୍ବାଧିକ ରନର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାଁରେ ରହିଛି।

ସଚିନ ୧୮,୪୨୬ ରନ୍ ସହ ଏକ ନମ୍ବର ସ୍ଥାନରେ ଅଛନ୍ତି। ତାଙ୍କ ପଛକୁ ଶ୍ରୀଲଙ୍କାର କୁମାର ସାଙ୍ଗାକାରା (୧୪,୨୩୪), ଅଷ୍ଟ୍ରେଲିଆର ରିକି ପଣ୍ଟି (୧୩,୭୦୪), ସନତ ଜୟସୂରିୟା (୧୩,୪୩୦), ମାହେଲା ଜୟବର୍ଦ୍ଧନେ (୧୨,୬୫୦) ଏବଂ ଇଞ୍ଜାମାମ ଉଲ୍‌-ହକ୍ (୧୧,୭୩୯) ରହିଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟରେ କ୍ୟାପଟେନ୍ ଭାବେ ୧୧ହଜାର ରନ୍ କରିବାରୁ କୋହଲି ୧୧୬ ରନ୍ ଦୂରରେ ଅଛନ୍ତି। କ୍ୟାପଟେନ୍ ଭାବେ କୋହଲି ୧୬୫ ମ୍ୟାଚରେ ୧୦,୮୮୪ ରନ୍ କରିଛନ୍ତି। ତେବେ ଅନ୍ତର୍ଜାତୀୟ କ୍ରିକେଟରେ କ୍ୟାପଟେନ୍ ଭାବେ ସର୍ବାଧିକ ରନର ରେକର୍ଡ ପଣ୍ଟିଂଙ୍କ ନାମରେ ରହିଛି, ଯିଏ ୩୨୦ ମ୍ୟାଚରେ ୧୫,୪୪୦ ରନ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos