ଧୋନିଙ୍କ ଅବସର ନେଇ ମୁହଁ ଖୋଲିଲେ ବିରାଟ

ଧର୍ମଶାଲା: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ମୁହଁ ଖୋଲିଛନ୍ତି। ଗୁରୁବାର ଦିନ ବିରାଟ୍‌ ଟ୍ୱିଟରରେ ଧୋନିଙ୍କ ଉଦ୍ଦେଶ୍ୟରେ ଏକ ଫଟୋ ପୋଷ୍ଟ କରିଥିଲେ। ସେ କହିଥିଲେ “ଏହି ବ୍ୟକ୍ତି(ଧୋନି) ମୋତେ ଫିଟନେଶ ଟେଷ୍ଟ ଭଳି ସେଦିନ ମ୍ୟାଚ୍‌ରେ ଦୌଡ଼ାଇଥିଲେ। ଏହି ମ୍ୟାଚ୍‌କୁ ମୁଁ କେବେ ଭୁଲି ପାରିବି ନାହିଁ।” ବିରାଟ ସମ୍ଭବତଃ ଅବସର ନେବେ ବୋଲି ନିଷ୍ପତ୍ତି ନେଇଥିବାରୁ ବିରାଟ୍‌ ଏଭଳି […]

wd

Hemant Lenka
  • Published: Saturday, 14 September 2019
  • , Updated: 14 September 2019, 06:46 PM IST

ଧର୍ମଶାଲା: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ମୁହଁ ଖୋଲିଛନ୍ତି। ଗୁରୁବାର ଦିନ ବିରାଟ୍‌ ଟ୍ୱିଟରରେ ଧୋନିଙ୍କ ଉଦ୍ଦେଶ୍ୟରେ ଏକ ଫଟୋ ପୋଷ୍ଟ କରିଥିଲେ।

ସେ କହିଥିଲେ “ଏହି ବ୍ୟକ୍ତି(ଧୋନି) ମୋତେ ଫିଟନେଶ ଟେଷ୍ଟ ଭଳି ସେଦିନ ମ୍ୟାଚ୍‌ରେ ଦୌଡ଼ାଇଥିଲେ। ଏହି ମ୍ୟାଚ୍‌କୁ ମୁଁ କେବେ ଭୁଲି ପାରିବି ନାହିଁ।”

ବିରାଟ ସମ୍ଭବତଃ ଅବସର ନେବେ ବୋଲି ନିଷ୍ପତ୍ତି ନେଇଥିବାରୁ ବିରାଟ୍‌ ଏଭଳି ପୋଷ୍ଟ କରିଥିବା  ଚର୍ଚ୍ଚା ଆରମ୍ଭ ହୋଇଥିଲା। ତେବେ ଆସନ୍ତାକାଲି ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ ପୂର୍ବରୁ ସାମ୍ବାଦିକମାନେ ବିରାଟଙ୍କୁ ଏ ବିଷୟରେ ପଚାରିଥିଲେ।

ଏହାର ଉତ୍ତର ଦେଇ ସେ କହିଛନ୍ତି, “ମୁଁ ଏହି ଫଟୋ ପୋଷ୍ଟ କରିବା ବେଳେ କିଛି ବି ଭାବିନଥିଲି। ମୁଁ ଘରେ ବସିଥିଲି। ତେଣୁ ମୋ ଇଚ୍ଛା ହେଲା ଗୋଟିଏ ଫଟୋ ପୋଷ୍ଟ କରିଦେଲି। ମୁଁ ଜାଣି ନଥିଲି ଯେ ଏହାକୁ ନେଇ ଏମିତି କିଛି ଚର୍ଚ୍ଚା ହେବ।

ଏହି ଘଟଣା ପରେ ମୁଁ ବହୁଛି କିଛି ଶିଖିଛି। ମୁଁ ଯେଉଁଭଳି ଭାବୁଛି, ପୂରା ଦୁନିଆ ଠିକ୍‌ ଅନୁରୂପ କଥା ଚିନ୍ତା କରୁଛି ବୋଲ ଭାବିବା ଭୁଲ। ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରିବା ବେଳେ ମୁଁ କିଛି ବି ଭାବି ନଥାଏ।

ଏବେ ବି ମୁଁ ସେହି ମ୍ୟାଚ୍‌ କଥା ମନେ ରଖିଛି। ଆଗକୁ ବି ସେହି ମ୍ୟାଚ୍‌ କଥା ମନେ ରହିବ। ମୁଁ ସେହି ମ୍ୟାଚ୍‌ ବିଷୟରେ କିଛି କହି ନଥିଲି। କେବଳ ଗୋଟିଏ ପୋଷ୍ଟ କରିଥିଲି। ତା’କୁ ଲୋକମାନେ ବିଭିନ୍ନ ଶୈଳୀରେ ଉପସ୍ଥାପନ କରୁଛନ୍ତି। କିନ୍ତୁ ଏହି କଥାରେ କୌଣସି ବି ସତ୍ୟତା ନାହିଁ।”

Related story