କାହିଁକି ବାଦ୍ ପଡ଼ିଲେ କୁଲଦୀପ୍ ଓ ଚହଲ୍, ଜବାବ ଦେଲେ କୋହଲି

ଧର୍ମଶାଳା: ବିରାଟ୍ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରବିବାରଠାରୁ ତା’ର ଅଭିଯାନ ଆରମ୍ଭ କରିବ। ଆସନ୍ତାବର୍ଷ ହେବାକୁଥିବା ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ଟିମରେ ଯୁବ ଖେଳାଳିଙ୍କୁ ସ୍ଥାନ ମିଳିଛି, କିନ୍ତୁ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କୁ ଟିମରୁ ବାଦ୍ ପଡ଼ିଛନ୍ତି। ଯାହା ପରେ ଦୁହିଁଙ୍କ ବାଦକୁ ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। ଭାରତୀୟ ଟିମ୍ କ୍ୟାପଟେନ୍ ଧର୍ମଶାଳା ମ୍ୟାଚ୍ ପୂର୍ବରୁ ଏସବୁ ପ୍ରଶ୍ନର ଜବାବ ଦେଇ କହିଛନ୍ତି, “ବ୍ୟାଟିଂକ୍ରମକୁ […]

india

india

Ranjit Kumar Jena
  • Published: Sunday, 15 September 2019
  • Updated: 15 September 2019, 05:50 PM IST

Sports

Latest News

ଧର୍ମଶାଳା: ବିରାଟ୍ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରବିବାରଠାରୁ ତା'ର ଅଭିଯାନ ଆରମ୍ଭ କରିବ। ଆସନ୍ତାବର୍ଷ ହେବାକୁଥିବା ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ଟିମରେ ଯୁବ ଖେଳାଳିଙ୍କୁ ସ୍ଥାନ ମିଳିଛି, କିନ୍ତୁ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କୁ ଟିମରୁ ବାଦ୍ ପଡ଼ିଛନ୍ତି। ଯାହା ପରେ ଦୁହିଁଙ୍କ ବାଦକୁ ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି।

ଭାରତୀୟ ଟିମ୍ କ୍ୟାପଟେନ୍ ଧର୍ମଶାଳା ମ୍ୟାଚ୍ ପୂର୍ବରୁ ଏସବୁ ପ୍ରଶ୍ନର ଜବାବ ଦେଇ କହିଛନ୍ତି, "ବ୍ୟାଟିଂକ୍ରମକୁ ଅଧିକ ଗୁରୁତ୍ୱ ଦେବା ପାଇଁ ଆମେ ଏହି ନିଷ୍ପତ୍ତି ନେଇଛୁ। ଅନ୍ୟ ଟିମ୍ ଗୁଡ଼ିକର ୧୦ ନମ୍ବର ଖେଳାଳି ଯଦି ବ୍ୟାଟିଂ କରିପାରୁଛନ୍ତି, ତାହେଲେ ଆମେ କାହିଁକି କରିପାରିବୁନି । ଟିମରେ ଆଜି ଯେଉଁ ପରିବର୍ତ୍ତନ ହୋଇଛି, ତାହା ଭବିଷ୍ୟତକୁ ଦୃଷ୍ଟିରେ ରଖି କରାଯାଇଛି।"

ଟି-୨୦ରେ ଚହଲ୍ ଓ କୁଲଦୀପ ଯୋଡ଼ିଙ୍କୁ ନିୟମିତ ବାହାର କରାଯିବା ନେଇ ପ୍ରଶ୍ନ ଉଠୁଛି। କୋହଲି କହିଛନ୍ତି, "ଯେତେବେଳେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ରବୀନ୍ଦ୍ର ଜାଡେଜାଙ୍କୁ ବାଦ୍ ଦିଆଯାଇ କୁଲଦୀପ-ଚହଲଙ୍କୁ ସାମିଲ୍ କରାଯାଇଥିଲା, ସେତେବେଳେ ମଧ୍ୟ ଏଭଳି ପ୍ରତିକ୍ରିୟା ଆସିଥିଲା। ଜୀବନରେ ଏମିତି କିଛି ପରିସ୍ଥିତି ଆସେ, ଯେତେବେଳେ ଆମକୁ କିଛି କଠିନ ନିଷ୍ପତ୍ତି ନେବାକୁ ପଡ଼ିଥାଏ।

ଆଜି ଯାହା ବି ନିଷ୍ପତ୍ତି ନିଆଯାଇଛି, ତାହା କେବଳ ଆସନ୍ତାବର୍ଷ ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ନିଆଯାଇଛି। ଟି-୨୦ ବିଶ୍ୱକପ୍ ପୂର୍ବରୁ ଆମକୁ ସର୍ବଶ୍ରେଷ୍ଠ ଟିମ୍ ଚୟନ କରିବାକୁ ପଡ଼ିବ। ଉଭୟ କୁଲଦୀପ-ଚହଲ୍ ଆମର ଶ୍ରେଷ୍ଠ ସ୍ପିନର୍, କିନ୍ତୁ ବର୍ତ୍ତମାନ ଅନ୍ୟ ଖେଳାଳିଭଙ୍କୁ ସୁଯୋଗ ଦେବାର ସମୟ ଆସିଛି। କୁଲଦୀପ ଓ ଚହଲ୍ ମଧ୍ୟ ଆଗାମୀ ଦିନରେ ଟିମକୁ ଫେରିପାରନ୍ତି।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos