ପ୍ରଥମ ଏସୀୟ କ୍ୟାପଟେନ୍ ଭାବେ ଏହି ରେକର୍ଡର ଅଧିକାରୀ ହେଲେ ବିରାଟ୍

ନୂଆଦିଲ୍ଲୀ: ବ୍ୟାଟିଂରେ ରେକର୍ଡ ପରେ ରେକର୍ଡ କରିଚାଲିଥିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱକପ ମ୍ୟାଚରେ ଭାରତ ୬ ୱିକେଟରେ ବିଜୟୀ ହୋଇଥିଲା। ଅଧିନାୟକ ଭାବେ ବିରାଟଙ୍କ ଏହା ଦିନିକିଆ କ୍ୟାରିୟରର ୫୦ତମ ବିଜୟ ଥିଲା। ଏହି ମାମଲାରେ ସେ ପ୍ରଥମ ଏସୀୟ କ୍ୟାପଟେନ୍ ଭାବେ ଦ୍ରୁତ ୫୦ତମ ବିଜୟର ମାଇଲଖୁଣ୍ଟ ଛୁଇଁଛନ୍ତି। ୨୦୧୭ରେ ମହେନ୍ଦ୍ର ସିଂହ ଧୋନିଙ୍କ ପରେ ବିରାଟ ଭାରତୀୟ […]

virat

Hemant Lenka
  • Published: Thursday, 06 June 2019
  • , Updated: 06 June 2019, 05:15 PM IST

ନୂଆଦିଲ୍ଲୀ: ବ୍ୟାଟିଂରେ ରେକର୍ଡ ପରେ ରେକର୍ଡ କରିଚାଲିଥିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱକପ ମ୍ୟାଚରେ ଭାରତ ୬ ୱିକେଟରେ ବିଜୟୀ ହୋଇଥିଲା। ଅଧିନାୟକ ଭାବେ ବିରାଟଙ୍କ ଏହା ଦିନିକିଆ କ୍ୟାରିୟରର ୫୦ତମ ବିଜୟ ଥିଲା।

ଏହି ମାମଲାରେ ସେ ପ୍ରଥମ ଏସୀୟ କ୍ୟାପଟେନ୍ ଭାବେ ଦ୍ରୁତ ୫୦ତମ ବିଜୟର ମାଇଲଖୁଣ୍ଟ ଛୁଇଁଛନ୍ତି। ୨୦୧୭ରେ ମହେନ୍ଦ୍ର ସିଂହ ଧୋନିଙ୍କ ପରେ ବିରାଟ ଭାରତୀୟ ଟିମର ନେତୃତ୍ୱ ଭାର ସମ୍ଭାଳିଥିଲେ। ଏହାପରଠାରୁ ବିରାଟ ୬୯ ମ୍ୟାଚରେ ଭାରତର ନେତୃତ୍ୱ ନେଇସାରିଛନ୍ତି, ଯେଉଁଥିରେ ସେ ବିଜୟର ଅର୍ଦ୍ଧଶତକ ମାରିଛନ୍ତି।

କୋହଲି ମଧ୍ୟ ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ଭିଭିଆନ୍ ରିଚାର୍ଡ୍ସଙ୍କ ରେକର୍ଡକୁ ଭାଙ୍ଗିଛନ୍ତି। ରିଚାର୍ଡ୍ସ ୭୦ ମ୍ୟାଚରେ ୫୦ ବିଜୟ ହାସଲ କରିଥିଲେ। କିନ୍ତୁ ଦ୍ରୁତ ୫୦ ମ୍ୟାଚ୍ ଜିତିବାର ବିଶ୍ୱ ରେକର୍ଡ ୱେଷ୍ଟଇଣ୍ଡିଜର କ୍ଲାଇବ ଲୟଡଙ୍କ ନାମରେ ରହିଛି, ଯିଏ ୬୩ ମ୍ୟାଚରେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ତାଙ୍କ ସହ ଅଷ୍ଟ୍ରେଲିଆର ରିକି ପଣ୍ଟିଂ ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ହାନ୍ସି କ୍ରୋନିଏ ୬୮ ମ୍ୟାଚରେ ଏହି ମାଇଲଖୁଣ୍ଟରେ ପହଞ୍ଚିଥିଲେ।

Related story