ମହଙ୍ଗା ପଡ଼ିଲା ରେଫେରୀଙ୍କୁ ନାଲି ଆଖି: ଜରିମାନା ଦେବେ ବିରାଟ୍‌

କେପ୍‌ଟାଉନ୍‌: ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ୍‌ କୋହୁଲିଙ୍କୁ ଇଣ୍ଟର ନେସନାଲ କ୍ରୀକେଟ୍‌ କାଉନ୍‌ସିଲ୍‌ (ଆସିସି) ଜରିମାନା କରିଛି। ବିରାଟ୍‌ ଆଇସିସିର ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ଏହି ଜରିମାନା କରାଯାଇଛି। ଏଥିପାଇଁ ତାଙ୍କର ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଞ୍ଚୁରିଆନ୍‌ରେ ଖେଳାଯାଉଛି ଭାରତ ଓ ଦକ୍ଷଣିଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚ। ଗତକାଲି ତୃତୀୟ ଦିନରେ ଖେଳ ମଝିରେ ବର୍ଷା ହୋଇଥିଲା। ସେଥିପାଇଁ ମ୍ୟାଚକୁ କିଛି ସମୟ ପାଇଁ ବନ୍ଦ କରାଯାଇଥିଲେ। […]

virat koholi

Rakesh Mallick
  • Published: Tuesday, 16 January 2018
  • , Updated: 16 January 2018, 04:01 PM IST

କେପ୍‌ଟାଉନ୍‌: ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ୍‌ କୋହୁଲିଙ୍କୁ ଇଣ୍ଟର ନେସନାଲ କ୍ରୀକେଟ୍‌ କାଉନ୍‌ସିଲ୍‌ (ଆସିସି) ଜରିମାନା କରିଛି। ବିରାଟ୍‌ ଆଇସିସିର ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ଏହି ଜରିମାନା କରାଯାଇଛି। ଏଥିପାଇଁ ତାଙ୍କର ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେଞ୍ଚୁରିଆନ୍‌ରେ ଖେଳାଯାଉଛି ଭାରତ ଓ ଦକ୍ଷଣିଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚ। ଗତକାଲି ତୃତୀୟ ଦିନରେ ଖେଳ ମଝିରେ ବର୍ଷା ହୋଇଥିଲା। ସେଥିପାଇଁ ମ୍ୟାଚକୁ କିଛି ସମୟ ପାଇଁ ବନ୍ଦ କରାଯାଇଥିଲେ। ପରେ ମାତ୍ର ୫ ଓଭର ଖେଳ ହୋଇ ପାରିଥିଲା। ପାଗ ଖରାପ ଦର୍ଶାଇ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଖେଳ ବନ୍ଦ କରିଦେଇଥିଲେ ଅମ୍ପାୟାର। ଅମ୍ପାୟାରଙ୍କ ଏପରି ନିଷ୍ପତ୍ତିକୁ କୋହୁଲି ବିରୋଧ କରିଥିଲେ। ପରେ ମ୍ୟାଚ ରେଫେରିଙ୍କ କକ୍ଷକୁ ଯାଇ ଯୁକ୍ତିତର୍କ କରିଥିଲେ।

Related story