ବେକରେ ଆଘାତ କାରଣରୁ ବାଦ୍‌ ପଡ଼ିଲେ ବିରାଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କ ବେକରେ ଆଘାତ ଲାଗିଛି। ଏହି କାରଣରୁ ସେ ଇଂଲଣ୍ଡରେ ହେବାକୁ ଥିବା କାଉଣ୍ଟି ମ୍ୟାଚ୍‌ରୁ ଆଉଟ୍‌ ହୋଇଯାଇଛନ୍ତି। ସେ Surrey ଟିମ୍‌ ପକ୍ଷରୁ ଖେଳିଥାନ୍ତେ। ଆଇପିଏଲ୍‌ରେ ସନରାଇଜର ହାଇଦ୍ରାବାଦ୍‌ ବିପକ୍ଷ ମ୍ୟାଚ୍‌ରେ ଫିଲ୍ଡିଂ କରିବା ବେଳେ ତାଙ୍କ ବେକରେ ଆଘାତ ଲାଗିଥିଲା। ଗୁରୁବାର ଆଇସିସି ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି। ଆଇସିସି ପକ୍ଷରୁ ଟ୍ୱିଟ୍‌ କରି କୁହାଯାଇଛି, “ବେକରେ ଆଘାତ ଲାଗିଥିବା କାରଣରୁ ବିରାଟ Surrey ପାଇଁ […]

virat-kohli

Rakesh Mallick
  • Published: Thursday, 24 May 2018
  • , Updated: 24 May 2018, 06:24 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କ ବେକରେ ଆଘାତ ଲାଗିଛି। ଏହି କାରଣରୁ ସେ ଇଂଲଣ୍ଡରେ ହେବାକୁ ଥିବା କାଉଣ୍ଟି ମ୍ୟାଚ୍‌ରୁ ଆଉଟ୍‌ ହୋଇଯାଇଛନ୍ତି। ସେ Surrey ଟିମ୍‌ ପକ୍ଷରୁ ଖେଳିଥାନ୍ତେ। ଆଇପିଏଲ୍‌ରେ ସନରାଇଜର ହାଇଦ୍ରାବାଦ୍‌ ବିପକ୍ଷ ମ୍ୟାଚ୍‌ରେ ଫିଲ୍ଡିଂ କରିବା ବେଳେ ତାଙ୍କ ବେକରେ ଆଘାତ ଲାଗିଥିଲା। ଗୁରୁବାର ଆଇସିସି ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି।

ଆଇସିସି ପକ୍ଷରୁ ଟ୍ୱିଟ୍‌ କରି କୁହାଯାଇଛି, “ବେକରେ ଆଘାତ ଲାଗିଥିବା କାରଣରୁ ବିରାଟ Surrey ପାଇଁ କାଉଣ୍ଟି ମ୍ୟାଚ୍‌ ଖେଳି ପାରିବେ ନାହିଁ। ଜୁନ୍‌ ୧୫ ତାରିଖରେ ସେ ଫିଟ୍‌ନେସ୍‌ ଟେଷ୍ଟ ଦେବେ। ଆଶା କରୁଛୁ ଭାରତର, ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ଗସ୍ତ ପୂର୍ବରୁ ସେ ଫିଟ୍‌ ହୋଇ ଯାଇଥିବେ।” ତେବେ ବିରାଟଙ୍କ ଆଘାତ କେତେ ଗୁରୁତର ସେ ବିଷୟରେ, ଆଇସିସି ପକ୍ଷରୁ କିଛି କୁହାଯାଇନାହିଁ।

ଅନ୍ୟପକ୍ଷରେ ବିରାଟଙ୍କ ଆଘାତ ନେଇ ବିସିସିଆଇ ମଧ୍ୟ ସ୍ପଷ୍ଟ କରିଛି। ବିସିସିଆଇ ପକ୍ଷରୁ କୁହାଯାଇଛି, “ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ଆରସିବି ବିପକ୍ଷ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବା ବେଳେ ବେକରେ ଆଘାତପ୍ରାପ୍ତ ହୋଇଛନ୍ତି। ଜୁନ୍‌ରେ ବିରାଟ ଇଂଲଣ୍ଡରେ Surrey ପାଇଁ କାଉଣ୍ଟି ମ୍ୟାଚ୍‌ ଖେଳିବାର ସିଡ୍ୟୁଲ୍‌ ଥିଲା। ଆଘାତ କାରଣରୁ ଏହି ମ୍ୟାଚ୍‌ରେ ସେ ଅଂଶଗ୍ରହଣ କରିପାରିବେ ନାହିଁ। ବିସିସିଆଇର ମେଡିକାଲ ଟିମ୍‌ ବିରାଟଙ୍କ ଆଘାତ ପରୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏବେ ବିରାଟ ବିସିସିଆଇର ମେଡିକାଲ ଟିମ୍‌ ଅବଜର୍ଭେସନ୍‌ରେ ରହିବେ।”

ବିସିସିଆଇ ପକ୍ଷରୁ ଆହୁରି କୁହାଯାଇଛି, “ବିରାଟ ଭଲ ହେବା ପରେ ସେ ଅଭ୍ୟାସ ଆରମ୍ଭ କରିବେ ଓ ଜୁନ୍‌ ୧୫ ତାରିଖରେ ବେଙ୍ଗାଲୁରୁର ଏନ୍‌ସିଏ ଆଗରେ ଫିଟ୍‌ନେସ୍‌ ଟେଷ୍ଟ ଦେବେ। ଆଗାମୀ ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ଗସ୍ତ ପାଇଁ ସେ ଫିଟ୍‌ ଅଛନ୍ତି କି ନାହିଁ ବିସିସିଆଇ ମେଡିକାଲ ଟିମ୍‌ର ଟେଷ୍ଟ ପରେ ସ୍ପଷ୍ଟ ହେବ।”

ସୂଚନାଯୋଗ୍ୟ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ୍‌ରେ କିଛି କମାଲ ଦେଖାଇ ନଥିଲେ ମଧ୍ୟ ଚିରାଚରିତ ଷ୍ଟାଇଲ୍‌ରେ ବିରାଟଙ୍କ ବ୍ୟାଟ୍‌ କଥା କହିଛି। ବାଙ୍ଗାଲୁରୁ ପକ୍ଷରୁ ସେ ସର୍ବାଧିକ ରନ୍‌ ସଂଗ୍ରହ କରିଛନ୍ତି। ବିରାଟ ୧୪ଟି ମ୍ୟାଚ୍‌ ଖେଳି ୪୮.୧୮ ଆଭରେଜ୍‌ରେ ୫୩୦ ରନ୍‌ କରିଛନ୍ତି।

ଆଘାତ କାରଣରୁ ଜୁନ୍ ୧୪ ତାରିଖରେ ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ମ୍ୟାଚ୍‌ରେ ବିରାଟ ଖେଳି ପାରିବେ ନାହିଁ। ସେହିପରି ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟରଲ୍ୟାଣ୍ଡ ବିପକ୍ଷରେ ହେବାକୁ ଥିବା ୨ଟି ଟି-ଟ୍ୱଣ୍ଟି ମ୍ୟାଚ୍‌ରେ ମଧ୍ୟ ବିରାଟ ଖେଳିବେ ନାହିଁ।

Related story