ଆଇସିସି ଟେଷ୍ଟ ରାଙ୍କିଙ୍ଗ୍‌: ଶୀର୍ଷରେ ରହିଲେ ବିରାଟ୍‌

ଦୁବାଇ: ଭାରତ କ୍ୟାପଟେନ୍ ବିରାଟ୍ କୋହଲି କ୍ରମାଗତ ଦ୍ୱିତୀୟ ବର୍ଷ ଲାଗି ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନରେ ରହିଛନ୍ତି। ୩୧ ବର୍ଷୀୟ କୋହଲି ୯୨୮ ପଏଣ୍ଟ ସହ ଏକ ନମ୍ବର ସ୍ଥାନରେ ରହି ବର୍ଷ ଶେଷ ହୋଇଛନ୍ତି। ତାଙ୍କ ପଛକୁ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ୯୧୧ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସ୍ମିଥ୍ ୨୦୧୯ ଆଶେସ୍ ସିରିଜରେ ଦମଦାର ପ୍ରଦର୍ଶନ କରି ରାଙ୍କିଙ୍ଗର ଶୀର୍ଷ ସ୍ଥାନକୁ ଫେରିଥିଲେ। ସେ ଆଶେସରେ ୪ଟି ମ୍ୟାଚରେ ୧୧୦.୫୭ […]

kohli

kohli

Ranjit Kumar Jena
  • Published: Monday, 30 December 2019
  • Updated: 30 December 2019, 06:00 PM IST

Sports

Latest News

ଦୁବାଇ: ଭାରତ କ୍ୟାପଟେନ୍ ବିରାଟ୍ କୋହଲି କ୍ରମାଗତ ଦ୍ୱିତୀୟ ବର୍ଷ ଲାଗି ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନରେ ରହିଛନ୍ତି। ୩୧ ବର୍ଷୀୟ କୋହଲି ୯୨୮ ପଏଣ୍ଟ ସହ ଏକ ନମ୍ବର ସ୍ଥାନରେ ରହି ବର୍ଷ ଶେଷ ହୋଇଛନ୍ତି। ତାଙ୍କ ପଛକୁ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ୯୧୧ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ସ୍ମିଥ୍ ୨୦୧୯ ଆଶେସ୍ ସିରିଜରେ ଦମଦାର ପ୍ରଦର୍ଶନ କରି ରାଙ୍କିଙ୍ଗର ଶୀର୍ଷ ସ୍ଥାନକୁ ଫେରିଥିଲେ। ସେ ଆଶେସରେ ୪ଟି ମ୍ୟାଚରେ ୧୧୦.୫୭ ହାରରେ ୭୭୪ ରନ୍ କରିଥିଲେ। କିନ୍ତୁ ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ବିପକ୍ଷ ଘରୋଇ ସିରିଜରେ ଭଲ ପ୍ରଦର୍ଶନ କରି କୋହଲି ସ୍ମିଥଙ୍କୁ ପୁଣିଥରେ ଶୀର୍ଷ ସ୍ଥାନ କବଜା କରିଥିଲେ। ଗୋଟିଏ ପଟେ କୋହଲି ଘରୋଇ ସିରିଜରେ ଭଲ ପ୍ରଦର୍ଶନ କରିଥିବା ବେଳେ ସ୍ମିଥ୍ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ସେତେଟା ଖାସ କମାଲ୍ କରିପାରିନାହାନ୍ତି।

ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ସିରିଜରେ ସ୍ମିଥ୍ ଏପର୍ଯ୍ୟନ୍ତ ୨ଟି ମ୍ୟାଚରେ ୩୭.୭୫ ହାରରେ ୧୫୧ ରନ୍ କରିଛନ୍ତି। ଅଷ୍ଟ୍ରେଲିଆର ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ମାର୍ନସ୍ ଲାବୁଶେନ ନିଜ ରାଙ୍କିଙ୍ଗରେ ପୁଣି ସୁଧାର ଆଣିଛନ୍ତି ଏବଂ ସେ ଭାରତର ଚେତେଶ୍ୱର ପୂଜାରାଙ୍କ ହଟାଇ ଚତୁର୍ଥ ସ୍ଥାନ କବଜା କରିଛନ୍ତି। ପୂଜାରା ବର୍ତ୍ତମାନ ପଞ୍ଚମ ସ୍ଥାନକୁ ଖସି ଆସିଥିବା ବେଳେ ଟିମ୍ ଇଣ୍ଡିଆ ଟେଷ୍ଟ ଭାଇସ୍‌-କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେ ସପ୍ତମ ସ୍ଥାନରେ ରହିଛନ୍ତି।

ବୋଲିଂରେ ଭାରତର ଲିଡିଂ ପେସର୍ ଯଶପ୍ରୀତ ବୁମ୍ରା ୭୯୪ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଥିବା ବେଳେ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ୭୭୨ ପଏଣ୍ଟ ସହ ନବମ ଏବଂ ସିମର୍ ମହମ୍ମଦ ଶାମି ୭୭୧ ପଏଣ୍ଟ ସହ ଦଶମ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ପେସ୍ ବୋଲର ପ୍ୟାଟ୍ କମିନ୍ସ ୯୦୨ ପଏଣ୍ଟ ସହ ଶୀର୍ଷ ସ୍ଥାନ କାଏମ ରଖିଥିବା ବେଳେ ନ୍ୟୁଜିଲ୍ୟାଣ୍ଡର ନିଲ୍ ୱାଗନର୍ (୮୫୯) ଦ୍ୱିତୀୟ ଏବଂ ଦକ୍ଷିଣ ଆଫ୍ରିକା ପେସର୍ କାଗିସୋ ରବାଡା (୮୩୨) ତୃତୀୟରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story