ୱିଜଡେନ୍ ଟିମରେ କୋହଲି ଓ ଧୋନି

ଲଣ୍ଡନ: କ୍ରିକେଟର ‘ବାଇବଲ୍‌’ କୁହାଯାଉଥିବା ୱିଜଡେନ ତା’ର ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ ଓ ଦିନିକିଆ ଟିମ୍ ଚୟନ କରିଛି। ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ୱିଜଡେନ୍ ଟେଷ୍ଟ ଟିମର କ୍ୟାପଟେନ୍ କରାଯାଇଛି। ଏହି ତାଲିକାରେ ବିଶ୍ୱର ଅନେକ କ୍ରିକେଟର୍ ସ୍ଥାନ ପାଇଛନ୍ତି। କୋହଲି ୮୪ ଟେଷ୍ଟରେ ୫୪.୯୭ ହାରରେ ୭୨୦୨ ରନ୍ କରିଛନ୍ତି, ଯେଉଁଥିରେ ୨୭ ଶତକ ଓ ୨୨ ଅର୍ଦ୍ଧଶତକ ସାମିଲ୍ ଅଛି। ୱିଜଡେନ୍ ଟେଷ୍ଟ ଟିମରେ ଭାରତୀୟ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ମଧ୍ୟ […]

dhoni-and-kohli

dhoni-and-kohli

Ranjit Kumar Jena
  • Published: Tuesday, 24 December 2019
  • Updated: 24 December 2019, 08:21 PM IST

Sports

Latest News

ଲଣ୍ଡନ: କ୍ରିକେଟର 'ବାଇବଲ୍‌' କୁହାଯାଉଥିବା ୱିଜଡେନ ତା'ର ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ ଓ ଦିନିକିଆ ଟିମ୍ ଚୟନ କରିଛି। ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ୱିଜଡେନ୍ ଟେଷ୍ଟ ଟିମର କ୍ୟାପଟେନ୍ କରାଯାଇଛି। ଏହି ତାଲିକାରେ ବିଶ୍ୱର ଅନେକ କ୍ରିକେଟର୍ ସ୍ଥାନ ପାଇଛନ୍ତି। କୋହଲି ୮୪ ଟେଷ୍ଟରେ ୫୪.୯୭ ହାରରେ ୭୨୦୨ ରନ୍ କରିଛନ୍ତି, ଯେଉଁଥିରେ ୨୭ ଶତକ ଓ ୨୨ ଅର୍ଦ୍ଧଶତକ ସାମିଲ୍ ଅଛି। ୱିଜଡେନ୍ ଟେଷ୍ଟ ଟିମରେ ଭାରତୀୟ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ମଧ୍ୟ ସ୍ଥାନ ପାଇଛନ୍ତି। ଅଶ୍ୱିନ୍ ୭୦ ଟେଷ୍ଟରେ ୩୬୨ ୱିକେଟ୍ ନେଇଛନ୍ତି।

ସେହିପରି ୱିଜଡେନ୍ ଦିନିକିଆ ଟିମରେ କୋହଲିଙ୍କ ବ୍ୟତୀତ ରୋହିତ୍ ଶର୍ମା ଓ ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ମଧ୍ୟ ସ୍ଥାନ ପାଇଛନ୍ତି। କୋହଲି ଦିନିକିଆରେ ୨୪୨ ମ୍ୟାଚରେ ୫୯.୮୪ ହାରରେ ୧୧,୬୦୯ ରନ୍ କରିଛନ୍ତି। ଦିନିକିଆରେ ତାଙ୍କ ନାଁରେ ୪୩ ଶତକ ଓ ୫୫ ଅର୍ଦ୍ଧଶତକ ସାମିଲ୍ ଅଛି। ରୋହିତ୍ ୨୨୧ ଦିନିକିଆରେ ୪୯.୧୪ ହାରରେ ୨୮ ଶତକ ଓ ୪୩ ଅର୍ଦ୍ଧଶତକ ସହ ୮୯୪୪ ରନ୍ କରିଛନ୍ତି। ୨୦୧୯ରେ ରୋହିତ୍ ସବୁ ଫର୍ମାଟରେ ମୋଟ ୨୪୪୨ ରନ୍ କରି ରେକର୍ଡ କରିଛନ୍ତି।

ୱିଜଡେନ୍ ଟେଷ୍ଟ୍ ଟିମ୍‌: ଆଲିଷ୍ଟର୍ କୁକ୍ (ଇଂଲଣ୍ଡ), ଡେଭିଡ୍ ୱାର୍ଣ୍ଣର (ଅଷ୍ଟ୍ରେଲିଆ), କୁମାର ସାଙ୍ଗାକାରା (ଶ୍ରୀଲଙ୍କା), ଷ୍ଟିଭ୍ ସ୍ମିଥ୍ (ଅଷ୍ଟ୍ରେଲିଆ), ବିରାଟ୍ କୋହଲି (ଭାରତ), ବେନ୍ ଷ୍ଟୋକ୍ସ (ଇଂଲଣ୍ଡ), ଏବି ଡି'ଭିଲିୟର୍ସ (ଦକ୍ଷିଣ ଆଫ୍ରିକା), ଆର୍ ଅଶ୍ୱିନ୍ (ଭାରତ), ଡେଲ୍ ଷ୍ଟେନ୍ (ଦକ୍ଷିଣ ଆଫ୍ରିକା), କାଗିସୋ ରବାଡା (ଦକ୍ଷିଣ ଆଫ୍ରିକା), ଜେମ୍ସ ଆଣ୍ଡରସନ୍ (ଇଂଲଣ୍ଡ)।

ୱିଜଡେନ୍ ଦିନିକିଆ ଟିମ୍‌: ରୋହିତ୍ ଶର୍ମା (ଭାରତ), ବିରାଟ୍ କୋହଲି (ଭାରତ), ଡେଭିଡ୍ ୱାର୍ଣ୍ଣର୍ (ଅଷ୍ଟ୍ରେଲିଆ), ଏବି ଡି'ଭିଲିୟର୍ସ (ଦକ୍ଷିଣ ଆଫ୍ରିକା), ଜୋସ୍ ବଟଲର୍ (ଇଂଲଣ୍ଡ), ସାକିବ୍ ଅଲ୍ ହାସନ୍ (ବାଂଲାଦେଶ), ମହେନ୍ଦ୍ର ସିଂହ ଧୋନି (ଭାରତ), ଲସିଥ୍ ମାଲିଙ୍ଗା (ଶ୍ରୀଲଙ୍କା), ମିଚେଲ୍ ଷ୍ଟାର୍କ (ଅଷ୍ଟ୍ରେଲିଆ), ଟ୍ରେଣ୍ଟ୍ ବୋଲ୍ଡ (ନ୍ୟୁଜିଲ୍ୟାଣ୍ଡ୍‌), ଡେଲ୍ ଷ୍ଟେନ୍ (ଦକ୍ଷିଣ ଆଫ୍ରିକା)।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos