ମହମ୍ମଦ ନବିଙ୍କ ଏହି ପୁରସ୍କାର ତାଲିକାର ସମକକ୍ଷ ହେଲେ ବିରାଟ

ହାଇଦ୍ରାବାଦ: ଅଧିନାୟକ ବିରାଟ କୋହଲି ଗତକାଲି କେବଳ ନିଜ ଟିମକୁ ଜିତାଇ ନାହାନ୍ତି ବରଂ ୫୦ ବଲରେ ୯୪ ରନ୍‌ର ଅପରାଜିତ ଇନିଂସ୍‌ ଖେଳିଥିବାରୁ ତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ମିଳିଛି। ଟି-୨୦ ଫର୍ମାଟରେ ବିରାଟ ୧୨ ଥର ପାଇଁ ଏଭଳି ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତିଛନ୍ତି। ପୂର୍ବରୁ ଏହି ଫର୍ମାଟରେ ସର୍ବାଧିକ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ଆଫଗାନିସ୍ତାନର ମହମ୍ମଦ ନବି(୧୨ ଥର) ଜିତିଥିଲେ। ଏବେ ବିରାଟ ଯୁଗ୍ମ […]

cvqw

Hemant Lenka
  • Published: Saturday, 07 December 2019
  • , Updated: 07 December 2019, 05:26 PM IST

ହାଇଦ୍ରାବାଦ: ଅଧିନାୟକ ବିରାଟ କୋହଲି ଗତକାଲି କେବଳ ନିଜ ଟିମକୁ ଜିତାଇ ନାହାନ୍ତି ବରଂ ୫୦ ବଲରେ ୯୪ ରନ୍‌ର ଅପରାଜିତ ଇନିଂସ୍‌ ଖେଳିଥିବାରୁ ତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ମିଳିଛି। ଟି-୨୦ ଫର୍ମାଟରେ ବିରାଟ ୧୨ ଥର ପାଇଁ ଏଭଳି ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତିଛନ୍ତି।

ପୂର୍ବରୁ ଏହି ଫର୍ମାଟରେ ସର୍ବାଧିକ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ଆଫଗାନିସ୍ତାନର ମହମ୍ମଦ ନବି(୧୨ ଥର) ଜିତିଥିଲେ। ଏବେ ବିରାଟ ଯୁଗ୍ମ ଭାବେ ସର୍ବାଧିକ ଥର ମ୍ୟାନ ଅଫ ଦି ମ୍ୟାଚ୍‌ ଜିତିବାର ରେକର୍ଡ କରିଛନ୍ତି। ଏହି ଦୁଇ ଖେଳାଳିଙ୍କ ପଛରେ ୧୧ଟି ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ସହ ପାକିସ୍ତାନର ଶାହିଦ ଆଫ୍ରିଦି ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ଗତକାଲି ୱେଷ୍ଟଇଣ୍ଡିଜ୍‌ ଟିମ୍‌ ଭାରତକୁ ମ୍ୟାଚ ଜିତିବା ପାଇଁ ୨୦୮ ରନ୍‌ ବିଶାଳ ଟାର୍ଗେଟ ଦେଇଥିଲା। ବିରାଟ କ୍ରିଜ୍‌କୁ ଆସି ପ୍ରଥମେ ଧିମା ଖେଳିଥିଲେ। ସେ ୨୦ ରନ୍‌ ପାର ହେବା ପରେ ବଡ଼ ବଡ଼ ଶଟ ମାନ ଖେଳି ନିଜ ଟି-୨୦ କ୍ୟାରିୟରର ୨୩ତମ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫୦ଟି ବଲରେ ୯୪ ରନ୍‌ କରି ଶେଷ ଯାଏ ଅପରାଜିତ ରହିଥିଲେ। ଏହି ଇନିଂସରେ ସେ ୬ଟି ଚୌକା ଓ ୬ଟି ଛକା ମାରିଛନ୍ତି।

Related story