ବିନା ଶାର୍ଟରେ ଫଟୋ ଉଠାଇଲେ ବିରାଟ୍ କୋହଲି

ନୂଆଦିଲ୍ଲୀ: ନିଜର ଲୁକ୍ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଏଭଳି ଏକ ଫଟୋ ପୋଷ୍ଟ କରିଛନ୍ତି, ଯାହାକୁ ଦେଖି ଲୋକେ ପାଗଳ ହୋଇଯାଇଛନ୍ତି। ୱେଷ୍ଟଇଣ୍ଡିଜ୍ ଗସ୍ତ ପରେ କୋହଲି ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ କୋହଲି ଏକ ଅନ୍ଧାର ଯାଗାରେ କମ୍ ଆଲୋକରେ ବସିଛନ୍ତି। ସେ ସ୍ୱିମୱେର୍ ପରିଧାନ କରିଛନ୍ତି ଏବଂ ଗଭୀର ଚିନ୍ତାରେ ନିଜ ବାମପଟକୁ ଦେଖୁଛନ୍ତି। ଏହା ସହ ତାଙ୍କ ଛବି […]

virat

Ranjit Kumar Jena
  • Published: Thursday, 05 September 2019
  • , Updated: 05 September 2019, 06:38 PM IST

ନୂଆଦିଲ୍ଲୀ: ନିଜର ଲୁକ୍ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଏଭଳି ଏକ ଫଟୋ ପୋଷ୍ଟ କରିଛନ୍ତି, ଯାହାକୁ ଦେଖି ଲୋକେ ପାଗଳ ହୋଇଯାଇଛନ୍ତି। ୱେଷ୍ଟଇଣ୍ଡିଜ୍ ଗସ୍ତ ପରେ କୋହଲି ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି।

ଏହି ଫଟୋରେ କୋହଲି ଏକ ଅନ୍ଧାର ଯାଗାରେ କମ୍ ଆଲୋକରେ ବସିଛନ୍ତି। ସେ ସ୍ୱିମୱେର୍ ପରିଧାନ କରିଛନ୍ତି ଏବଂ ଗଭୀର ଚିନ୍ତାରେ ନିଜ ବାମପଟକୁ ଦେଖୁଛନ୍ତି। ଏହା ସହ ତାଙ୍କ ଛବି ପାଣିରେ ଛାଇଭଳି ଦୃଶମାନ ହେଉଛି। ବିରାଟ୍ ନିଜର ଏହି ଫଟୋ ପୋଷ୍ଟ କରି ଲେଖିଛନ୍ତି, "ଯେତେବେଳେ ଆମେ ନିଜ ଭିତରକୁ ଦେଖୁ, ସେତେବେଳେ ଆମକୁ ବାହାରେ କିଛି ଖୋଜିବାକୁ ଆବଶ୍ୟକ ପଡେ ନାହିଁ।"

ବିରାଟଙ୍କ ଏହି ଫଟୋକୁ କିଛି ଲୋକେ ଟ୍ରୋଲ୍ କରିଛନ୍ତି ଏବଂ ଏହାକୁ ନୂଆ ମୋଟର୍ ଭେହିକିଲ୍ ଆକ୍ଟ ସହ ଯୋଡ଼ି ଲେଖିଛନ୍ତି, ବିରାଟ୍ ଭାଇ, ଚାଲାଣ କଟିଛି କି? ତେବେ କୋହଲିଙ୍କ ଫ୍ୟାନ୍ ଏହି ଫଟୋକୁ ଦେଖି ବେଶ୍ ଖୁସି ହୋଇଛନ୍ତି ଏବଂ ତାଙ୍କୁ ପ୍ରଶଂସା କରିଛନ୍ତି। ଜଣେ ଫ୍ୟାନ୍ ଲେଖିଛନ୍ତି, 'ଅସମ୍ ବିରାଟ୍।' ସେହିପରି ଆଉଜଣେ ଫ୍ୟାନ୍ ଲେଖିଛନ୍ତି, 'ଆପଣଙ୍କର ବ୍ୟକ୍ତିତ୍ୱ ଜବରଦସ୍ତ।' ଜଣେ ଫ୍ୟାନ୍ ପ୍ରଶଂସା କରି ଲେଖିଛି ଯେ, 'ଆପଣ ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଖେଳାଳି।'

ତେବେ କିଛି ଫ୍ୟାନ୍ ଏହି ଫଟୋକୁ ନେଇ ଟ୍ରୋଲ୍ କରିବାକୁ ପଛାଇ ନାହାନ୍ତି। ଜଣେ ଲେଖିଛନ୍ତି, 'ଟ୍ରାଫିକ୍ ପୁଲିସ୍ ଚାଲାଣ କାଟିବା ପରେ।' ଆଉ ଜଣେ ଲେଖିଛନ୍ତି, 'ଅନୁ (ଅନୁଷ୍କା ଶର୍ମା) ଘରୁ ବାହାର କରିଦେଲେ କି?' ତେବେ ଏଭଳି ପୋଷ୍ଟରେ ପ୍ରଶଂସା ସହ କିଛି ମଜାଦାର ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ଭାରତ ୨-୦ରେ କ୍ଲିନସୁଇପ୍ କରିଛି। ଏହି ଗସ୍ତରେ ଭାରତ ଗୋଟିଏ ବି ମ୍ୟାଚ୍ ହାରିନାହିଁ। ଏହା ମଧ୍ୟରେ କୋହଲି ଟେଷ୍ଟ କ୍ରିକେଟରେ ଭାରତର ସଫଳ କ୍ୟାପଟେନ୍ ହୋଇଛନ୍ତି। କୋହଲିଙ୍କ ନେତୃତ୍ୱରେ ଭାରତ ୨୮ ଟେଷ୍ଟ ଜିତିଛି। ଏହି ମାମଲାରେ କୋହଲି ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି (୨୭)ଙ୍କୁ ପଛରେ ପକାଇଛନ୍ତି।

Related story