କେବେ ଶେଷ ହେବ ନାହିଁ ବିରାଟ୍-ରୋହିତଙ୍କ ମନାନ୍ତର: ଗାଭାସ୍କର

ନୂଆଦିଲ୍ଲୀ: ବିଶ୍ୱକପ୍ ପରେ ଲଗାତାର ଚର୍ଚ୍ଚା ହେଉଛି ଯେ, ଟିମ୍ ଇଣ୍ଡିଆରେ ଏବେ କିଛି ବି ଠିକଠାକ୍ ଚାଲିନାହିଁ। ଟିମର କ୍ୟାପଟେନ୍ ବିରାଟ୍ କୋହଲି ଓ ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମା ମଧ୍ୟରେ ମତଭେଦ ଅଛି, ଯେଉଁକାରଣରୁ ଟିମ୍ ବିଭାଜନ ହୋଇଛି। ତେବେ ୱେଷ୍ଟଇଣ୍ଡିଜ୍ ଗସ୍ତ କରିବା ପୂର୍ବରୁ ଏହା ଉପରେ ସଫେଇ ଦେଇଥିଲେ ଏବଂ କହିଥିଲେ ଟିମରେ ସବୁକିଛି ଠିକ୍ ଅଛି। ଏପରିକି ରୋହିତଙ୍କ ସହ ମତଭେଦ ଖବରକୁ ମଧ୍ୟ ବିରାଟ୍ ଖଣ୍ଡନ କରିଥିଲେ। ଏବେ […]

gavaskar

gavaskar

Ranjit Kumar Jena
  • Published: Friday, 09 August 2019
  • Updated: 09 August 2019, 06:40 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱକପ୍ ପରେ ଲଗାତାର ଚର୍ଚ୍ଚା ହେଉଛି ଯେ, ଟିମ୍ ଇଣ୍ଡିଆରେ ଏବେ କିଛି ବି ଠିକଠାକ୍ ଚାଲିନାହିଁ। ଟିମର କ୍ୟାପଟେନ୍ ବିରାଟ୍ କୋହଲି ଓ ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମା ମଧ୍ୟରେ ମତଭେଦ ଅଛି, ଯେଉଁକାରଣରୁ ଟିମ୍ ବିଭାଜନ ହୋଇଛି। ତେବେ ୱେଷ୍ଟଇଣ୍ଡିଜ୍ ଗସ୍ତ କରିବା ପୂର୍ବରୁ ଏହା ଉପରେ ସଫେଇ ଦେଇଥିଲେ ଏବଂ କହିଥିଲେ ଟିମରେ ସବୁକିଛି ଠିକ୍ ଅଛି। ଏପରିକି ରୋହିତଙ୍କ ସହ ମତଭେଦ ଖବରକୁ ମଧ୍ୟ ବିରାଟ୍ ଖଣ୍ଡନ କରିଥିଲେ।

ଏବେ ଭାରତର ପୂର୍ବତନ କ୍ୟାପଟେନ୍ ସୁନୀଲ ଗାଭାସ୍କର ଏହି ମାମଲା ଉପରେ ମୁହଁ ଖୋଲିଛନ୍ତି। ଗାଭାସ୍କର କହିବା ଅନୁଯାୟୀ, କୋହଲି ଓ ରୋହିତ୍ ଯଦି ଛାତ ଉପରେ ଛିଡ଼ା ହୋଇ ଜୋରରେ ଚିତ୍କାର କରି କହିବେ ଯେ ଟିମ୍ ଏବଂ ଖେଳାଳିଙ୍କ ମଧ୍ୟରେ ମନାନ୍ତର ନାହିଁ, ତଥାପି ଏହି କାହାଣୀ ଶେଷ ହେବ ନାହିଁ ଏବଂ ଏହା ଜାରି ରହିବ।

ଗାଭାସ୍କର ସ୍ପୋର୍ଟ୍ସଷ୍ଟାରରେ ନିଜ ସମ୍ଭରେ ଲେଖିଛନ୍ତି, ଯେବେବି ରୋହିତ୍ ସଅଳ ଆଉଟ୍ ହେବେ, କିଛି ଲୋକ କହିବେ ସେ ଜାଣିଶୁଣି ଆଉଟ୍ ହୋଇଛନ୍ତି। ଯେଉଁମାନେ ବି ଏଭଳି କଥା ଭାଇରାଲ୍ କରୁଛନ୍ତି, ସେ ଭାରତୀୟ କ୍ରିକେଟର ଶୁଭଚିନ୍ତକ ଆଦୌ ହୋଇନଥିବ। ବେଳେ ବେଳେ ଟିମର କୌଣସି ଚିନ୍ତିତ ଖେଳାଳି ଏଭଳି ମିଥ୍ୟା ଖବରକୁ ଖୋରାକ ଦିଅନ୍ତି। ତାଙ୍କର ଏହି ଈର୍ଷା ଭାବନା ଦ୍ୱାରା ପୂରା ଟିମକୁ କ୍ଷତି ହୋଇଥାଏ। ତା' ପରେ କିଛି ପ୍ରଶାସକ ଏଭଳି ଖବରକୁ ରାଜନୀତି ମଧ୍ୟ କରନ୍ତି।

ଗଣମାଧ୍ୟମ ପାଇଁ ଏଭଳି ଖବର ମାନେ ସ୍ୱର୍ଗ ଭଳି ହୋଇଥାଏ। ଯେତେବେଳେ କ୍ରିକେଟ୍ ଖେଳ ଜାରି ରହିଥାଏ, ସେତେବେଳେ ଏଭଳି ଖବର ଶାନ୍ତ ପଡ଼ିଥାଏ ଏବଂ ବାକି ଦିନ ପୁଣିଥରେ ଏଭଳି ଖବର ଆସିବା ଆରମ୍ଭ ହୋଇଥାଏ। ଉଭୟେ ବିରାଟ୍ ଓ ରୋହିତ୍ ପେସାଦାର କ୍ରିକେଟର୍। ଦୁହେଁ ନିଜ ନିଜର ବ୍ୟାଟିଂ ଦମରେ ଟିମ୍ ଇଣ୍ଡିଆକୁ ବିଜୟୀ କରାଇବା ଜାରି ରଖିବେ। କିନ୍ତୁ ଏଭଳି କିଛି ବକବାସ୍ କାହାଣୀ ୨୦ ବର୍ଷ ପର୍ଯ୍ୟନ୍ତ ମଧ୍ୟ ବନ୍ଦ ହେବ ନାହିଁ ବୋଲି ଗାଭାସ୍କର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos