ରୋହିତଙ୍କୁ ପଛରେ ପକାଇ ବିଶ୍ୱ ରେକର୍ଡ କଲେ ବିରାଟ୍‌

ଥିରୁଅନନ୍ତପୁରମ୍‌: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟି-୨୦ କ୍ରିକେଟରେ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଏବେ ସର୍ବାଧିକ ରନର ରେକର୍ଡ କୋହଲିଙ୍କ ନାଁରେ ହୋଇଛି। କୋହଲି ୭୪ ମ୍ୟାଚରୁ ୬୯ ଇନିଂସରେ ୨୫୬୩ ରନ୍ କରି ଅନ୍ତର୍ଜାତୀୟ ଟି-୨୦ରେ ବିଶ୍ୱର ସର୍ବାଧିକ ସ୍କୋରର ହୋଇଛନ୍ତି। ଏହି ମାମଲାରେ ସେ ରୋହିତ୍ ଶର୍ମାଙ୍କୁ ପଛରେ ପକାଇଛନ୍ତି। ରୋହିତ୍ ୧୦୨ ମ୍ୟାଚରେ ୯୫ ଇନିଂସରେ ୨୫୬୨ ରନ୍ କରି ଏବେ ଦ୍ୱିତୀୟକୁ ଖସି […]

virat-kohli

Ranjit Kumar Jena
  • Published: Sunday, 08 December 2019
  • , Updated: 08 December 2019, 09:53 PM IST

ଥିରୁଅନନ୍ତପୁରମ୍‌: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟି-୨୦ କ୍ରିକେଟରେ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଏବେ ସର୍ବାଧିକ ରନର ରେକର୍ଡ କୋହଲିଙ୍କ ନାଁରେ ହୋଇଛି। କୋହଲି ୭୪ ମ୍ୟାଚରୁ ୬୯ ଇନିଂସରେ ୨୫୬୩ ରନ୍ କରି ଅନ୍ତର୍ଜାତୀୟ ଟି-୨୦ରେ ବିଶ୍ୱର ସର୍ବାଧିକ ସ୍କୋରର ହୋଇଛନ୍ତି। ଏହି ମାମଲାରେ ସେ ରୋହିତ୍ ଶର୍ମାଙ୍କୁ ପଛରେ ପକାଇଛନ୍ତି।

ରୋହିତ୍ ୧୦୨ ମ୍ୟାଚରେ ୯୫ ଇନିଂସରେ ୨୫୬୨ ରନ୍ କରି ଏବେ ଦ୍ୱିତୀୟକୁ ଖସି ଆସିଛନ୍ତି। ଆଜି ମ୍ୟାଚ୍ ପୂର୍ବରୁ ରୋହିତଙ୍କଠାରୁ ବିରାଟ୍ ମାତ୍ର ୩ ରନ୍ ପଛରେ ଥିଲେ। କିନ୍ତୁ ରୋହିତ୍ ଏହି ମ୍ୟାଚରେ ୧୫ ରନ୍ କରି ଆଉଟ୍ ହେବା ପରେ ଏହି ବ୍ୟବଧାନ ୧୮ରେ ପହଞ୍ଚି ଯାଇଥିଲା। କୋହଲି ଏହି ମ୍ୟାଚରେ ବ୍ୟକ୍ତିଗତ ୧୯ ରନ୍ କରି ଆଉଟ୍ ହୋଇଥିଲେ ହେଁ, ରୋହିତଙ୍କ ରେକର୍ଡକୁ ପଛରେ ପକାଇବାରେ ସଫଳ ହୋଇଥିଲେ।

ଟି-୨୦ରେ ସର୍ବାଧିକ ରନ୍ ମାମଲାରେ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ୍ ଗପ୍ଟିଲ ତୃତୀୟ ସ୍ଥାନରେ ରହିଛନ୍ତି। ଗପ୍ଟିଲ୍ ୮୩ ମ୍ୟାଚରେ ୨୪୩୬ ରନ୍ କରିଛନ୍ତି। ତାଙ୍କ ପରକୁ ପାକିସ୍ତାନର ଶୋଏବ ମଲିକ୍ ୨୨୬୩ ରନ୍ ସହ ଚତୁର୍ଥ ଏବଂ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ କ୍ୟାପଟେନ୍ ବ୍ରେଣ୍ଡନ୍ ମ୍ୟାକକୁଲମ୍ ୨୧୪୦ ରନ୍ ସହ ପଞ୍ଚମ ସ୍ଥାନରେ ରହିଛନ୍ତି।

ଏହି ମ୍ୟାଚରେ କୋହଲି ଭାରତରେ ୧ହଜାର ରନ୍ ପୂରଣ କରିବାରୁ ବଞ୍ଚିତ ହୋଇଛନ୍ତି। ୧ହଜାର ରନ୍ ପାଇଁ କୋହଲିଙ୍କୁ ୨୫ ରନ୍ ଆବଶ୍ୟକ ଥିଲା, କିନ୍ତୁ ସେ ୧୯ ରନ୍ କରି ଆଉଟ୍ ହୋଇଥିଲେ। ଯାହା ଫଳରେ କୋହଲିଙ୍କୁ ଏବେ ତୃତୀୟ ମ୍ୟାଚକୁ ଅପେକ୍ଷା କରିବାକୁ ପଡ଼ିବ। କୋହଲି ଏହି ମାଇଲଖୁଣ୍ଟରୁ ଆଉ ୬ ରନ୍ ପଛରେ ଅଛନ୍ତି।

Related story