ରାୟୁଡୁଙ୍କୁ ପ୍ରଶଂସା କଲେ ବିରାଟ୍, ଚୟନକମିଟି ଉପରେ ବର୍ଷିଲେ ଗମ୍ଭୀର

ନୂଆଦିଲ୍ଲୀ: ଭାରତର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଅମ୍ବାତି ରାୟୁଡୁ ବୁଧବାର କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ନେଇଛନ୍ତି। ରାୟୁଡୁଙ୍କ ସନ୍ନ୍ୟାସ ଘୋଷଣା ନେଇ ଟ୍ୱିଟରରେ ତୀବ୍ର ପ୍ରତିକ୍ରିୟା ମିଳିଛି। ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ରାୟୁଡୁଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି। ବିରାଟ କୋହଲି ଟ୍ୱିଟ୍ ଯୋଗେ ରାୟୁଡୁଙ୍କୁ ଶୀର୍ଷସ୍ତରର ଖେଳାଳି ବୋଲି କହିଛନ୍ତି। Wish you the best going forward Ambati. You’re a top man 👊🙂👏@RayuduAmbati — Virat Kohli (@imVkohli) […]

viart and rayudu

Hemant Lenka
  • Published: Wednesday, 03 July 2019
  • , Updated: 03 July 2019, 09:16 PM IST

ନୂଆଦିଲ୍ଲୀ: ଭାରତର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଅମ୍ବାତି ରାୟୁଡୁ ବୁଧବାର କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ନେଇଛନ୍ତି। ରାୟୁଡୁଙ୍କ ସନ୍ନ୍ୟାସ ଘୋଷଣା ନେଇ ଟ୍ୱିଟରରେ ତୀବ୍ର ପ୍ରତିକ୍ରିୟା ମିଳିଛି। ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ରାୟୁଡୁଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି। ବିରାଟ କୋହଲି ଟ୍ୱିଟ୍ ଯୋଗେ ରାୟୁଡୁଙ୍କୁ ଶୀର୍ଷସ୍ତରର ଖେଳାଳି ବୋଲି କହିଛନ୍ତି।

ରାୟୁଡୁଙ୍କ ଅବନର ନେଇ ଟିମ୍ ଇଣ୍ଡିଆର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ବିସିସିଆଇ ଓ ଚୟନକମିଟିର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ଗମ୍ଭୀର ଟ୍ୱିଟ୍ କରି କହିଛନ୍ତି, "ମୋ ପାଇଁ ସବୁଠାରୁ ଅଧିକ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ବର୍ତ୍ତମାନ ବିସିସିଆଇ ଚୟନକମିଟିରେ ଯେଉଁ ସଦସ୍ୟ ଅଛନ୍ତି, ସେମାନଙ୍କ କ୍ୟାରିୟର ସମ୍ପୂର୍ଣ୍ଣ ଅଧୁରା। ଏଭଳି ଲୋକ ବି ଅମ୍ବାତି ରାୟୁଡୁଙ୍କ ଭଳି ପ୍ରତିଭାଶାଳୀ ଖେଳାଳିଙ୍କୁ ସୁଯୋଗ ଦେଇପାରିଲେ ନାହିଁ। ବହୁତ ଲଜ୍ଜାଜନକ। ଟାଇଟଲ୍ ଜିତି ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ହୃଦୟବାନ ହେବା ଏହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ।"

ସେହିପରି ଭାରତର ଅନ୍ୟତମ ଓପନିଂ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ୱାଗ ରାୟୁଡୁଙ୍କ ପ୍ରତି ସହାନୁଭୂତି ଦେଖାଇଛନ୍ତି । ସେହ୍ୱାଗ ଟ୍ୱିଟ୍ କରି କହିଛନ୍ତି, " ବିଶ୍ୱକପରୁ ଅଣଦେଖା କରାଯିବା ରାୟୁଡୁଙ୍କ ପାଇଁ କଷ୍ଟଦାୟକ। ମୁଁ ତାଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଜଣାଉଛି।"

ଏହା ପୂର୍ବରୁ ରାୟୁଡୁ ସନ୍ନ୍ୟାସ ନେବା ପରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲିଙ୍କ ବିଶେଷ ଧନ୍ୟବାଦ ଜଣାଇଛନ୍ତି। କାରଣ ବିରାଟଙ୍କ କ୍ୟାପଟେନ୍ସିରେ ରାୟୁଡୁ ଅଧିକ ମ୍ୟାଚ୍ ଖେଳିଛନ୍ତି ଏବଂ ବିରାଟ୍ ମଧ୍ୟ ତାଙ୍କ ଉପରେ ଅଧିକ ଭରସା ଦେଖାଇଛନ୍ତି। ଏହାଛଡ଼ା ରାୟୁଡୁ ମହେନ୍ଦ୍ର ସିଂହ ଧୋନି ଓ ରୋହିତ ଶର୍ମାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। କାରଣ ଧୋନି ଓ ରୋହିତ୍ ଆଇପିଏଲରେ ଚେନ୍ନାଇ ସୁପର୍ କିଙ୍ଗସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଦଳର କ୍ୟାପଟେନ୍ ଅଛନ୍ତି। ଆଇପିଏଲରେ ରାୟୁଡୁ ଏହି ଦୁଇଟି ଟିମ୍ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି।

Related story