ବିରାଟ କୋହଲି ନିଜ ପତ୍ନୀଙ୍କୁ କାହିଁକି ଡରିଲେ: ଟ୍ୱିଟ୍‌ କରି ସମସ୍ତଙ୍କୁ ଜଣାଇଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଦିନ ପୂର୍ବ ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ବଲିଉଡ଼ ଅଭିନେତ୍ରୀ ଅନୁଷ୍କାଙ୍କୁ ବିବାହ କରିଥିଲେ। ବିରାଟ ଅନୁଷ୍କାଙ୍କ ଯୋଡ଼ି ବିରୁଷ୍କା ନାଁରେ ବେଶ ଚର୍ଚ୍ଚିତ। ନିକଟରେ ଏମିତି ଘଟିଥିଲା ଯେଉଁଥିରେ କୋହଲି ନିଜ ପତ୍ନୀଙ୍କୁ ଡରିଯାଇଥିଲେ। ଏହାପରେ ଟ୍ୱିଟର୍‌ ମାଧ୍ୟମରେ ବିରାଟ ସୋସିଆଲ ମିଡ଼ିଆରେ ସେୟାର ମଧ୍ୟ କରିଦେଇଥିଲେ। ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ ଅନୁଷ୍କାଙ୍କ ନୂଆ ଫିଲ୍ମ ‘ପରୀ’ ଗୁରୁବାର ରିଲିଜ୍‌ ହୋଇଛି। କୋହଲି ଏହି ଫିଲ୍ମ ଦେଖିବା […]

anushka-virat-photos-2_1510463902_725x725

Rakesh Mallick
  • Published: Saturday, 03 March 2018
  • , Updated: 03 March 2018, 12:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଦିନ ପୂର୍ବ ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ବଲିଉଡ଼ ଅଭିନେତ୍ରୀ ଅନୁଷ୍କାଙ୍କୁ ବିବାହ କରିଥିଲେ। ବିରାଟ ଅନୁଷ୍କାଙ୍କ ଯୋଡ଼ି ବିରୁଷ୍କା ନାଁରେ ବେଶ ଚର୍ଚ୍ଚିତ। ନିକଟରେ ଏମିତି ଘଟିଥିଲା ଯେଉଁଥିରେ କୋହଲି ନିଜ ପତ୍ନୀଙ୍କୁ ଡରିଯାଇଥିଲେ। ଏହାପରେ ଟ୍ୱିଟର୍‌ ମାଧ୍ୟମରେ ବିରାଟ ସୋସିଆଲ ମିଡ଼ିଆରେ ସେୟାର ମଧ୍ୟ କରିଦେଇଥିଲେ।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ ଅନୁଷ୍କାଙ୍କ ନୂଆ ଫିଲ୍ମ ‘ପରୀ’ ଗୁରୁବାର ରିଲିଜ୍‌ ହୋଇଛି। କୋହଲି ଏହି ଫିଲ୍ମ ଦେଖିବା ସହ ଅନୁଷ୍କାଙ୍କୁ ପ୍ରଶଂସା କରିଥିଲେ। ଏହାସହ ଏହି ଫିଲ୍ମକୁ ଦେଖିବା ପରେ ନିଜର ମତ ମଧ୍ୟ ରଖିଥିଲେ। ଏହି ଫିଲ୍ମରେ ଅନୁଷ୍କା ଡବଲ ରୋଲ୍‌ କରିଥିଲେ। ଗୋଟିଏ ଚରିତ୍ରରେ ସେ ସାଧାରଣ ଥିବା ବେଳେ ଅନ୍ୟ ଚରିତ୍ରରେ ସେ ଭୂତ ହୋଇଥିଲେ। ଅନୁଷ୍କାଙ୍କ ଏହି ଭୂତ ଚରିତ୍ର ଦେଖି ବିରାଟ ଡରିଯାଇଥିବା କହିଥିଲେ।

Related story