କୋଚ୍‌ କାର୍ଯ୍ୟକାଳ ବଢ଼ାଇବା ସଂପର୍କରେ ଚିନ୍ତା କରିନି: ୟୁନିସ୍

ଲାହୋର: ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ୍ ୱାକର ୟୁନିସ୍ କହିଛନ୍ତି ଯେ ସେ ଏବେ ଏସିଆ କପ୍ ଓ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଉପରେ ଫୋକସ୍ କରୁଛନ୍ତି। କୋଚ୍ ପଦବୀର ଅବଧି ସଂପ୍ରସାରଣ କରିବା ନେଇ ସେ ଚିନ୍ତା କରି ନାହାନ୍ତି ବୋଲି କହିଛନ୍ତି। ୟୁନିସ୍ କହିଛନ୍ତି, ‘ ପାକିସ୍ତାନ୍ ଟିମ୍‌ର କୋଚ ଭାବେ ତାଙ୍କର କାର୍ଯ୍ୟକାଳ ଆହୁରି ୩ ରୁ ଚ ମାସ ବାକି ଅଛି। ତେଣୁ ଭବିଷ୍ୟତ ନେଇ ମୁଁ ଏବେଠାରୁ ଚିନ୍ତା କରି […]

younis

Rakesh Mallick
  • Published: Thursday, 18 February 2016
  • , Updated: 20 February 2016, 02:37 AM IST

ଲାହୋର: ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ୍ ୱାକର ୟୁନିସ୍ କହିଛନ୍ତି ଯେ ସେ ଏବେ ଏସିଆ କପ୍ ଓ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଉପରେ ଫୋକସ୍ କରୁଛନ୍ତି। କୋଚ୍ ପଦବୀର ଅବଧି ସଂପ୍ରସାରଣ କରିବା ନେଇ ସେ ଚିନ୍ତା କରି ନାହାନ୍ତି ବୋଲି କହିଛନ୍ତି।

ୟୁନିସ୍ କହିଛନ୍ତି, ‘ ପାକିସ୍ତାନ୍ ଟିମ୍‌ର କୋଚ ଭାବେ ତାଙ୍କର କାର୍ଯ୍ୟକାଳ ଆହୁରି ୩ ରୁ ଚ ମାସ ବାକି ଅଛି। ତେଣୁ ଭବିଷ୍ୟତ ନେଇ ମୁଁ ଏବେଠାରୁ ଚିନ୍ତା କରି ନାହିଁ।

ଅନ୍ୟପକ୍ଷରେ ପାକିସ୍ତାନ କ୍ରିକେଟ୍ ବୋର୍ଡର ସଭାପତି ଶାହରୟାର ଖାନ୍ କହିଛନ୍ତି ଯେ ଇଂଲଣ୍ଡ ଗସ୍ତ ପାଇଁ ୟୁନିସ୍‌ଙ୍କ କାର୍ଯ୍ୟକାଳକୁ ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହା ହେଲେ ତାଙ୍କ କାର୍ଯ୍ୟକାଳ ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବଢ଼ିବ।

ସୂଚନାଯୋଗ୍ୟ, ଚୁକ୍ତି ଅନୁଯାୟୀ ୟୁନିସ୍‌ଙ୍କ କାର୍ଯ୍ୟକାଳ ଆସନ୍ତା ମେ’ମାସରେ ଶେଷ ହେଉଛି।

Related story