ଶେଷ ବଲ୍‌ରେ ଶାର୍ଦ୍ଦୁଲଙ୍କୁ ଏମିତି ଫସାଇଲେ ରୋହିତ୍ ଓ ମାଲିଙ୍ଗା

ହାଇଦ୍ରାବାଦ: ରବିବାର ଆଇପିଏଲର ଫାଇନାଲ୍ ମ୍ୟାଚ୍ ରୋମାଞ୍ଚର ଶିଖରରେ ପହଞ୍ଚିଥିଲା। ଶେଷ ବଲରେ ଚେନ୍ନାଇକୁ ବିଜୟ ପାଇଁ ୨ ରନ୍ ଆବଶ୍ୟକ ହେଉଥିଲା। ବ୍ୟାଟିଂ କରୁଥିଲେ ଶାର୍ଦ୍ଦୁଲ ଠାକୁର ଏବଂ ସାମ୍ନାରେ ଥିଲେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବୋଲର ଲସିଥ୍ ମାଲିଙ୍ଗା। ମାଲିଙ୍ଗା ଚତୁରତାର ସହ ସ୍ଲୋ’ ପକାଇଥିଲେ ଏବଂ ଶାର୍ଦ୍ଦୁଲଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍ କରି ମୁମ୍ବାଇକୁ ରୋମାଞ୍ଚକର ବିଜୟ ଦେଇଥିଲେ। ତେବେ ମାଲିଙ୍ଗାଙ୍କ ଏହି ସ୍ଲୋ’ ବଲ୍ ପକାଇବା ପଛରେ ଅଧିନାୟକ ରୋହିତ ଶର୍ମାଙ୍କ ହାତ […]

malinga

Hemant Lenka
  • Published: Monday, 13 May 2019
  • , Updated: 13 May 2019, 05:31 PM IST

ହାଇଦ୍ରାବାଦ: ରବିବାର ଆଇପିଏଲର ଫାଇନାଲ୍ ମ୍ୟାଚ୍ ରୋମାଞ୍ଚର ଶିଖରରେ ପହଞ୍ଚିଥିଲା। ଶେଷ ବଲରେ ଚେନ୍ନାଇକୁ ବିଜୟ ପାଇଁ ୨ ରନ୍ ଆବଶ୍ୟକ ହେଉଥିଲା। ବ୍ୟାଟିଂ କରୁଥିଲେ ଶାର୍ଦ୍ଦୁଲ ଠାକୁର ଏବଂ ସାମ୍ନାରେ ଥିଲେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବୋଲର ଲସିଥ୍ ମାଲିଙ୍ଗା।

ମାଲିଙ୍ଗା ଚତୁରତାର ସହ ସ୍ଲୋ' ପକାଇଥିଲେ ଏବଂ ଶାର୍ଦ୍ଦୁଲଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍ କରି ମୁମ୍ବାଇକୁ ରୋମାଞ୍ଚକର ବିଜୟ ଦେଇଥିଲେ। ତେବେ ମାଲିଙ୍ଗାଙ୍କ ଏହି ସ୍ଲୋ' ବଲ୍ ପକାଇବା ପଛରେ ଅଧିନାୟକ ରୋହିତ ଶର୍ମାଙ୍କ ହାତ ରହିଛି। ଶାର୍ଦ୍ଦୁଲ କିପରି ଶଟ୍ ଖେଳିବେ, ତାହା ରୋହିତଙ୍କୁ ଭଲଭାବେ ଜଣାଥିଲା। ଏହି କାରଣରୁ ରୋହିତ୍ ଶେଷ ବଲରେ ମାଲିଙ୍ଗାଙ୍କୁ ସ୍ଲୋ' ବଲ୍ ପକାଇବା ପାଇଁ କହିଥିଲେ ଏବଂ ଏହା ତାଙ୍କ ପାଇଁ ମାଷ୍ଟରଷ୍ଟ୍ରୋକ୍ ସାବ୍ୟସ୍ତ ହୋଇଥିଲା।

ଶାର୍ଦ୍ଦୁଲଙ୍କ ସହ ପ୍ରଥମଶ୍ରେଣୀ କ୍ରିକେଟ୍ ଖେଳିସାରିଥିବା ରୋହିତ ଭଲଭାବେ ଜାଣିଥିଲେ ଯେ, ତାଙ୍କୁ କିପରି ଆଉଟ୍ କରାଯିବ। ମ୍ୟାଚ୍ ପରେ ରୋହିତ୍ ଏହାର ଖୁଲାସା କରି କହିଥିଲେ, "ମୁଁ ଜାଣିଥିଲି ଶାର୍ଦ୍ଦୁଲ ବଡ଼ ଶଟ୍ ମାରିବାକୁ ଚାହିଁବେ। ମୁଁ ଓ ମାଲିଙ୍ଗା ନିଷ୍ପତ୍ତି ନେଇଥିଲୁ ଯେ, ଶାର୍ଦ୍ଦୁଲଙ୍କ ବିରୋଧରେ ଧିମା ବଲ୍ ପକାଇବୁ।"

ପୂର୍ବ ଓଭରରେ ମହଙ୍ଗା ସାବ୍ୟସ୍ତ ହୋଇଥିବା ମାଲିଙ୍ଗା ଶେଷ ଓଭରରେ ଅଧିନାୟକ ରୋହିତଙ୍କ ଭରସା ଜିତିବାରେ ସଫଳ ହୋଇଥିଲେ। ଶେଷ ଓଭରରେ ମାଲିଙ୍ଗାଙ୍କୁ ବୋଲିଂ ଦେବା ନେଇ ରୋହିତ୍ କହିଥିଲେ, "ଏହାର ପରିଣାମ ଓଲଟା ମଧ୍ୟ ହୋଇପାରିଥାନ୍ତା। କିନ୍ତୁ ସେହି ସମୟରେ ମୁଁ ଅଭିଜ୍ଞତା ଉପରେ ଭରସା ଦେଖାଇଲି। ମାଲିଙ୍ଗା ଅନେକ ସମୟରେ ଏଭଳି ପରିସ୍ଥିତିର ସାମ୍ନା କରିଆସିଛନ୍ତି।"

ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୦୧୭ ଫାଇନାଲରେ ମୁମ୍ବାଇ ରାଇଜିଂ ପୁନେ ସୁପର ଜାଏଣ୍ଟସକୁ ୧ ରନରେ ହରାଇଥିଲା। ଏହି ମୁକାବିଲାରେ ଅଷ୍ଟ୍ରେଲୀୟ ପେସ୍ ବୋଲର ମିଚେଲ୍ ଜନସନ୍ ବିରୋଧୀ ଟିମକୁ ଶେଷ ଓଭରରେ ୧୧ ରନ୍ କରିବାକୁ ଦେଇନଥିଲେ।

Related story